ନୂଆ କଳାକାରଙ୍କୁ ଏଥର ସୁଯୋଗ: ଚୟନ ପୂର୍ବରୁ ୨ ଆଶାୟୀ କଂସ ନିରାଶ

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ତାରିଖ ଯାଏ ଏହା ଚାଲିବ। ଏଥର ଧନୁଯାତ୍ରା କଳାକାର ଚୟନ ହେଉଛି। ଏହି କ୍ରମରେ ଆସନ୍ତା ୧୭ ତାରିଖ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ରେ କଂସ କଳାକାର ଚୟନ କାର୍ଯ୍ୟକ୍ରମ ରହିଛି। ତେବେ ଚୟନ ପୂର୍ବରୁ କଂସ ଚରିତ୍ର ପାଇଁ ଆବେଦନ କରିଥିବା ହୃଷୀକେଶ ଭୋଇ ଏବଂ ଆର୍ତ୍ତତ୍ରାଣ ସୁନାନୀଙ୍କୁ ନିରାଶ ହେବାକୁ ପଡ଼ିଛି। ଆବେଦନ ଫର୍ମ ଯାଞ୍ଚ ପରେ ଉଭୟଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି। ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ଟଙ୍କା ଦାବି ଅଭିଯୋଗକୁ ନେଇ ହୃଷୀକେଶଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ରହିଛି ଅର୍ଥାତ୍‌ ସେ ଏହି ମାମଲାରୁ ଏପର୍ଯ୍ୟନ୍ତ ଦୋଷମୁକ୍ତ ହୋଇ ନ ଥିବାରୁ ତାଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି। ସେହିପରି ଆର୍ତ୍ତତ୍ରାଣଙ୍କ ବୟସ ୬୦ରୁ ଅଧିକ ହୋଇଥିବା ଯୋଗୁ ସେ ମଧ୍ୟ ଚୟନ ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିବା ଶତପଥୀ ସୂଚନା ଦେଇଛନ୍ତି। ଏହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ହୃଷୀକେଶ ବରଗଡ଼ ଧନୁଯାତ୍ରା ମହୋତ୍ସବର ପୂର୍ବତନ କଂସ ଅଭିନେତା। ସେ ଅନେକଥର ଏହି ମହୋତ୍ସବରେ ଅଭିନୟ କରିସାରିଛନ୍ତି। ତେବେ ବିଭିନ୍ନ ଘଟଣାକ୍ରମରେ ତାଙ୍କୁ ଏକାଧିକ ଥର ବିବାଦୀୟ ହେବାକୁ ମଧ୍ୟ ପଡ଼ିଛି। ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଅନ୍ୟ କୌଣସି ସ୍ଥାନରେ କଂସ ଅଭିନୟ କରିପାରିବେ ନାହିଁ ବୋଲି କଟକଣା ରହିଛି। ମାତ୍ର ହୃଷୀକେଶ ଧର୍ମଶାଳା ମହୋତ୍ସବରେ ଏକଦା କଂସ ଅଭିନୟ କରି ବିବାଦୀୟ ହୋଇ ପଡ଼ିଥିଲେ। ତେବେ ସେତେବେଳେ ସେ ନିଜ ଭୁଲ୍‌ ସ୍ବୀକାର କରିବା ସହିତ କ୍ଷମାପ୍ରାର୍ଥନା କରିଥିଲେ ଏବଂ ଏହାପରେ ତାଙ୍କୁ କଂସ ଅଭିନୟ ସୁଯୋଗ ମିଳିଥିଲା। ଅନ୍ୟପଟେ ଜିଲା ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ହୃଷୀକେଶ ଗତ ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ ଜଣେ ମୃତକଙ୍କ ଶବକୁ ମହାପ୍ରୟାଣ ଗାଡ଼ିରେ ପରିବହନ ବାବଦକୁ ଟଙ୍କା ଦାବି କରିବା ଅଭିଯୋଗରେ ଛନ୍ଦି ହୋଇପଡ଼ିଥିଲେ। ଜିଲା ସ୍ବାସ୍ଥ୍ୟ ବିଭାଗ ସେତେବେଳେ ତାଙ୍କୁ ନିଲମ୍ବନ କରିଥିଲା। ଏହା ସହିତ ଭଟ୍‌ଲି ଥାନାରେ ହୃଷୀକେଶଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଥିଲା। ତେବେ ନିଲମ୍ବନ ଆଦେଶ ଉଠିଥିଲେ ହେଁ କୋର୍ଟରେ ଏହି ମାମଲା ବିଚାରାଧୀନ ରହିଛି। ଏହି ଦୃଷ୍ଟିରୁ ହୃଷୀକେଶଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ନ କରିବାକୁ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ମଧ୍ୟ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲାପାଳଙ୍କଠାରେ ଦାବି କରିଥିଲା।
ଅନ୍ୟପଟେ ଆର୍ତ୍ତତ୍ରାଣ ଜଣେ ପୁରୁଖା କଳାକାର। ସେ ବରଗଡ଼ ଧନୁଯାତ୍ରାରେ ଏପର୍ଯ୍ୟନ୍ତ କଂସ ଅଭିନୟ କରିବାର ସୁଯୋଗ ପାଇପାରିନାହାନ୍ତି। ମାତ୍ର ଏହି ମହୋତ୍ସବରେ ଅଭିନୟ ସୁଯୋଗ ମିଳିବାର ଆଶା ନେଇ ସେ କେବଳ ଏଥର ନୁହେଁ, ବିଗତବର୍ଷଗୁଡ଼ିକରେ ହୋଇଥିବା ଚୟନ ପ୍ରକ୍ରିୟାରେ ଭାଗ ନେଇ ଆସିଛନ୍ତି। ଚୟନ ପ୍ରକ୍ରିୟାସ୍ଥଳରେ ସ୍ଥାନୀୟ ଲୋକେ ତାଙ୍କ କଂସ ଅଭିନୟ ଦେଖିଆସିଛନ୍ତି। ତାଙ୍କୁ ସେତେବେଳେ କଂସ ଅଭିନୟର ସୁଯୋଗ ମିଳି ନ ଥିଲା ସତ, କିନ୍ତୁ ଦିନେନା ଦିନେ ତାଙ୍କ ଅଭିନୟ ପାଇଁ ଆର୍ତ୍ତତ୍ରାଣଙ୍କୁ ବରଗଡ଼ ଧନୁଯାତ୍ରାର କଂସଭାବେ ଦେଖିବାକୁ ମିଳିବ ବୋଲି କିଛିଲୋକ ମନରେ ମଧ୍ୟ ଆଶା ବାନ୍ଧିଥିଲେ। ହେଲେ ତାଙ୍କ ବୟସ ୬୦ରୁ ଅଧିକ ହୋଇଥିବାରୁ ଆବେଦନ ଫର୍ମ ଯାଞ୍ଚ ପରେ ଆର୍ତ୍ତତ୍ରାଣ ଏବଂ ତାଙ୍କ ଶୁଭେଚ୍ଛୁମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏବେ ଚୟନ ପ୍ରକ୍ରିୟାରେ ଭାଗନେବା ପାଇଁ ୪୪ଜଣ କଳାକାର ରହିଛନ୍ତି। ସୂଚନା ଯେ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିବାର ସୁଯୋଗ ମିଳିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri