ନେପାଳ ବିମାନ ଦୁର୍ଘଟଣାରେ ସିଙ୍ଗର ନିରା ଛନ୍ତୟାଲଙ୍କ ନିଧନ

କାଠମାଣ୍ଡୁ,୧୬ ।୧: ରବିବାର ନେପାଳରେ ହୋଇଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ସୂଚନା ମିଳିଛି କି ଏହି ଦୁର୍ଘଟଣାରେ ନେପାଳର ନାମୀ ଲୋକ ଗାୟିକା ନିରା ଛନ୍ତୟାଲଙ୍କର ବି ମୃତ୍ୟୁ ହୋଇଛି । ଏ ଖବର ତାଙ୍କ ଭଉଣୀ ହୀରା ଛନ୍ତୟାଲ ଶେରଚନ ଦେଇଛନ୍ତି ।
ନୀରାଙ୍କ ଭଉଣୀ ହୀରା ସୂଚନା ଦେଇଛନ୍ତି କି ଗାୟିକା ନୀରା ପୋଖରାରେ ନେପାଳ ଚଂଟୟାଲ ୟୁଥ ଆସୋସିଏଶନର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ସେଠାରେ ସେ ଏକ ମ୍ୟୁଜିକ ଶୋ କରିଥାଆନ୍ତେ । ହେଲେ ନୀରାଙ୍କ ପରଲୋକ ପରେ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଆଯାଇଛି ।
ସୂଚନାଯୋଗ୍ୟ, ଏହି ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ନୀରା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଥିଲେ । ଆଉ କହିଥିଲେ ସେ ମକର ସଂକ୍ରାନ୍ତିରେ ପୋଖରାରେ ଥିବେ । ହେଲେ କିଏ ଜାଣିଥିଲା ଏହି ପୋଷ୍ଟ ହିଁ ନୀରାଙ୍କ ଶେଷ ପୋଷ୍ଟ ହେବ । ତେବେ ନୀରାଙ୍କ ବିୟୋଗରେ ତାଙ୍କ ପ୍ରଶଂସକ ଏହି ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

Share