Posted inଖେଳ

‘ନୂଆ ଚ୍ୟାଲେଞ୍ଜ ପାଇଁ ନେଦରଲାଣ୍ଡ୍ସ ପ୍ରସ୍ତୁତ’

ଭୁବନେଶ୍ୱର, ୫।୧ (କ୍ରୀଡ଼ା ପ୍ରତିନିଧି): ପାଖେଇ ଆସିଛି ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ। ମେଗା ପ୍ରତିଯୋଗିତା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପ୍ରସ୍ତୁତ। ଭାରତୀୟ ଦଳ ଡିସେମ୍ବର ୨୭ରୁ ରାଉରକେଲାରେ ପହଞ୍ଚତ୍ ଅଭ୍ୟାସ ଆରମ୍ଭ କରିଥିବାବେଳେ ବିଶ୍ୱକପ୍‌ ଟ୍ରଫି ଟୁର୍‌ ରାଜ୍ୟ ଭ୍ରମଣରେ ରହିଛି। ଏପଟେ ବୁଧବାର ଭୁବନେଶ୍ୱରରେ ଆସି ପହଞ୍ଚତ୍ଛି ଗତ ସଂସ୍କରଣର ରନରଅପ୍‌ ନେଦରଲାଣ୍ଡ୍ସ। ଆଗାମୀ ଟୁର୍ନାମେଣ୍ଟ ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପାଦ ଦେଇଛି। ଗୁରୁବାର ପ୍ରଥମ ପଦାର୍ପଣକାରୀ ଚିଲି ଦଳ ଆସି ଏଠାରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି। ଫଳରେ ସ୍ବାଭାବିକ ଭାବେ ସାରା ଓଡ଼ିଶାରେ ଏବେ ହକି ଫିଭର। ନୂଆ ରୂପରେ ସଜେଇ ହେଉଛି ଭୁବନେଶ୍ୱର ଓ ରାଉରକେଲା ସମେତ ସାରା ଓଡ଼ିଶା।

କ୍ୱାର୍ଟର ଫାଇନାଲ ଆମର ପ୍ରଥମ ଲକ୍ଷ୍ୟ

୩ ଥର ବିଶ୍ୱ ଚାମ୍ପିୟନ ନେଦରଲାଣ୍ଡ୍ସ ଦଳକୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଥିଏରି ବ୍ରିଙ୍କ୍‌ମାନଙ୍କ ନେତୃତ୍ୱାଧୀନ ଦଳ ଭୁବନେଶ୍ୱରରେ ବିଶ୍ୱକପ୍‌ ପାଇଁ ଅନ୍ତିମ ପ୍ରସ୍ତୁତି କରିବ। ଏହାପରେ ଚଳିତ ମାସ ୧୦ ତାରିଖରେ ରାଉରକେଲା ଯିବ। ସେଠାରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ଦଳ ୧୪ ତାରିଖରେ ମାଲେସିଆ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ବିଶ୍ୱକପ୍‌ ଇତିହାସରେ ନେଦରଲାଣ୍ଡ୍ସ ଏକ ଶକ୍ତିଶାଳୀ ଦଳ ଭାବେ ବେଶ୍‌ ପରିଚିତ। ୧୯୭୩, ୧୯୯୦ ଓ ୧୯୯୮ରେ ଏହି ଦଳ ଟାଇଟଲ ହାସଲ କରିଥିବାବେଳେ ୪ ଥର ରୌପ୍ୟ ପଦକ ପାଇଛି। ଏହା ମଧ୍ୟରେ ଗତ ୨ ସଂସ୍କରଣ ସାମିଲ। ୧୯୭୮, ୧୯୯୪, ୨୦୧୪ ଓ ୨୦୧୮ରେ ଏହି ଦଳ ରନରଅପ୍‌ ହୋଇଛି। ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିଯୋଗିତାରେ ନେଦରଲାଣ୍ଡ୍ସ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା। ସେଠାରେ ବେଲଜିୟମଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା। ସମାନ ଭେନ୍ୟୁରେ ଦ୍ୱିତୀୟ ଥର ପାଇଁ ଖେଳିବାକୁ ଯାଉଥିବାରୁ ଏହି ଦଳ ପୂର୍ବଭଳି ପ୍ରଦର୍ଶନ ଆଶା ରଖିଛି। ମାତ୍ର ଏଥର ଦଳକୁ କିଛି ନୂଆ ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୋଚ୍‌ ଜେରୋନ ଡେଲମି ସ୍ବୀକାର କରିଛନ୍ତି। ”ଆମେ ଗେମ୍‌ ପରେ ଗେମ୍‌ ଫାଇଟ୍‌ କରିବୁ। କ୍ୱାର୍ଟର ଫାଇନାଲ ପ୍ରବେଶ ଆମର ପ୍ରଥମ ଟାର୍ଗେଟ ରହିବ। ଏହାପରେ ସେମିଫାଇନାଲ ଏବଂ ସ୍ବାଭାବିକ ଭାବେ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରହିବ। ଯଦି ଏହା ସମ୍ଭବ ହୁଏ ତେବେ ଆମେ ଟୁର୍ନାମେଣ୍ଟ ଜିତିପାରିବୁ। ଏବେକାର ନେଦରଲାଣ୍ଡ୍ସ ଏକ ଭିନ୍ନ ଦଳ। ଗତ ସଂସ୍କରଣ ଖେଳିଥିବା ଦଳ ସହ ଏହାର ତୁଳନା କରାଯାଇ ପାରିବନାହିଁ। ଦଳରେ ବିଶେଷ ଅଭିଜ୍ଞ ଖେଳାଳି ନାହାନ୍ତି। ତେଣୁ ଅନଭିଜ୍ଞତା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହେବ। ଆମେ ଏହି ଚ୍ୟାଲେଞ୍ଜକୁ କିପରି ସାମ୍ନା କରିପାରୁଛୁ ତା’ ଉପରେ ଅନେକକିଛି ନିର୍ଭର କରିବ। ତେବେ ଦଳକୁ ନେଇ ମୁଁ ଅନେକ ଆଶାବାଦୀ“ ବୋଲି ଡେଲମି ପ୍ରକାଶ କରିଛନ୍ତି।

ଖୁସି ଲାଗୁଛି: ବ୍ରିଙ୍କ୍‌ମାନ

ବିଶ୍ୱକପ୍‌ ପାଇଁ ଗତ କିଛି ମାସ ମଧ୍ୟରେ ଦଳର ପ୍ରସ୍ତୁତିକୁ ନେଇ ସନ୍ତୁଷ୍ଟ ଅଛନ୍ତି ଅଧିନାୟକ ଥିଏରି ବ୍ରିଙ୍କ୍‌ମାନ। ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ବିଶ୍ୱକପ୍‌ ପାଇଁ ଗତ କିଛିମାସ ଧରି ଆମେ ପ୍ରସ୍ତୁତି ଚଳାଇ ଆସିଛୁ। ତେଣୁ ଟୁର୍ନାମେଣ୍ଟ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଁ କହିପାରିବି। ଆମେ ଏବେ ଭାରତରେ ପହଞ୍ଚତ୍ଛୁ। ସାମୟିକ ବିଶ୍ରାମ ନେଇ ପ୍ରଥମ ମ୍ୟାଚ ପାଇଁ ଅଭ୍ୟାସ ଆରମ୍ଭ କରିବୁ। ପୁଣିଥରେ ଭାରତ ଆସିଥିବାରୁ ବହୁତ ଖୁସି ଲାଗୁଛି। ବିଶେଷ କରି ଏଠାକାର ହକି ପ୍ରଶଂସକଙ୍କ ସମ୍ମୁଖରେ ଖେଳିବା ପାଇଁ ବହୁତ ଆଗ୍ରହୀ ଅଛି“ ବୋଲି ବ୍ରିଙ୍କ୍‌ମାନ କହିଛନ୍ତି। ଟୁର୍ନାମେଣ୍ଟରେ ପ୍ରଦର୍ଶନର ଛାପ ଛାଡ଼ିବା ଭଳି ଅନେକ ଖେଳାଳି ଦଳରେ ରହିଛନ୍ତି। ସେମାନେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜୋରିଟ କ୍ରୁନ୍‌, ଜୋନାସ ଡି ଜିଉସ ଓ ଗୋଲକିପର ପିରମିନ ବ୍ଲାକ୍‌ଙ୍କ ଉପରେ ନିଶ୍ଚିତ ନଜର ରହିବ। ବ୍ୟକ୍ତିଗତ ଭାବେ ମୁଁ ଗୋଲ ସ୍କୋର କରି ହକି ଦର୍ଶକଙ୍କ ମନୋରଞ୍ଜନ କରିବା ଲକ୍ଷ୍ୟ ରଖିଛି ବୋଲି ବ୍ରିଙ୍କ୍‌ମାନ ପ୍ରକାଶ କରିଛନ୍ତି।

ନେଦରଲାଣ୍ଡ୍ସ ପୁଲ୍‌ ‘ସି’ରେ ଚିଲି, ମାଲେସିଆ ଓ ନ୍ୟୁଜିଲାଣ୍ଡ ସହ ସ୍ଥାନ ପାଇଛି। ବିର୍ସାମୁଣ୍ଡା ଷ୍ଟାଡିୟମରେ ୧୪ରେ ମାଲେସିଆ ବିପକ୍ଷ ମ୍ୟାଚ ପରେ ଏହି ଦଳ ୧୬ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହାପରେ ଭୁବନେଶ୍ୱର ଆସି ୧୯ ତାରିଖରେ ଚିଲି ବିପକ୍ଷରେ ମ୍ୟାଚ ଖେଳିବ। ନେଦରଲାଣ୍ଡ୍ସର ସମସ୍ତ ଗ୍ରୁପ୍‌ ମ୍ୟାଚ ଅପରାହ୍ନ ୩ଟାରେ ଆରମ୍ଭ ହେବ।

ଅଭ୍ୟାସ ଆରମ୍ଭ

ସକାଳୁ ଭୁବନେଶ୍ୱରରେ ପହଞ୍ଚିଥିବା ନେଦରଲାଣ୍ଡ୍ସ ଦଳ ଅପରାହ୍ନରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଅଭ୍ୟାସ ଆରମ୍ଭ କରିଛି। ଖେଳାଳିମାନେ ମୁଖ୍ୟତଃ ଶାରୀରିକ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri