କେବେ କଲେଜ ଯାଇ ନାହାନ୍ତି, କିନ୍ତୁ ଦେଶର ସବୁଠାରୁ ଧନୀ ମହିଳା ଜିନ୍ଦଲ ଗ୍ରୁପର ମାଲିକାଣୀ

ନୂଆଦିଲ୍ଲୀ,୬।୩: ଆଉ ୨ଦିନ ପରେ ବିଶ୍ୱ ପାଳନ କରିବ ଅନ୍ତର୍ଜାତୀୟ ମହିଳା ଦିବସ। ତେବେ ଆମେ ଆଜି ଆପଣଙ୍କୁ ଏପରି Buisness Woman ଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି କେବେ କଲେଜ ଯାଇ ନାହାନ୍ତି କିନ୍ତୁ ଆଜି ସେ ଭାରତର ଧନୀ ମହିଳାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। କେବଳ ଏତିକି ନୁହେଁ, ବିଶ୍ୱରେ ଧନୀ ବ୍ୟକ୍ତିଙ୍କ ତାଲିକାରେ ସେ ସାମିଲ୍‌ ଅଛନ୍ତି।

ସେ ହେଉଛନ୍ତି ଜିନ୍ଦଲ ଗ୍ରୁପର ମାଲିକାଣୀ Savitri Jindal। ସାବିତ୍ରୀଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ । ଯେତେବେଳେ ତାଙ୍କୁ ୫୫ବର୍ଷ ହୋଇଥିଲା, ତାଙ୍କ ସ୍ବାମୀ ଓମ ପ୍ରକାଶ ଜିନ୍ଦଲଙ୍କ ଦେହାନ୍ତ ହୋଇଥିଲା। ଓମ ପ୍ରକାଶ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସାବିତ୍ରୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ, ତଥାପି ସେ ହାର ମାନି ନ ଥିଲେ। ସେ ଏକାକୀ ନିଜର ୯ ସନ୍ତାନର ଯତ୍ନ ନେଉଥିଲେ।

ଫୋର୍ବସ ବିଲିୟନେୟାର ତାଲିକା ୨୦୨୩ ଅନୁଯାୟୀ ଜିନ୍ଦଲ ଗ୍ରୁପ ଚେୟାରମ୍ୟାନ ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଭାରତର ସବୁଠାରୁ ଧନୀ ମହିଳା। ସେ ଭାରତର ସବୁଠାରୁ ଧନୀ ମହିଳାଙ୍କ ତାଲିକାରେ ୭ମ ସ୍ଥାନରେ ଅଛନ୍ତି। ଏଥିସହ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୫୦ତମ ସ୍ଥାନ ଦଖଲ କରିଛନ୍ତି। ସାବିତ୍ରୀଙ୍କ ପାଖରେ ୧୭ ବିଲିୟନ ଡଲାର (୧୩କୋଟି ୩୧ ଲକ୍ଷ ୫୦ହଜାର ଟଙ୍କାର ସମ୍ପତ୍ତି ରହିଛି। ୧୯୭୦ରେ ସେ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମପ୍ରକାଶ ଜିନ୍ଦଲଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସେ ପୁରା ବ୍ୟବସାୟର କମାଣ ନିଜ ହାତରେ ଧରିଥିଲେ।

ସାବିତ୍ରୀଙ୍କୁ ବର୍ତ୍ତମାନ ୮୩ବର୍ଷ ବୟସ। କିନ୍ତୁ ଦେଶର ସବୁଠାରୁ ଏହି ଧନୀ ମହିଳା କେବେ ବି କଲେଜ ମାଟି ମାଡି ନାହାନ୍ତି। ଏହା ସତ୍ତ୍ୱେ ସ୍ବାମୀଙ୍କ ହଠାତ୍‌ ମୃତ୍ୟୁରେ ଭାଙ୍ଗି ନ ପଡି ପ୍ରଫେଶନାଲ ବିଜନେସ ମହିଳା ପରି ସବୁକାମ ବୁଝିଥିଲେ। ସାବିତ୍ରୀଙ୍କ ପାଇଁ ଏହା ସହଜ ନ ଥିଲା। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଜିନ୍ଦଲ ପରିବାରରେ ଅଧିକାଂଶ ମହିଳା ଘରର ଦାୟିତ୍ୱ ନିଅନ୍ତି। ଆଉ ପୁରୁଷମାନେ ବ୍ୟବସାୟ କରନ୍ତି। ଏହି କାରଣରୁ ତାଙ୍କୁ ସ୍ବାମୀଙ୍କ ବ୍ୟବସାୟ ପରିଚାଳନା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା।

ସ୍ବର୍ଗତ ଓମ ପ୍ରକାଶ ଜିନ୍ଦଲ ସ୍ବଦେଶୀ ନିର୍ମାତା ଭାବରେ ଜିନ୍ଦଲ ଗ୍ରୁପକୁ ହରିୟାଣାର ହିସାରରେ ପ୍ରତିଷ୍ଠିତ କରିଥିଲେ। ଆଜି ଏହି ଗ୍ରୁପ୍‌ ଭାରତର ସବୁଠାରୁ ବଡ ବ୍ୟବସାୟ ଗ୍ରୁପ୍‌ ମଧ୍ୟରୁ ଗୋଟିଏ। ସାବିତ୍ରୀଙ୍କ ୯ଜଣ ସନ୍ତାନଙ୍କ ମଧ୍ୟରୁ ୪ଜଣ ପୁଅ କମ୍ପାନୀର ବିଭିନ୍ନ ଦାୟିତ୍ୱରେ ଅଛନ୍ତି। ଇସ୍ପାତ, ଶକ୍ତି, ଭିତ୍ତିଭୂମି, ସିମେଣ୍ଟ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜିନ୍ଦଲ ଗ୍ରୁପ ନିଜର ପରିଚୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri