ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କଲେ ନେତାନ୍ୟାହୁ: କହିଲେ, ଆମର ଗର୍ଜନ…

ଜେରୁଜେଲମ,୨୫।୬: ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ୧୨ ଦିନ ଧରି ଚାଲିଥିବା ଅପରେଶନ ଆମ ସେନା ଇତିହାସ ସୃଷ୍ଟି କରିଛି। ଏହି ଅଭିଯାନରେ ଇସ୍ରାଏଲ ଇରାନର ପରମାଣୁ ଘାଟି, ନାତାଞ୍ଜ ଇସ୍ଫାହାନ ଏବଂ ଆରାକ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ବାଲିଷ୍ଟିକ ମିଶାଇଲ୍‌ ନିର୍ମାଣ କେନ୍ଦ୍ର ଏବଂ ଡିପୋ ଉପରେ ଆକ୍ରମଣ କରାଯାଇଥିଲା। ନେତାନ୍ୟାହୁ ଏହାକୁ ଏକ ବିଜୟ ବୋଲି କହିଥିଲେ, ଯାହା ପିଢ଼ି ପରେ ପିଢ଼ି ମନେ ରହିବ।

ନେତାନ୍ୟାହୁ କହିଥିଲେ, ଯଦି ଆମେ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥାଆନ୍ତୁ, ତେବେ ଇସ୍ରାଏଲ ଶୀଘ୍ର ବିପଦର ସମ୍ମୁଖୀନ ହୋଇଥାଆନ୍ତା। ତଥାପି, ଶେଷ ମୁହୂର୍ତ୍ତରେ ଆମେ ସିଂହ ପରି ଉଠିଲୁ। ଆମେ ସିଂହ ପରି ଛିଡା ହେଲୁ। ଆମର ଗର୍ଜନ ତେହେରାନକୁ ଥରାଇ ଦେଇଥିଲା ଏବଂ ସାରା ବିଶ୍ୱରେ ପ୍ରତିଧ୍ୱନିତ ହୋଇଥିଲା।

ନେତାନ୍ୟାହୁ ପରମାଣୁ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଦାବି କରି କହିଥିଲେ, ଆମେ ଇରାନର ପରମାଣୁ ବୈଜ୍ଞାନିକମାନଙ୍କୁ ନିପାତ କରିଛୁ, ପ୍ରୟୋଗଶାଳାକୁ ନଷ୍ଟ କରିଦେଇଛୁ। ମୋସାଦ ସହାୟତାରେ ଅଣାଯାଇଥିବା ଗୁପ୍ତ ଦସ୍ତାବିଜ ବର୍ଷ ବର୍ଷ ପୂର୍ବରୁ ବିଶ୍ୱକୁ ଇରାନର ଉଦ୍ଦେଶ୍ୟ ସୂଚାଇ ଦେଇଥିଲା। ବର୍ତ୍ତମାନ ସମସ୍ତ ପରମାଣୁ ବିକାଶ କ୍ଷମତା ମୂଳପୋଛ ହୋଇଯାଇଛି। ଇରାନ ପାଖରେ କେବେ ପରମାଣୁ ଅସ୍ତ୍ର ରହିବ ନାହିଁ। ଏହା ଆମର ଦୃଢ଼ ନିଷ୍ପତ୍ତି।
ନେତାନାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଦଳକୁ ଧନ୍ୟବାଦ ଜଣାଇ କହିଥିଲେ, ଆମେରିକା କେବଳ ପ୍ରତିରକ୍ଷାମୂଳକ ନୁହେଁ ବରଂ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଛି। ଆମେରିକାର ସେନା ଫୋର୍ଡୋ ନ୍ୟୁକ୍ଲିୟର ସେଣ୍ଟର ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି। ଏହା ଇତିହାସରେ ପ୍ରଥମ ଥର ଥିଲା ଯେ ଇସ୍ରାଏଲ ସହିତ ମିଶି ଆମେରିକା ଏତେ ବଡ଼ ପରିମାଣରେ ସାମରିକ ଅଭିଯାନ ଚଳାଇଛି। ନେତାନ୍ୟାହୁଙ୍କ ଅନୁଯାୟୀ, ୨,୦୦୦ ବାଲିଷ୍ଟିକ ମିଶାଇଲ୍‌ର ବିପଦ ଆଉ ନାହିଁ। ଡଜନ ଡଜନ ମିଶାଇଲ୍‌ କାରଖାନା, ପ୍ରକ୍ଷେପଣ ସ୍ଥାନ ଏବଂ ସଂରକ୍ଷଣ ଗୃହ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ପ୍ରକ୍ଷେପଣର କିଛି ମିନିଟ ପୂର୍ବରୁ ଅନେକ କ୍ଷେପଣାସ୍ତ୍ର ନଷ୍ଟ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri