ଗାଜାରେ ପଶିଲେ ନେତାନ୍ୟାହୁ

ତେଲ୍‌ ଆଭିଭ୍‌/ ଗାଜା ସିଟି,୨୭ା୧୧: ଗାଜାର କିଛି ଭାଗକୁ ଇସ୍ରାଏଲୀ ସୈନ୍ୟ ଦଖଲ କରିଥିବାବେଳେ ସେମାନଙ୍କ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନିଜ ବରିଷ୍ଠ ସହଯୋଗୀମାନଙ୍କ ସହିତ ରବିବାର ହମାସ୍‌ ଶାସିତ ଉପକୂଳ ଷ୍ଟ୍ରିପ୍‌କୁ ପ୍ରବେଶ କରିଛନ୍ତି। ଯୁଦ୍ଧ ଶେଷ ହେବା ଯାଏ ଲଢ଼େଇ ଜାରି ରହିବ କହି ନେତାନ୍ୟାହୁ ଇସ୍ରାଏଲୀ ସୈନ୍ୟମାନଙ୍କ ମନୋବଳ ବଢ଼ାଇଛନ୍ତି।
ଗାଜାରେ ନେତାନ୍ୟାହୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସେ କମାଣ୍ଡର ଓ ସୈନ୍ୟମାନଙ୍କ ସହ ହମାସ୍‌ ଆତଙ୍କବାଦୀଙ୍କ ଏକ ଟନେଲକୁ ଯାଇ ଦେଖିଥିଲେ। ନେତାନ୍ୟାହୁ କହିଥିଲେ, ଗାଜା ଷ୍ଟ୍ରିପ୍‌ରେ ଆମେ ବୀର ସୈନିକମାନଙ୍କ ସହ ଉପସ୍ଥିତ ଅଛୁ। ଆମ ପଣବନ୍ଦୀମାନଙ୍କୁ ଫେରାଇ ନେବା ପାଇଁ ସବୁପ୍ରକାର ଉଦ୍ୟମ କରୁଛୁ। ଶେଷରେ ସେମାନଙ୍କୁ ସମସ୍ତଙ୍କୁ ଫେରାଇ ନେବୁ। ଯୁଦ୍ଧ ଲଢ଼ିବା ପଛରେ ଆମର ତିନୋଟି ଉଦ୍ଦେଶ୍ୟ ରହିଛି। ହମାସ୍‌ର ମୂଳୋତ୍ପାଟନ, ନିଜ ପଣବନ୍ଦୀଙ୍କ ପ୍ରତ୍ୟାବର୍ତ୍ତନ ଏବଂ ଇସ୍ରାଏଲ୍‌ ପାଇଁ ଗାଜା ଯେପରି ବିପଦ ନ ସାଜିବ, ତାହା ସୁନିଶ୍ଚିତ କରିବା ବୋଲି ସ୍ଥଳଭାଗରେ ମୁତୟନ ହୋଇଥିବା ଇସ୍ରାଏଲୀ ସୈନ୍ୟମାନଙ୍କୁ ସେ କହିଥିଲେ। ନେତାନ୍ୟାହୁ ଆହୁରି ଦୃଢ଼ୋକ୍ତି ପ୍ରକାଶ କରିଥିଲେ, ଆମକୁ କେହି ରୋକିପାରିବେ ନାହିଁ। ଆମ ପାଖରେ ସୈନ୍ୟ, ଶକ୍ତି, ଇଚ୍ଛାଶକ୍ତି, ପ୍ରତିଶ୍ରୁତିବଦ୍ଧତା ରହିଛି। ଲକ୍ଷ୍ୟପୂରଣ ପାଇଁ ଏସବୁ କାମରେ ଆସିବ। ନେତାନ୍ୟାହୁଙ୍କ ସହ ତାଙ୍କ ଚିଫ୍‌ ଅଫ୍‌ ଷ୍ଟାଫ ଜାଚି ବ୍ରାଭେରମ୍ୟାନ୍‌, ନ୍ୟାଶନାଲ ସିକ୍ୟୁରିଟି କାଉନସିଲ୍‌ ଡାଇରେକ୍ଟର ଜାଚି ହାନେଗବି, ସାମରିକ ସଚିବ ମେଜର ଜେନେରାଲ ଆଭି ଗିଲ୍‌ ଏବଂ ଇସ୍ରାଏଲ ଡିଫେନ୍ସ ଫୋର୍ସେସ (ଆଇଡିଏଫ୍‌) ଉପମୁଖ୍ୟ ମେଜର ଜେନେରାଲ ଅମିର ବାରାମ ଉପସ୍ଥିତ ଥିଲେ।

‘ମୋ ପରି ଯନ୍ତ୍ରଣା କେହି ଭୋଗି ନ ଥିବେ’

ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୪ ଦିନିଆ ଅସ୍ତ୍ରବିରତି ସୋମବାର ଶେଷ ହେବାକୁ ଯାଉଛି। ପ୍ରଥମ ଦିନ ଇସ୍ରାଏଲ ୩୯ ପାଲେଷ୍ଟିନୀୟଙ୍କୁ ନିଜ ଜେଲରୁ ଛାଡ଼ିଥିଲା। ଶନିବାର ବିଳମ୍ବିତ ରାତିରେ ଆଉ କେତେଜଣ ପାଲେଷ୍ଟିନୀୟଙ୍କୁ ମୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଇସ୍‌ରା ଜାବିସ୍‌ ଅନ୍ୟତମ।
ରବିବାର ଭୋର ସକାଳେ ମୁକୁଳିଥିବା ୩୯ ପାଲେଷ୍ଟିନୀୟଙ୍କ ମଧ୍ୟରେ ରହିଛନ୍ତି ଜଣେ ଜଣାଶୁଣା ମହିଳା। ନଁା ତାଙ୍କର ଇସ୍‌ରା ଜାବିସ୍‌। ୨୦୧୫ ଅକ୍ଟୋବର ୧୧ରେ ଇସ୍‌ରା ନିଜ କାର୍‌ ଚଳାଇ ଯାଉଥିବାବେଳେ ଜେରୁଜେଲମ୍‌ ନିକଟସ୍ଥ ଏକ ତନଖି ଫାଟକରେ ବିସ୍ଫୋରଣ ହୋଇଥିଲା। ଏଥିରେ ତାଙ୍କ ଚେହେରା ସମ୍ପୂର୍ଣ୍ଣ ବିଗିଡ଼ିଯାଇଥିବାବେଳେ ଜଣେ ଇସ୍ରାଏଲୀ ପୋଲିସ ଅଫିସର ଗୁରୁତର ଆହତ ହୋଇଥିଲେ। ଇସ୍‌ରାଙ୍କ ମତରେ ଏହା ଏକ ଦୁର୍ଘଟଣାଜନିତ ଅଗ୍ନିକାଣ୍ଡ ଥିଲା ବୋଲି ବନ୍ଦୀ ଅଧିକାରୀ ସଙ୍ଗଠନ ଆଡାମିର ପକ୍ଷରୁ କୁହାଯାଇଥିଲା। କିନ୍ତୁ ଇସ୍ରାଏଲ କର୍ତ୍ତୃପକ୍ଷ ଏହାକୁ ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି ଅଭିହିତ କରିଥିଲେ। ହତ୍ୟା ଉଦ୍ୟମ ଅଭିଯୋଗରେ ତାଙ୍କୁ ଇସ୍ରାଏଲର ଏକ ଜେଲରେ ରଖାଯାଇଥିଲା। ୧୯୮୪ ଜୁଲାଇ ୨୨ରେ ଜନ୍ମିତ ଇସ୍‌ରାଙ୍କ କାହାଣୀ ‘ଆଡ୍‌ଭୋକେଟ୍‌’ ଡକ୍ୟୁମେଣ୍ଟାରିରେ ଦେଖିବାକୁ ମିଳିଥିଲା। ଇସ୍‌ରାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ମହିଳା ଓକିଲ ଲି ସେମେଲଙ୍କ ଜୀବନୀକୁ ନେଇ ଗତିଶୀଳ ହୋଇଥିଲା। ଏହି ବୃତ୍ତଚିତ୍ର ୨୦୧୯ରେ ରିଲିଜ୍‌ ହୋଇ ଏକାଡେମୀ ପୁରସ୍କାର ପାଇଁ ଶର୍ଟଲିଷ୍ଟ ହୋଇଥିଲା। ଜେଲରୁ ମୁକୁଳିବା ପରେ ଇସ୍‌ରା କହିଛନ୍ତି, ମୋ ଭଳି ଯନ୍ତ୍ରଣା କେହି ଭୋଗି ନ ଥିବେ।

ପଞ୍ଚମ ଦିନକୁ ଅପେକ୍ଷା

ଯୁଦ୍ଧବିରତି ରବିବାର ତୃତୀୟ ଦିନରେ ପହଞ୍ଚତ୍ଥିବାବେଳେ ଗାଜା ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ଆଉ ୧୪ ଇସ୍ରାଏଲୀ ଓ ୩ ବିଦେଶୀ ନାଗରିକଙ୍କୁ ମୁକ୍ତ କରିଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ହମାସ୍‌ର ଏକ ବରିଷ୍ଠ କମାଣ୍ଡରଙ୍କୁ ଇସ୍ରାଏଲୀ ସୈନ୍ୟ ହତ୍ୟା କରିଛନ୍ତି।
ଯୁଦ୍ଧବିରତି ସନ୍ଧିର ସର୍ତ୍ତ ଉଲ୍ଲଂଘନ କରୁଥିବା ନେଇ ହମାସ୍‌ ଅଭିଯୋଗ ଆଣିବା ପରେ ଶନିବାର ଦ୍ୱିତୀୟ ଦିନର ବନ୍ଦୀ ବିନିମୟ ବିଳମ୍ବିତ ହୋଇଥିଲା। ପରେ ହମାସ୍‌ ୧୩ ଇସ୍ରାଏଲୀ ଓ ୪ ଥାଇଙ୍କୁ ମୁକ୍ତ କରିଥିଲା।
ହମାସ୍‌ ପକ୍ଷରୁ ଆଉ ୧୪ ଇସ୍ରାଏଲୀଙ୍କ ସମେତ ୧୭ ଜଣଙ୍କୁ ଛଡ଼ାଯାଇଛି। ଏହା ବଦଳରେ ଇସ୍ରାଏଲ ୩୯ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଛାଡ଼ିଦେଇଥିଲା।
ଇସ୍ରାଏଲ କହିଛି, ହମାସ୍‌ ୧୦ ପଣବନ୍ଦୀଙ୍କୁ ଛାଡ଼ିଲେ ଆମେ ଦିନେ ଅସ୍ତ୍ରବିରତି କରିବାକୁ ପ୍ରସ୍ତୁତ। ସୋମବାର ଚତୁର୍ଥ ଦିନ ଅବଧି ଶେଷ ହେବା ପରେ ପଞ୍ଚମ ଦିନରେ ଉଭୟ ପକ୍ଷ କ’ଣ କରିବେ ତା’ ଉପରେ ବିଶ୍ୱବାସୀଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

ସଫଳ ହେଲା ଜୟଶଙ୍କରଙ୍କ କୂଟନୀତି, ଇରାନ ଦେଖାଇଲା ଉଦାରତା

ନୂଆଦିଲ୍ଲୀ,୭।୩: ରବିବାର ନବମ ଦିନ ପାଇଁ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି। ଉପସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁଇଟି ଭାରତୀୟ ମାଲବାହୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri