ଗାଜାରେ ପଶିଲେ ନେତାନ୍ୟାହୁ

ତେଲ୍‌ ଆଭିଭ୍‌/ ଗାଜା ସିଟି,୨୭ା୧୧: ଗାଜାର କିଛି ଭାଗକୁ ଇସ୍ରାଏଲୀ ସୈନ୍ୟ ଦଖଲ କରିଥିବାବେଳେ ସେମାନଙ୍କ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନିଜ ବରିଷ୍ଠ ସହଯୋଗୀମାନଙ୍କ ସହିତ ରବିବାର ହମାସ୍‌ ଶାସିତ ଉପକୂଳ ଷ୍ଟ୍ରିପ୍‌କୁ ପ୍ରବେଶ କରିଛନ୍ତି। ଯୁଦ୍ଧ ଶେଷ ହେବା ଯାଏ ଲଢ଼େଇ ଜାରି ରହିବ କହି ନେତାନ୍ୟାହୁ ଇସ୍ରାଏଲୀ ସୈନ୍ୟମାନଙ୍କ ମନୋବଳ ବଢ଼ାଇଛନ୍ତି।
ଗାଜାରେ ନେତାନ୍ୟାହୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସେ କମାଣ୍ଡର ଓ ସୈନ୍ୟମାନଙ୍କ ସହ ହମାସ୍‌ ଆତଙ୍କବାଦୀଙ୍କ ଏକ ଟନେଲକୁ ଯାଇ ଦେଖିଥିଲେ। ନେତାନ୍ୟାହୁ କହିଥିଲେ, ଗାଜା ଷ୍ଟ୍ରିପ୍‌ରେ ଆମେ ବୀର ସୈନିକମାନଙ୍କ ସହ ଉପସ୍ଥିତ ଅଛୁ। ଆମ ପଣବନ୍ଦୀମାନଙ୍କୁ ଫେରାଇ ନେବା ପାଇଁ ସବୁପ୍ରକାର ଉଦ୍ୟମ କରୁଛୁ। ଶେଷରେ ସେମାନଙ୍କୁ ସମସ୍ତଙ୍କୁ ଫେରାଇ ନେବୁ। ଯୁଦ୍ଧ ଲଢ଼ିବା ପଛରେ ଆମର ତିନୋଟି ଉଦ୍ଦେଶ୍ୟ ରହିଛି। ହମାସ୍‌ର ମୂଳୋତ୍ପାଟନ, ନିଜ ପଣବନ୍ଦୀଙ୍କ ପ୍ରତ୍ୟାବର୍ତ୍ତନ ଏବଂ ଇସ୍ରାଏଲ୍‌ ପାଇଁ ଗାଜା ଯେପରି ବିପଦ ନ ସାଜିବ, ତାହା ସୁନିଶ୍ଚିତ କରିବା ବୋଲି ସ୍ଥଳଭାଗରେ ମୁତୟନ ହୋଇଥିବା ଇସ୍ରାଏଲୀ ସୈନ୍ୟମାନଙ୍କୁ ସେ କହିଥିଲେ। ନେତାନ୍ୟାହୁ ଆହୁରି ଦୃଢ଼ୋକ୍ତି ପ୍ରକାଶ କରିଥିଲେ, ଆମକୁ କେହି ରୋକିପାରିବେ ନାହିଁ। ଆମ ପାଖରେ ସୈନ୍ୟ, ଶକ୍ତି, ଇଚ୍ଛାଶକ୍ତି, ପ୍ରତିଶ୍ରୁତିବଦ୍ଧତା ରହିଛି। ଲକ୍ଷ୍ୟପୂରଣ ପାଇଁ ଏସବୁ କାମରେ ଆସିବ। ନେତାନ୍ୟାହୁଙ୍କ ସହ ତାଙ୍କ ଚିଫ୍‌ ଅଫ୍‌ ଷ୍ଟାଫ ଜାଚି ବ୍ରାଭେରମ୍ୟାନ୍‌, ନ୍ୟାଶନାଲ ସିକ୍ୟୁରିଟି କାଉନସିଲ୍‌ ଡାଇରେକ୍ଟର ଜାଚି ହାନେଗବି, ସାମରିକ ସଚିବ ମେଜର ଜେନେରାଲ ଆଭି ଗିଲ୍‌ ଏବଂ ଇସ୍ରାଏଲ ଡିଫେନ୍ସ ଫୋର୍ସେସ (ଆଇଡିଏଫ୍‌) ଉପମୁଖ୍ୟ ମେଜର ଜେନେରାଲ ଅମିର ବାରାମ ଉପସ୍ଥିତ ଥିଲେ।

‘ମୋ ପରି ଯନ୍ତ୍ରଣା କେହି ଭୋଗି ନ ଥିବେ’

ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୪ ଦିନିଆ ଅସ୍ତ୍ରବିରତି ସୋମବାର ଶେଷ ହେବାକୁ ଯାଉଛି। ପ୍ରଥମ ଦିନ ଇସ୍ରାଏଲ ୩୯ ପାଲେଷ୍ଟିନୀୟଙ୍କୁ ନିଜ ଜେଲରୁ ଛାଡ଼ିଥିଲା। ଶନିବାର ବିଳମ୍ବିତ ରାତିରେ ଆଉ କେତେଜଣ ପାଲେଷ୍ଟିନୀୟଙ୍କୁ ମୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଇସ୍‌ରା ଜାବିସ୍‌ ଅନ୍ୟତମ।
ରବିବାର ଭୋର ସକାଳେ ମୁକୁଳିଥିବା ୩୯ ପାଲେଷ୍ଟିନୀୟଙ୍କ ମଧ୍ୟରେ ରହିଛନ୍ତି ଜଣେ ଜଣାଶୁଣା ମହିଳା। ନଁା ତାଙ୍କର ଇସ୍‌ରା ଜାବିସ୍‌। ୨୦୧୫ ଅକ୍ଟୋବର ୧୧ରେ ଇସ୍‌ରା ନିଜ କାର୍‌ ଚଳାଇ ଯାଉଥିବାବେଳେ ଜେରୁଜେଲମ୍‌ ନିକଟସ୍ଥ ଏକ ତନଖି ଫାଟକରେ ବିସ୍ଫୋରଣ ହୋଇଥିଲା। ଏଥିରେ ତାଙ୍କ ଚେହେରା ସମ୍ପୂର୍ଣ୍ଣ ବିଗିଡ଼ିଯାଇଥିବାବେଳେ ଜଣେ ଇସ୍ରାଏଲୀ ପୋଲିସ ଅଫିସର ଗୁରୁତର ଆହତ ହୋଇଥିଲେ। ଇସ୍‌ରାଙ୍କ ମତରେ ଏହା ଏକ ଦୁର୍ଘଟଣାଜନିତ ଅଗ୍ନିକାଣ୍ଡ ଥିଲା ବୋଲି ବନ୍ଦୀ ଅଧିକାରୀ ସଙ୍ଗଠନ ଆଡାମିର ପକ୍ଷରୁ କୁହାଯାଇଥିଲା। କିନ୍ତୁ ଇସ୍ରାଏଲ କର୍ତ୍ତୃପକ୍ଷ ଏହାକୁ ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି ଅଭିହିତ କରିଥିଲେ। ହତ୍ୟା ଉଦ୍ୟମ ଅଭିଯୋଗରେ ତାଙ୍କୁ ଇସ୍ରାଏଲର ଏକ ଜେଲରେ ରଖାଯାଇଥିଲା। ୧୯୮୪ ଜୁଲାଇ ୨୨ରେ ଜନ୍ମିତ ଇସ୍‌ରାଙ୍କ କାହାଣୀ ‘ଆଡ୍‌ଭୋକେଟ୍‌’ ଡକ୍ୟୁମେଣ୍ଟାରିରେ ଦେଖିବାକୁ ମିଳିଥିଲା। ଇସ୍‌ରାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ମହିଳା ଓକିଲ ଲି ସେମେଲଙ୍କ ଜୀବନୀକୁ ନେଇ ଗତିଶୀଳ ହୋଇଥିଲା। ଏହି ବୃତ୍ତଚିତ୍ର ୨୦୧୯ରେ ରିଲିଜ୍‌ ହୋଇ ଏକାଡେମୀ ପୁରସ୍କାର ପାଇଁ ଶର୍ଟଲିଷ୍ଟ ହୋଇଥିଲା। ଜେଲରୁ ମୁକୁଳିବା ପରେ ଇସ୍‌ରା କହିଛନ୍ତି, ମୋ ଭଳି ଯନ୍ତ୍ରଣା କେହି ଭୋଗି ନ ଥିବେ।

ପଞ୍ଚମ ଦିନକୁ ଅପେକ୍ଷା

ଯୁଦ୍ଧବିରତି ରବିବାର ତୃତୀୟ ଦିନରେ ପହଞ୍ଚତ୍ଥିବାବେଳେ ଗାଜା ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ଆଉ ୧୪ ଇସ୍ରାଏଲୀ ଓ ୩ ବିଦେଶୀ ନାଗରିକଙ୍କୁ ମୁକ୍ତ କରିଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ହମାସ୍‌ର ଏକ ବରିଷ୍ଠ କମାଣ୍ଡରଙ୍କୁ ଇସ୍ରାଏଲୀ ସୈନ୍ୟ ହତ୍ୟା କରିଛନ୍ତି।
ଯୁଦ୍ଧବିରତି ସନ୍ଧିର ସର୍ତ୍ତ ଉଲ୍ଲଂଘନ କରୁଥିବା ନେଇ ହମାସ୍‌ ଅଭିଯୋଗ ଆଣିବା ପରେ ଶନିବାର ଦ୍ୱିତୀୟ ଦିନର ବନ୍ଦୀ ବିନିମୟ ବିଳମ୍ବିତ ହୋଇଥିଲା। ପରେ ହମାସ୍‌ ୧୩ ଇସ୍ରାଏଲୀ ଓ ୪ ଥାଇଙ୍କୁ ମୁକ୍ତ କରିଥିଲା।
ହମାସ୍‌ ପକ୍ଷରୁ ଆଉ ୧୪ ଇସ୍ରାଏଲୀଙ୍କ ସମେତ ୧୭ ଜଣଙ୍କୁ ଛଡ଼ାଯାଇଛି। ଏହା ବଦଳରେ ଇସ୍ରାଏଲ ୩୯ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଛାଡ଼ିଦେଇଥିଲା।
ଇସ୍ରାଏଲ କହିଛି, ହମାସ୍‌ ୧୦ ପଣବନ୍ଦୀଙ୍କୁ ଛାଡ଼ିଲେ ଆମେ ଦିନେ ଅସ୍ତ୍ରବିରତି କରିବାକୁ ପ୍ରସ୍ତୁତ। ସୋମବାର ଚତୁର୍ଥ ଦିନ ଅବଧି ଶେଷ ହେବା ପରେ ପଞ୍ଚମ ଦିନରେ ଉଭୟ ପକ୍ଷ କ’ଣ କରିବେ ତା’ ଉପରେ ବିଶ୍ୱବାସୀଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri