Posted inଖେଳ

‘ନୂଆ ଚ୍ୟାଲେଞ୍ଜ ପାଇଁ ନେଦରଲାଣ୍ଡ୍ସ ପ୍ରସ୍ତୁତ’

ଭୁବନେଶ୍ୱର, ୫।୧ (କ୍ରୀଡ଼ା ପ୍ରତିନିଧି): ପାଖେଇ ଆସିଛି ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ। ମେଗା ପ୍ରତିଯୋଗିତା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପ୍ରସ୍ତୁତ। ଭାରତୀୟ ଦଳ ଡିସେମ୍ବର ୨୭ରୁ ରାଉରକେଲାରେ ପହଞ୍ଚତ୍ ଅଭ୍ୟାସ ଆରମ୍ଭ କରିଥିବାବେଳେ ବିଶ୍ୱକପ୍‌ ଟ୍ରଫି ଟୁର୍‌ ରାଜ୍ୟ ଭ୍ରମଣରେ ରହିଛି। ଏପଟେ ବୁଧବାର ଭୁବନେଶ୍ୱରରେ ଆସି ପହଞ୍ଚତ୍ଛି ଗତ ସଂସ୍କରଣର ରନରଅପ୍‌ ନେଦରଲାଣ୍ଡ୍ସ। ଆଗାମୀ ଟୁର୍ନାମେଣ୍ଟ ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପାଦ ଦେଇଛି। ଗୁରୁବାର ପ୍ରଥମ ପଦାର୍ପଣକାରୀ ଚିଲି ଦଳ ଆସି ଏଠାରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି। ଫଳରେ ସ୍ବାଭାବିକ ଭାବେ ସାରା ଓଡ଼ିଶାରେ ଏବେ ହକି ଫିଭର। ନୂଆ ରୂପରେ ସଜେଇ ହେଉଛି ଭୁବନେଶ୍ୱର ଓ ରାଉରକେଲା ସମେତ ସାରା ଓଡ଼ିଶା।

କ୍ୱାର୍ଟର ଫାଇନାଲ ଆମର ପ୍ରଥମ ଲକ୍ଷ୍ୟ

୩ ଥର ବିଶ୍ୱ ଚାମ୍ପିୟନ ନେଦରଲାଣ୍ଡ୍ସ ଦଳକୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଥିଏରି ବ୍ରିଙ୍କ୍‌ମାନଙ୍କ ନେତୃତ୍ୱାଧୀନ ଦଳ ଭୁବନେଶ୍ୱରରେ ବିଶ୍ୱକପ୍‌ ପାଇଁ ଅନ୍ତିମ ପ୍ରସ୍ତୁତି କରିବ। ଏହାପରେ ଚଳିତ ମାସ ୧୦ ତାରିଖରେ ରାଉରକେଲା ଯିବ। ସେଠାରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ଦଳ ୧୪ ତାରିଖରେ ମାଲେସିଆ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ବିଶ୍ୱକପ୍‌ ଇତିହାସରେ ନେଦରଲାଣ୍ଡ୍ସ ଏକ ଶକ୍ତିଶାଳୀ ଦଳ ଭାବେ ବେଶ୍‌ ପରିଚିତ। ୧୯୭୩, ୧୯୯୦ ଓ ୧୯୯୮ରେ ଏହି ଦଳ ଟାଇଟଲ ହାସଲ କରିଥିବାବେଳେ ୪ ଥର ରୌପ୍ୟ ପଦକ ପାଇଛି। ଏହା ମଧ୍ୟରେ ଗତ ୨ ସଂସ୍କରଣ ସାମିଲ। ୧୯୭୮, ୧୯୯୪, ୨୦୧୪ ଓ ୨୦୧୮ରେ ଏହି ଦଳ ରନରଅପ୍‌ ହୋଇଛି। ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିଯୋଗିତାରେ ନେଦରଲାଣ୍ଡ୍ସ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା। ସେଠାରେ ବେଲଜିୟମଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା। ସମାନ ଭେନ୍ୟୁରେ ଦ୍ୱିତୀୟ ଥର ପାଇଁ ଖେଳିବାକୁ ଯାଉଥିବାରୁ ଏହି ଦଳ ପୂର୍ବଭଳି ପ୍ରଦର୍ଶନ ଆଶା ରଖିଛି। ମାତ୍ର ଏଥର ଦଳକୁ କିଛି ନୂଆ ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୋଚ୍‌ ଜେରୋନ ଡେଲମି ସ୍ବୀକାର କରିଛନ୍ତି। ”ଆମେ ଗେମ୍‌ ପରେ ଗେମ୍‌ ଫାଇଟ୍‌ କରିବୁ। କ୍ୱାର୍ଟର ଫାଇନାଲ ପ୍ରବେଶ ଆମର ପ୍ରଥମ ଟାର୍ଗେଟ ରହିବ। ଏହାପରେ ସେମିଫାଇନାଲ ଏବଂ ସ୍ବାଭାବିକ ଭାବେ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରହିବ। ଯଦି ଏହା ସମ୍ଭବ ହୁଏ ତେବେ ଆମେ ଟୁର୍ନାମେଣ୍ଟ ଜିତିପାରିବୁ। ଏବେକାର ନେଦରଲାଣ୍ଡ୍ସ ଏକ ଭିନ୍ନ ଦଳ। ଗତ ସଂସ୍କରଣ ଖେଳିଥିବା ଦଳ ସହ ଏହାର ତୁଳନା କରାଯାଇ ପାରିବନାହିଁ। ଦଳରେ ବିଶେଷ ଅଭିଜ୍ଞ ଖେଳାଳି ନାହାନ୍ତି। ତେଣୁ ଅନଭିଜ୍ଞତା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହେବ। ଆମେ ଏହି ଚ୍ୟାଲେଞ୍ଜକୁ କିପରି ସାମ୍ନା କରିପାରୁଛୁ ତା’ ଉପରେ ଅନେକକିଛି ନିର୍ଭର କରିବ। ତେବେ ଦଳକୁ ନେଇ ମୁଁ ଅନେକ ଆଶାବାଦୀ“ ବୋଲି ଡେଲମି ପ୍ରକାଶ କରିଛନ୍ତି।

ଖୁସି ଲାଗୁଛି: ବ୍ରିଙ୍କ୍‌ମାନ

ବିଶ୍ୱକପ୍‌ ପାଇଁ ଗତ କିଛି ମାସ ମଧ୍ୟରେ ଦଳର ପ୍ରସ୍ତୁତିକୁ ନେଇ ସନ୍ତୁଷ୍ଟ ଅଛନ୍ତି ଅଧିନାୟକ ଥିଏରି ବ୍ରିଙ୍କ୍‌ମାନ। ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ବିଶ୍ୱକପ୍‌ ପାଇଁ ଗତ କିଛିମାସ ଧରି ଆମେ ପ୍ରସ୍ତୁତି ଚଳାଇ ଆସିଛୁ। ତେଣୁ ଟୁର୍ନାମେଣ୍ଟ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଁ କହିପାରିବି। ଆମେ ଏବେ ଭାରତରେ ପହଞ୍ଚତ୍ଛୁ। ସାମୟିକ ବିଶ୍ରାମ ନେଇ ପ୍ରଥମ ମ୍ୟାଚ ପାଇଁ ଅଭ୍ୟାସ ଆରମ୍ଭ କରିବୁ। ପୁଣିଥରେ ଭାରତ ଆସିଥିବାରୁ ବହୁତ ଖୁସି ଲାଗୁଛି। ବିଶେଷ କରି ଏଠାକାର ହକି ପ୍ରଶଂସକଙ୍କ ସମ୍ମୁଖରେ ଖେଳିବା ପାଇଁ ବହୁତ ଆଗ୍ରହୀ ଅଛି“ ବୋଲି ବ୍ରିଙ୍କ୍‌ମାନ କହିଛନ୍ତି। ଟୁର୍ନାମେଣ୍ଟରେ ପ୍ରଦର୍ଶନର ଛାପ ଛାଡ଼ିବା ଭଳି ଅନେକ ଖେଳାଳି ଦଳରେ ରହିଛନ୍ତି। ସେମାନେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜୋରିଟ କ୍ରୁନ୍‌, ଜୋନାସ ଡି ଜିଉସ ଓ ଗୋଲକିପର ପିରମିନ ବ୍ଲାକ୍‌ଙ୍କ ଉପରେ ନିଶ୍ଚିତ ନଜର ରହିବ। ବ୍ୟକ୍ତିଗତ ଭାବେ ମୁଁ ଗୋଲ ସ୍କୋର କରି ହକି ଦର୍ଶକଙ୍କ ମନୋରଞ୍ଜନ କରିବା ଲକ୍ଷ୍ୟ ରଖିଛି ବୋଲି ବ୍ରିଙ୍କ୍‌ମାନ ପ୍ରକାଶ କରିଛନ୍ତି।

ନେଦରଲାଣ୍ଡ୍ସ ପୁଲ୍‌ ‘ସି’ରେ ଚିଲି, ମାଲେସିଆ ଓ ନ୍ୟୁଜିଲାଣ୍ଡ ସହ ସ୍ଥାନ ପାଇଛି। ବିର୍ସାମୁଣ୍ଡା ଷ୍ଟାଡିୟମରେ ୧୪ରେ ମାଲେସିଆ ବିପକ୍ଷ ମ୍ୟାଚ ପରେ ଏହି ଦଳ ୧୬ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହାପରେ ଭୁବନେଶ୍ୱର ଆସି ୧୯ ତାରିଖରେ ଚିଲି ବିପକ୍ଷରେ ମ୍ୟାଚ ଖେଳିବ। ନେଦରଲାଣ୍ଡ୍ସର ସମସ୍ତ ଗ୍ରୁପ୍‌ ମ୍ୟାଚ ଅପରାହ୍ନ ୩ଟାରେ ଆରମ୍ଭ ହେବ।

ଅଭ୍ୟାସ ଆରମ୍ଭ

ସକାଳୁ ଭୁବନେଶ୍ୱରରେ ପହଞ୍ଚିଥିବା ନେଦରଲାଣ୍ଡ୍ସ ଦଳ ଅପରାହ୍ନରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଅଭ୍ୟାସ ଆରମ୍ଭ କରିଛି। ଖେଳାଳିମାନେ ମୁଖ୍ୟତଃ ଶାରୀରିକ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri