ଭାରତକୁ ୧୦ ହଜାର ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଯୋଗାଇବ ନେପାଳ

କାଠମାଣ୍ଡୁ,୪।୧ : ଭାରତ ଏବଂ ନେପାଳ ମଧ୍ୟରେ ଗୁରୁବାର ଦୀର୍ଘମିଆଦୀ ବିଦ୍ୟୁତ୍‌ ବାଣିଜ୍ୟ ଚୁକ୍ତିନାମା ସମେତ ଅନେକ ଚୁକ୍ତି ସ୍ବାକ୍ଷର ହୋଇଛି। ବିଦ୍ୟୁତ୍‌ ଚୁକ୍ତିନାମା ଅନୁଯାୟୀ ନେପାଳ ଆଗାମୀ ୧୦ ବର୍ଷ ଯାଏ ଭାରତକୁ ୧୦ ହଜାର ମେଗାଓ୍ବାଟ୍‌ ବିଦ୍ୟୁତ୍‌ ରପ୍ତାନି କରିବ। ନେପାଳର ଶକ୍ତି, ଜଳସମ୍ପଦ ଓ ଜଳସେଚନ ମନ୍ତ୍ରୀ ଶକ୍ତିବାହାଦୂର ବସନେଟଙ୍କ ଉପସ୍ଥିତିରେ ନେପାଳର ବିଭାଗୀୟ ସଚିବ ଗୋପାଳ ସିଗଡେଲ୍‌ ଏବଂ ଭାରତର ଶକ୍ତି ସଚିବ ପଙ୍କଜ ଅଗ୍ରଓ୍ବାଲ ଦୁଇଦେଶ ତରଫରୁ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଗତବର୍ଷ ମେ’୩୧ରୁ ଜୁନ୍‌ ୩ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଭାରତ ଗସ୍ତରେ ଆସିଥିବାବେଳେ ବିଦ୍ୟୁତ୍‌ ରପ୍ତାନି ନେଇ ଦ୍ୱିପାକ୍ଷିକ ବୁଝାମଣା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳରୁ ବିଦ୍ୟୁତ୍‌ କିରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ନେପାଳ ପ୍ରତିପକ୍ଷ ଏନ୍‌.ପି. ସୁଦ୍‌ଙ୍କ ସହ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁରୁବାର ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ତଥା ଫଳପ୍ରଦ ଆଲୋଚନା କରିଥିବାବେଳେ ଅନେକ ଚୁକ୍ତି ସ୍ବାକ୍ଷର ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ଯୋଗାଯୋଗ ପ୍ରକଳ୍ପ ଏବଂ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସପ୍ତମ ଭାରତ-ନେପାଳ ମିଳିତ କମିଶନ ବୈଠକରେ ମୋଟାମୋଟି ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ଆର୍ଥତ୍କ ସମ୍ପର୍କ, ଜମି, ରେଳ ସଂଯୋଗ, ବିମାନ ସଂଯୋଗ ପ୍ରକଳ୍ପ, ପ୍ରତିରକ୍ଷା ସହଯୋଗ, କୃଷି, ଶକ୍ତି, ଜଳସମ୍ପଦ, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ, ସାଂସ୍କୃତିକ ବିନିମୟ ଏବଂ ବିଭାଶରେ ସହଭାଗିତା ପ୍ରସଙ୍ଗ ସ୍ଥାନ ପାଇଥିଲା। ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ, ଦୀର୍ଘମିଆଦି ବିଦ୍ୟୁତ୍‌ ବାଣିଜ୍ୟ, ଅକ୍ଷୟ ଶକ୍ତି ବିକାଶରେ ସହଯୋଗ, ମୁନାଲ ସାଟେଲାଇଟ୍‌ ଏବଂ ଜାଜରକୋଟ ଭୂକମ୍ପ ରିଲିଫ୍‌ ସହାୟତାର ୫ମ କିସ୍ତି ଯୋଗାଣ ନେଇ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଉଭୟ ନେତା ମିଳିତ ଭାବେ ୩ଟି ସୀମାପାର ଟ୍ରାନ୍ସମିଶନ ଲାଇନ୍‌ର ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri