Categories: ବାଣିଜ୍ୟ

ଏସ୍‌ବିଆଇର ନୂତନ ଅଭିଯାନ

ଭୁବନେଶ୍ୱର, ୯।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଅଭିଯାନ ‘ମୋବାଇଲ ହାଣ୍ଡ୍‌ହେଲ୍‌ଡ ଡିଭାଇସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ବ୍ୟାଙ୍କିଙ୍ଗ୍‌ ସେବାକୁ ଲୋକମାନଙ୍କ ପାଖରେ ସୁବିଧାରେ ପହଞ୍ଚାଇବା ଲାଗି ଏଭଳି ଏକ ଅଭିଯାନର ଅୟମାରମ୍ଭ ହୋଇଯାଇଛି। ଏପରିକି ବ୍ୟାଙ୍କର ଏଫ୍‌ଆଇ ଗ୍ରାହକମାନଙ୍କ ଲାଗି ଉକ୍ତ ମୋବାଇଲ୍‌ ହାଣ୍ଡ୍‌ହେଲ୍‌ଡ ଡିଭାଇସ୍‌ର ଡିଜାଇନ କରାଯାଇଛି।

ଏ ସମ୍ପର୍କରେ ଏସ୍‌ବିଆଇ ଚେୟାରମ୍ୟାନ ଦିନେଶ ଖାରା କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଭିଳାଷ ପୂରଣ କରିବା ପାଇଁ ସମାଜର ସବୁବର୍ଗ ବିଶେଷକରି ବ୍ୟାଙ୍କ  ନ ଥିବା ସ୍ଥାନରେ ବ୍ୟାଙ୍କ ସେବାକୁ ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ। ମୋବାଇଲ୍‌ ହାଣ୍ଡ୍‌ହେଲ୍‌ଡ ଡିଭାଇସ୍‌ର ଶୁଭାରମ୍ଭ ସହ ଗ୍ରାହକମାନେ ସେମାନଙ୍କ ଅଞ୍ଚଳରେ ରହି ଏକ ନିରବଚ୍ଛିନ୍ନ ବ୍ୟାଙ୍କ କାରବାର ଅନୁଭୂତି ହାସଲ କରିପାରିବେ। ଗ୍ରାହକମାନଙ୍କ ପାଖରେ ବ୍ୟାଙ୍କ ସେବା ସୁବିଧାରେ ପହଞ୍ଚାଇବାକୁ ପ୍ରୟାସ ଜାରି ରହିବ।

ଏହି ପ୍ରଯୁକ୍ତି ପ୍ରେରିତ ଅଭିଯାନ ଡିଜିଟାଇଜେଶନ ଜରିଆରେ ସାମାଜିକ କଲ୍ୟାଣ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସଶକ୍ତ କରିବା ପାଇଁ ବ୍ୟାଙ୍କର ପ୍ରତିବଦ୍ଧତାକୁ ଦୃଢ଼ କରୁଛି। ଅପରପକ୍ଷରେ ଉକ୍ତ ଅଭିଯାନକୁ ଖାରା ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି,ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସଶକ୍ତ କରିବ ଏବଂ ଲୋକଙ୍କ ପାଖରେ ଆବଶ୍ୟକ ବ୍ୟାଙ୍କ ସେବା ପହଞ୍ଚାଇବ।

Share