Posted inଖେଳ

ନକ୍‌ ଆଉଟରେ ନେଦରଲାଣ୍ଡ୍ସ, ସେନେଗାଲ

ଦୋହା, ୩୦।୧୧: ନେଦରଲାଣ୍ଡ୍ସ ଓ ସେନେଗାଲ ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ‘ଏ’ରେ ମଙ୍ଗଳବାର ଅନୁଷ୍ଠିତ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଆୟୋଜକ କାତାରକୁ ଏବଂ ସେନେଗାଲ ୨-୧ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି। ସେନେଗାଲ ଶେଷଥରପାଇଁ ୨୦୦୨ରେ କ୍ୱାର୍ଟର ଫାଇନାଲ ଖେଳିଥିଲା। ଅର୍ଥାତ୍‌ ଦୀର୍ଘ ୨୦ ବର୍ଷପରେ ଏହିଦଳ ରାଉଣ୍ଡ ଅଫ୍‌ ୧୬ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଅଲ୍‌ ବାୟତ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ କାତାର ବିପକ୍ଷରେ ନେଦରଲାଣ୍ଡ୍ସର କୋଡି ଗାକ୍‌ପୋ ୨୬ ଓ ଫ୍ରେଙ୍କି ଡି ଜଙ୍ଗ ୪୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବଲ୍‌ ପୋଜେଶନଠାରୁ ଆରମ୍ଭ କରି ଶଟ୍‌, ଟାର୍ଗେଟ ଶଟ୍‌, ପାସ୍‌, କର୍ନର୍ସ ଆଦି ସବୁଥିରେ ନେଦରଲାଣ୍ଡ୍ସ ଆଗରେ ରହିଥିଲା। ଅନ୍ୟପକ୍ଷରେ ଆୟୋଜକ କାତାରର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରୁ ଶେଷ ହୋଇଛି। ଦଳ ଗୋଟିଏ ହେଲେ ମ୍ୟାଚ ଜିତିବାରେ ସକ୍ଷମ ହୋଇନାହିଁ। କାତାର ଗୋଟିଏ ଗୋଲ ଦେଇଥିବାବେଳେ ୭ଟି ଗୋଲ ବରଣ କରିଛି। ନେଦରଲାଣ୍ଡ୍ସ ପୂର୍ବରୁ ୧୯୭୪, ୧୯୭୮, ୨୦୧୦ରେ ରନରଅପ୍‌ ହୋଇଥିବାବେଳେ ୨୦୧୪ରେ ତୃତୀୟ ଏବଂ ୧୯୯୮ରେ ଚତୁର୍ଥସ୍ଥାନ ଅଧିକାର କରିଥିଲା। ୨୦୧୮ ଗତ ସଂସ୍କରଣରେ କିନ୍ତୁ ଦଳ ଯୋଗ୍ୟତା ହାସଲ କରିପାରି ନ ଥିଲା।
ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ସେନେଗାଲ-ଇକ୍ୱେଡର ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଶେଷରେ ସେନେଗାଲ ବାଜି ମାରିଥିଲା। ଇକ୍ୱେଡର ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ସେନେଗାଲକୁ ପେନାଲ୍ଟି ମିଳିଥିଲା। ଇସମାଇଲା ସର୍‌ ୪୪ତମ ମିନିଟରେ ଏହାକୁ ଗୋଲରେ ପରିଣତ କରି ଦଳକୁ ଅଗ୍ରଣୀ ଦେଇଥିଲେ। ୬୭ତମ ମିନିଟରେ ଇକ୍ୱେଡରର ମୋଇସେସ କାଇସେଡେଶ ଗୋଲଟି ପରିଶୋଧ କରି ଦେଇଥିବାବେଳେ ୭୦ତମ ମିନିଟରେ ସେନେଗାଲର କାଲିଡୋ କୌଲିବାଲି ଦେଇଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ଅନ୍ୟପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଇକ୍ୱେଡରର ଅଭିଯାନ ଏଥର ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ଶେଷ ହୋଇ ଯାଇଥିଲା। ସେନେଗାଲ ଶେଷଥରପାଇଁ ୨୦୦୨ରେ କ୍ୱାର୍ଟର ଫାଇନାଲ ଖେଳିଥିଲା। ଚଳିତ ବିଶ୍ୱକପରେ ପ୍ରଥମ ଆଫ୍ରିକୀୟ ଦେଶଭାବରେ ସେନେଗାଲ ୨ଟି ମ୍ୟାଚ ଜିତି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି। ପୂର୍ବ ମ୍ୟାଚରେ ଏହି ଦଳ କାତାରକୁ ୩-୧ ଗୋଲରେ ପରାସ୍ତ କରିଥିଲା। ଫଳରେ ଦୀର୍ଘ ୨୦ ବର୍ଷପରେ ସେନେଗାଲ ରାଉଣ୍ଡ ଅଫ୍‌ ୧୬ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri