Categories: ଖେଳ

ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେଲା ଏହି କ୍ରିକେଟର୍‌ଙ୍କ ବାଇକ୍‌

ନୂଆଦିଲ୍ଲୀ, ୧୪।୯: ନେପାଳ କ୍ରିକେଟ୍‌ ଦଳର ବାମହାତୀ ଦ୍ରୁତ ବୋଲର୍‌ ଲଳିତ ଭଣ୍ଡାରୀ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆଘାତ ପାଇଛନ୍ତି। ରିପୋର୍ଟ ମୁତାବକ, ଲଳିତ ଭଣ୍ଡାରୀ ବାଇକ ଚଳାଇ ଯାଉଥିବାବେଳେ ଏକ ଟ୍ରକ୍‌ ସହ ମୁହଁାମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାଟି କାଞ୍ଚନପୁରର ଜାଲାରି ମାର୍କେଟ୍‌ ଅଞ୍ଚଳରେ ଘଟିଥିଲା। ଦୁର୍ଘଟଣା ପରେ ଗୁରୁତର ଆଘାତ ପାଇ ଚେତାଶୂନ୍ୟ ହରାଇଥିବା ଲଳିତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୪ ବର୍ଷୀୟ ଲଳିତଙ୍କ ବାମ ହାତ ଓ ଗୋଡ଼ରେ ଆଘାତ ଗୁରୁତର ଥିବା କୁହାଯାଉଛି। ତାଙ୍କ ହାତ ଓ ଗୋଡ଼ରେ ଅପରେଶନ କରାଯିବ ବୋଲି ଜଣାପଡ଼ିଛି। ଏହି ବାମହାତୀ ଦ୍ରୁତ ବୋଲର ନିକଟରେ ନେପାଳ ପକ୍ଷରୁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଜାତୀୟ ଦଳ ପକ୍ଷରୁ ଗୋଟିଏ ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି।

Share