ପ୍ରଦୂଷଣ ବଳୟରେ ନୂଆ ବସ୍‌ଷ୍ଟାଣ୍ଡ

ବ୍ରହ୍ମପୁର,୧୯ା୧(ଅଶୋକ କୁମାର ସାହୁ): ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ମୁଖ୍ୟ ବ୍ୟବସାୟିକ ସ୍ଥଳ ହୋଇଥିବାରୁ ଏଠାକୁ ପର୍ଯ୍ୟାପ୍ତ ରେଳ ଓ ବସ ସୁବିଧା ରହିଛି। ସହରକୁ ପ୍ରତ୍ୟେହ ଲକ୍ଷାଧିକ ଲୋକଙ୍କ ଯାତାୟାତ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଷ୍ଟାଡିୟମ ନିକଟ ଏକ ସଂକୀର୍ଣ୍ଣ ଜାଗାରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ଗୋଇଲୁଣ୍ଡି ନିକଟକୁ ସ୍ଥାନାନ୍ତର କରାଯାଇ ନୂଆ ବସଷ୍ଟାଣ୍ଡର ରୂପ ଦିଆଯାଇଛି। ହେଲେ ସେହି ରୂପ ମଳିନ ପଡିଯାଇଛି। ଦୂଷିତ ପରିବେଶରେ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ଦାୟିତ୍ୱରେ ଥିବା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ)ର ଅପରାଗତା ପଦାକୁ ଆସିଛି।
କୋର୍ଟପେଟା ଛକରୁ ଗେଟବଜାର ଅଭିମୁଖେ ଗଲାବେଳେ ଭାବାନଗର ନିକଟରେ ରହିଛି ନୂଆ ବସଷ୍ଟାଣ୍ଡ। ବିଭିନ୍ନ ସ୍ଥାନରୁ ଦୈନିକ ଘରୋଇ ଓ ଓଏସ୍‌ଆରଟିସିର ପ୍ରାୟ ୩୦୦ ଗାଡି ଯା’ଆସ କରୁଥିବାବେଳେ ସ୍ଥାନ ପର୍ଯ୍ୟାପ୍ତ ହେଉନାହିଁ। ବସଷ୍ଟାଣ୍ଡ ବାହାରେ ଯାତ୍ରୀଙ୍କ ସୁବିଧା ପାଇଁ ୨୦୦୨ରେ ବିଇଡିଏ ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ କରାଯାଇଛି। ବସଷ୍ଟାଣ୍ଡ ଭିତରେ ଅନେକ ଦୋକାନ ବଜାର, ଘରୋଇ ବସ ଓ ଓଏସଆରଟିସି ବସ ପାଇଁ ଟିକେଟ କାଉଣ୍ଟର ରହିଛି। ଶୌଚାଳୟ, ଆହାର କେନ୍ଦ୍ର ରହିଛି। ଦୁଇଟି ବିଶ୍ରାମ ଗୃହ ବି ରହିଛି। ସେଥିରୁ ବସଷ୍ଟାଣ୍ଡ ମଝିରେ ଥିବା ବିଶ୍ରାମ ଗୃହରେ ଲାଗିଥିବା ଫ୍ୟାନଗୁଡ଼ିିକ ଚାଲୁନି। ଲାଇଟ ଜଳୁନି। ଘରୋଇ ଅନୁଷ୍ଠାନ ପକ୍ଷରୁ ଥଣ୍ଡା ପାନୀୟ ପ୍ରକଳ୍ପ ଲାଗିଥିଲେ ବି ପାଣି ଆସୁନି। ଆଉ ଗୋଟିଏ ବିଶ୍ରାମଗୃହ ରହିଛି କମର୍ସିଆଲ କମ୍ପ୍ଲେକ୍ସ ପଛରେ। ତାହା ନିଶାଡିଙ୍କ ଆଡ୍ଡାସ୍ଥଳ ପାଲଟିଛି। ରାତିରେ ଉକ୍ତ ସ୍ଥାନ ଅନ୍ଧାର ହୋଇଯାଉଥିବାରୁ ସେଠାରେ ଲୋକେ ମଳତ୍ୟାଗ କରିବାକୁ ପଛାଉନାହାନ୍ତି। ସର୍ବସାଧାରଣ ପରିସ୍ରାଗାରରେ ତାଲା ପଡିଥିବା ଓ ଦେୟଯୁକ୍ତ ଶୌଚାଳୟରେ ଜଣପିଛା ୨୦ ଟଙ୍କା ନିଆଯାଉଥିବାରୁ ବସଷ୍ଟାଣ୍ଡ ଭିତର ଓ ଚାରିପଟେ ଥିବା ଡ୍ରେନକଡ ପରିସ୍ରାଗାର ପାଲଟିଛି। ସେଠାରୁ ବାହାରୁଥିବା ଦୁର୍ଗନ୍ଧ ଅଞ୍ଚଳକୁ ଦୂଷିତ କରୁଛି। ବସ ପ୍ରସ୍ଥାନ ଦ୍ୱାର ନିକଟରେ ଏକ ଆହାର କେନ୍ଦ୍ର ରହିଛି। ଉକ୍ତ କେନ୍ଦ୍ର ସମ୍ମୁଖରେ ଆବର୍ଜନା ପାଣି ଜମି ରହୁଥିବାରୁ ଦୁର୍ଗନ୍ଧ ବାହାରୁଛି। କିନ୍ତୁ ଯାତ୍ରୀମାନେ ସାମୟିକ ଆସୁଥିବାରୁ ସେହି ଦୁର୍ଗନ୍ଧ ପରିବେଶରେ ଉକ୍ତ ଆହାର କେନ୍ଦ୍ରରେ ଖାଇ ଚାଲିଯାଉଥିବା କହିଛନ୍ତି। ଶୃଙ୍ଖଳା ରକ୍ଷା ପାଇଁ ଏକ ପୋଲିସ ଫାଣ୍ଡି ଥିଲେ ବି ବସ ନିୟନ୍ତ୍ରଣ ନିମନ୍ତେ କୌଣସି ପଦକ୍ଷେପ ନିଆଯାଉନାହିଁ। ବିଶ୍ରାମସ୍ଥଳରେ ଥିବା ପୋଲିସ ସହାୟତା କେନ୍ଦ୍ର ମୁକୁଳା ପଡିଛି।
ସେହିପରି ବାହାରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ବିଇଏମସିର ଏକ ଡଷ୍ଟବିନ ପଏଣ୍ଟ ରହିଛି। ତା’ ନିକଟରେ ଆବର୍ଜନା ଗଦେଇ ହେଉଛି। ସେଠାରୁ ବାହାରୁଥିବା ଦୁର୍ଗନ୍ଧ ପରିବେଶକୁ ଦୂଷିତ କରୁଛି। କମ୍ପ୍ଲେକ୍ସ ସମ୍ମୁଖରେ ବିରାଟ ଡ୍ରେନ ଥିବାବେଳେ ପ୍ରାୟ ସ୍ଥାନରେ ଢାଙ୍କୁଣି ପଡିନଥିବାରୁ ସେଥିରୁ ବି ଦୁର୍ଗନ୍ଧ ବାହାରୁଛି। ତେଣୁ ବାହାର ଓ ଭିତରର ଦୁର୍ଗନ୍ଧମୟ ପରିବେଶ ଯାତ୍ରୀଙ୍କୁ ଯନ୍ତ୍ରଣା ଦେଉଛି। ଏ ନେଇ ଯାତ୍ରୀଙ୍କ ମେଳରେ ଥିବା ଆରବି କୋଚର ଲଗେଜ ମ୍ୟାନେଜର ଦଣ୍ଡାପାଣି ଦଳାଇଙ୍କୁ ପଚାରିବାରୁ ସେ କହିଲେ ଯେ, ନୂଆ ବସଷ୍ଟାଣ୍ଡକୁ ଏବେ ସିଟି ବସଷ୍ଟାଣ୍ଡର ମୋହର ଲାଗିଛି। ସମସ୍ୟାରେ ବୁଡି ରହିଛି ଏହି ବସଷ୍ଟାଣ୍ଡ। ବିଇଡିଏ ଚାହିଁଲେ ଯାତ୍ରୀ ସୁବିଧା ପାଇବେ। ଯାତ୍ରୀମାନେ ମଧ୍ୟ ତାଙ୍କ କଥାରେ ଏକମତ ହୋଇଥିଲେ। ଏ ସଂକ୍ରାନ୍ତରେ ବିଇଡିଏର ସେକ୍ରେଟାରି ସମ୍ବିତ କୁମାର ରାଉତଙ୍କୁ ପଚାରିବାରୁ ସେ କହିଲେ ଯେ, ପର୍ଯ୍ୟାୟକ୍ରମେ ବିକାଶ କରାଯାଉଛି। ଲୋକଙ୍କ ସଚେତନତାର ଅଭାବ ଯୋଗୁ ଦୂଷିତ ପରିବେଶ ସୃଷ୍ଟି ହେଉଛି। ତଥାପି ଏହାକୁ ଆଖି ଆଗରେ ରଖାଯାଇ ପଦକ୍ଷେ ନିଆଯାଉଛି। ସର୍ବସାଧାରଣ ଶୌଚାଳୟରେ ତାଲା ପଡିଥିବା କଥା ପଚାରିବାରୁ ଏହାର କାରଣ ସମ୍ପର୍କରେ ପଚାରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର…

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି : ବିଭାଗକୁ ସିଧା ସଳଖ ଦାୟୀ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା । ପ୍ରତି ବର୍ଷ ଭଳି…

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ କରିନିଅନ୍ତୁ ଚେକ୍‌

ପୁରୀ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା। ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri