ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କଲେ ନେତାନ୍ୟାହୁ: କହିଲେ, ଆମର ଗର୍ଜନ…

ଜେରୁଜେଲମ,୨୫।୬: ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ୧୨ ଦିନ ଧରି ଚାଲିଥିବା ଅପରେଶନ ଆମ ସେନା ଇତିହାସ ସୃଷ୍ଟି କରିଛି। ଏହି ଅଭିଯାନରେ ଇସ୍ରାଏଲ ଇରାନର ପରମାଣୁ ଘାଟି, ନାତାଞ୍ଜ ଇସ୍ଫାହାନ ଏବଂ ଆରାକ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ବାଲିଷ୍ଟିକ ମିଶାଇଲ୍‌ ନିର୍ମାଣ କେନ୍ଦ୍ର ଏବଂ ଡିପୋ ଉପରେ ଆକ୍ରମଣ କରାଯାଇଥିଲା। ନେତାନ୍ୟାହୁ ଏହାକୁ ଏକ ବିଜୟ ବୋଲି କହିଥିଲେ, ଯାହା ପିଢ଼ି ପରେ ପିଢ଼ି ମନେ ରହିବ।

ନେତାନ୍ୟାହୁ କହିଥିଲେ, ଯଦି ଆମେ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥାଆନ୍ତୁ, ତେବେ ଇସ୍ରାଏଲ ଶୀଘ୍ର ବିପଦର ସମ୍ମୁଖୀନ ହୋଇଥାଆନ୍ତା। ତଥାପି, ଶେଷ ମୁହୂର୍ତ୍ତରେ ଆମେ ସିଂହ ପରି ଉଠିଲୁ। ଆମେ ସିଂହ ପରି ଛିଡା ହେଲୁ। ଆମର ଗର୍ଜନ ତେହେରାନକୁ ଥରାଇ ଦେଇଥିଲା ଏବଂ ସାରା ବିଶ୍ୱରେ ପ୍ରତିଧ୍ୱନିତ ହୋଇଥିଲା।

ନେତାନ୍ୟାହୁ ପରମାଣୁ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଦାବି କରି କହିଥିଲେ, ଆମେ ଇରାନର ପରମାଣୁ ବୈଜ୍ଞାନିକମାନଙ୍କୁ ନିପାତ କରିଛୁ, ପ୍ରୟୋଗଶାଳାକୁ ନଷ୍ଟ କରିଦେଇଛୁ। ମୋସାଦ ସହାୟତାରେ ଅଣାଯାଇଥିବା ଗୁପ୍ତ ଦସ୍ତାବିଜ ବର୍ଷ ବର୍ଷ ପୂର୍ବରୁ ବିଶ୍ୱକୁ ଇରାନର ଉଦ୍ଦେଶ୍ୟ ସୂଚାଇ ଦେଇଥିଲା। ବର୍ତ୍ତମାନ ସମସ୍ତ ପରମାଣୁ ବିକାଶ କ୍ଷମତା ମୂଳପୋଛ ହୋଇଯାଇଛି। ଇରାନ ପାଖରେ କେବେ ପରମାଣୁ ଅସ୍ତ୍ର ରହିବ ନାହିଁ। ଏହା ଆମର ଦୃଢ଼ ନିଷ୍ପତ୍ତି।
ନେତାନାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଦଳକୁ ଧନ୍ୟବାଦ ଜଣାଇ କହିଥିଲେ, ଆମେରିକା କେବଳ ପ୍ରତିରକ୍ଷାମୂଳକ ନୁହେଁ ବରଂ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଛି। ଆମେରିକାର ସେନା ଫୋର୍ଡୋ ନ୍ୟୁକ୍ଲିୟର ସେଣ୍ଟର ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି। ଏହା ଇତିହାସରେ ପ୍ରଥମ ଥର ଥିଲା ଯେ ଇସ୍ରାଏଲ ସହିତ ମିଶି ଆମେରିକା ଏତେ ବଡ଼ ପରିମାଣରେ ସାମରିକ ଅଭିଯାନ ଚଳାଇଛି। ନେତାନ୍ୟାହୁଙ୍କ ଅନୁଯାୟୀ, ୨,୦୦୦ ବାଲିଷ୍ଟିକ ମିଶାଇଲ୍‌ର ବିପଦ ଆଉ ନାହିଁ। ଡଜନ ଡଜନ ମିଶାଇଲ୍‌ କାରଖାନା, ପ୍ରକ୍ଷେପଣ ସ୍ଥାନ ଏବଂ ସଂରକ୍ଷଣ ଗୃହ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ପ୍ରକ୍ଷେପଣର କିଛି ମିନିଟ ପୂର୍ବରୁ ଅନେକ କ୍ଷେପଣାସ୍ତ୍ର ନଷ୍ଟ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri