ପୁତୁରାକୁ ଛୁରି ଭୁସି ହତ୍ୟା, ମଉସା ଗିରଫ

ପୁରୀ,୧୦।୮(ଅଜିତ ମହାନ୍ତି)ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ ଘଟିଛି। ମଉସା ଛୁରିରେ ଆକ୍ରମଣ କରିବାରୁ ପୁତୁରାଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ଘର ଲୋକ ଗୁରୁତର ଆହତ ହୋଇଛନ୍ତି। କୁମ୍ଭାରପଡା ଥାନା ଅନ୍ତର୍ଗତ ପୁରୀ ଉପରମାଳି ସାହି ତାତାମ୍ବରୀ ଆଖଡା ମଠ ନିକଟରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ଉପର ମାଳି ସାହିରେ ଭଡ଼ା ଘରେ ରହୁଥିବା ଛଇତନା ଅଧୀନ ଗଇଣ୍ଡୋଳ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ (୨୨)। ସେହିପରି ଆକ୍ରମଣରେ ସୌମ୍ୟରଞ୍ଜନଙ୍କ ବାପା, ମା, ମାଉସୀ, ଆଇ ଆଦି ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ସୌମ୍ୟରଞ୍ଜନଙ୍କ ମଉସା ତଥା ଉକ୍ତ ଥାନା ଅନ୍ତର୍ଗତ ପୁରୀ ଉପରମାଳି ସାହିର ନୃସିଂହ ମହାନ୍ତି। ଏ ନେଇ ସୌମ୍ୟରଞ୍ଜନଙ୍କ ପରିବାରପକ୍ଷରୁ ହୋଇଥିବା ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୧୭୧/୨୩) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ତେବେ ନୃସିଂହଙ୍କ ସ୍ତ୍ରୀ ନନ୍ଦିନୀ ମହାନ୍ତିଙ୍କ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ଅଧିକାଂଶ ସମୟ ନିଶା ଖାଇ ଅସଭ୍ୟ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହ ସନ୍ଦେହ କରି ମାରପିଟ କରନ୍ତି। କିଛି ବର୍ଷ ହେବ ତାଙ୍କ ଦୁହିଁଙ୍କ ମଧ୍ୟରେ କୋର୍ଟରେ କେସ୍‌ ଚାଲିଛି। ଏପରିକି ନୃସିଂହଙ୍କ ନିର୍ଯାତନା ସହି ନପାରି ନନ୍ଦିନୀ ବାପଘରେ ଆସି ରହୁଥିଲେ। ତାଙ୍କ ବାପଘର ପାଖରେ ତାଙ୍କ ଭଉଣୀ ମଧ୍ୟ ଭଡ଼ାଘର ନେଇଛନ୍ତି। ଯେଉଁଠାରେ ତାଙ୍କ ଭଉଣୀଙ୍କ ପୁଅ, ଝିଅ ରହି ପାଠ ପଢୁଥିଲେ। ତେବେ ତାଙ୍କ ଭଉଣୀ ଜଣେ ଅଙ୍ଗନଓ୍ବାଡି କର୍ମୀ ହୋଇଥିବାରୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଙ୍ଗଳବାର ରାତିରେ ପୁରୀ ଆସିଥିଲେ। ତେବେ ନୃସିଂହ ବୁଧବାର ସକାଳେ ତାଙ୍କ ଘରକୁ ଆସି ନନ୍ଦିନୀ ଓ ପରିବାର ଲୋକଙ୍କ ପାଟିତୁଣ୍ଡ କରିବା ସହ ମାରିଦେବା ପାଇଁ ଧମକ ଦେଇଥିଲା। ତେବେ ଏ ଘଟଣାକୁ ନେଇ ନୃସିଂହ ପାଖକୁ ନନ୍ଦିନୀଙ୍କ ଭଉଣୀ, ଭିଣେଇ, ବାପା, ଭାଇ, ସୌମ୍ୟରଞ୍ଜନ ଯାଇ ପାଟିତୁଣ୍ଡ କରିଥିଲେ। ଏଥିରେ ନୃସିଂହ ଉତ୍ତ୍ୟକ୍ତ ହୋଇ ଅପରାହ୍ନ ୨ଟାରେ ଶ୍ୱଶୁରଘରକୁ ଯାଇ ଏକ ଧାରୁଆ ଛୁୁରି ଧରି ପରିବାରର ୫ଜଣଙ୍କୁ ଆକ୍ରମଣ କରିଥିଲା। ଫଳରେ ସୌମ୍ୟରଞ୍ଜନଙ୍କ ସମେତ ୫ଜଣ ଗୁରୁତର ହୋଇଥିଲେ। ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସୌମ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିବା ବେଳେ ଅନ୍ୟ ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅପରପକ୍ଷେ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ନୃସିଂହଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri