ନେପାଳ ବନ୍ୟା ବିଭୀଷିକା: ବରଗଡ଼ର ମା’-ଝିଅ ନିଖୋଜ, ସ୍ବାମୀ ସୁରକ୍ଷିତ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’ ଓ ଝିଅ ନିଖୋଜ ହୋଇ ଯାଇଥିବା ସୂଚନ ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଜାମପାଲି ପଞ୍ଚାୟତ ସର୍ଲା ଗ୍ରାମର ଗୁନ୍ନମ ଜୟକ୍ରୀଷ୍ଣାଙ୍କ ସ୍ତ୍ରୀ ଗୁନ୍ନମ ସାଇ ବିନ୍ଦୁ କୁମାରୀ ଏବଂ ଦେଢବର୍ଷର ଶିଶୁକନ୍ୟା ହରିକ୍ଷା। ଜୟକ୍ରୀଷ୍ଣା ନେପାଳର ଏକ ହାଇଡ୍ରୋ ପାୱାର କମ୍ପାନୀରେ କାମ କରୁଥିଲେ। ସେ ବିଭାଗୀୟ ଯନ୍ତ୍ରୀଙ୍କ ସହିତ କମ୍ପାନୀ କାମ କରିବାକୁ ପାହାଡ଼ ଉପରକୁ ଯାଇଥିବାବେଳେ ଘରେ ତାଙ୍କ ସ୍ତ୍ରୀ ଓ ଶିଶୁକନ୍ୟା ଥିଲେ। ଏହି ସମୟରେ ବନ୍ୟା ମାଡ଼ି ଆସିବାରୁ ମା’, ଝିଅ ଭାସି ଯାଇଥିଲେ ବୋଲି ସୂଚନା ମିଳିଛି। ଜୟକ୍ରୀଷ୍ଣା ଫୋନ ଯୋଗେ ଏହି ଘଟଣା ସମ୍ପର୍କରେ ସର୍ଲାସ୍ଥିତ ପରିବାର ଲୋକଙ୍କୁ ଜଣାଇ ଥିବାବେଳେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

 

Dharitri – Odisha’s No.1 Odia Daily

 

Share