କେବେ କଲେଜ ଯାଇ ନାହାନ୍ତି, କିନ୍ତୁ ଦେଶର ସବୁଠାରୁ ଧନୀ ମହିଳା ଜିନ୍ଦଲ ଗ୍ରୁପର ମାଲିକାଣୀ

ନୂଆଦିଲ୍ଲୀ,୬।୩: ଆଉ ୨ଦିନ ପରେ ବିଶ୍ୱ ପାଳନ କରିବ ଅନ୍ତର୍ଜାତୀୟ ମହିଳା ଦିବସ। ତେବେ ଆମେ ଆଜି ଆପଣଙ୍କୁ ଏପରି Buisness Woman ଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି କେବେ କଲେଜ ଯାଇ ନାହାନ୍ତି କିନ୍ତୁ ଆଜି ସେ ଭାରତର ଧନୀ ମହିଳାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। କେବଳ ଏତିକି ନୁହେଁ, ବିଶ୍ୱରେ ଧନୀ ବ୍ୟକ୍ତିଙ୍କ ତାଲିକାରେ ସେ ସାମିଲ୍‌ ଅଛନ୍ତି।

ସେ ହେଉଛନ୍ତି ଜିନ୍ଦଲ ଗ୍ରୁପର ମାଲିକାଣୀ Savitri Jindal। ସାବିତ୍ରୀଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ । ଯେତେବେଳେ ତାଙ୍କୁ ୫୫ବର୍ଷ ହୋଇଥିଲା, ତାଙ୍କ ସ୍ବାମୀ ଓମ ପ୍ରକାଶ ଜିନ୍ଦଲଙ୍କ ଦେହାନ୍ତ ହୋଇଥିଲା। ଓମ ପ୍ରକାଶ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସାବିତ୍ରୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ, ତଥାପି ସେ ହାର ମାନି ନ ଥିଲେ। ସେ ଏକାକୀ ନିଜର ୯ ସନ୍ତାନର ଯତ୍ନ ନେଉଥିଲେ।

ଫୋର୍ବସ ବିଲିୟନେୟାର ତାଲିକା ୨୦୨୩ ଅନୁଯାୟୀ ଜିନ୍ଦଲ ଗ୍ରୁପ ଚେୟାରମ୍ୟାନ ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଭାରତର ସବୁଠାରୁ ଧନୀ ମହିଳା। ସେ ଭାରତର ସବୁଠାରୁ ଧନୀ ମହିଳାଙ୍କ ତାଲିକାରେ ୭ମ ସ୍ଥାନରେ ଅଛନ୍ତି। ଏଥିସହ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୫୦ତମ ସ୍ଥାନ ଦଖଲ କରିଛନ୍ତି। ସାବିତ୍ରୀଙ୍କ ପାଖରେ ୧୭ ବିଲିୟନ ଡଲାର (୧୩କୋଟି ୩୧ ଲକ୍ଷ ୫୦ହଜାର ଟଙ୍କାର ସମ୍ପତ୍ତି ରହିଛି। ୧୯୭୦ରେ ସେ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମପ୍ରକାଶ ଜିନ୍ଦଲଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସେ ପୁରା ବ୍ୟବସାୟର କମାଣ ନିଜ ହାତରେ ଧରିଥିଲେ।

ସାବିତ୍ରୀଙ୍କୁ ବର୍ତ୍ତମାନ ୮୩ବର୍ଷ ବୟସ। କିନ୍ତୁ ଦେଶର ସବୁଠାରୁ ଏହି ଧନୀ ମହିଳା କେବେ ବି କଲେଜ ମାଟି ମାଡି ନାହାନ୍ତି। ଏହା ସତ୍ତ୍ୱେ ସ୍ବାମୀଙ୍କ ହଠାତ୍‌ ମୃତ୍ୟୁରେ ଭାଙ୍ଗି ନ ପଡି ପ୍ରଫେଶନାଲ ବିଜନେସ ମହିଳା ପରି ସବୁକାମ ବୁଝିଥିଲେ। ସାବିତ୍ରୀଙ୍କ ପାଇଁ ଏହା ସହଜ ନ ଥିଲା। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଜିନ୍ଦଲ ପରିବାରରେ ଅଧିକାଂଶ ମହିଳା ଘରର ଦାୟିତ୍ୱ ନିଅନ୍ତି। ଆଉ ପୁରୁଷମାନେ ବ୍ୟବସାୟ କରନ୍ତି। ଏହି କାରଣରୁ ତାଙ୍କୁ ସ୍ବାମୀଙ୍କ ବ୍ୟବସାୟ ପରିଚାଳନା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା।

ସ୍ବର୍ଗତ ଓମ ପ୍ରକାଶ ଜିନ୍ଦଲ ସ୍ବଦେଶୀ ନିର୍ମାତା ଭାବରେ ଜିନ୍ଦଲ ଗ୍ରୁପକୁ ହରିୟାଣାର ହିସାରରେ ପ୍ରତିଷ୍ଠିତ କରିଥିଲେ। ଆଜି ଏହି ଗ୍ରୁପ୍‌ ଭାରତର ସବୁଠାରୁ ବଡ ବ୍ୟବସାୟ ଗ୍ରୁପ୍‌ ମଧ୍ୟରୁ ଗୋଟିଏ। ସାବିତ୍ରୀଙ୍କ ୯ଜଣ ସନ୍ତାନଙ୍କ ମଧ୍ୟରୁ ୪ଜଣ ପୁଅ କମ୍ପାନୀର ବିଭିନ୍ନ ଦାୟିତ୍ୱରେ ଅଛନ୍ତି। ଇସ୍ପାତ, ଶକ୍ତି, ଭିତ୍ତିଭୂମି, ସିମେଣ୍ଟ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜିନ୍ଦଲ ଗ୍ରୁପ ନିଜର ପରିଚୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?