ମହିଳା ନୁହେଁ ପୁରୁଷ କରିଥା’ନ୍ତି ଅଧିକ ଶପିଂ: ରିପୋର୍ଟ

ନୂଆଦିଲ୍ଲୀ,୨୨।୨: ଯେତେବେଳେ ଶପିଂ କଥା ମନକୁ ଆସେ, ସେଠାରେ ଯୁବତୀ କିମ୍ବା ମହିଳାଙ୍କ ନାଁ ନିଆଯାଏ। ଆପଣ ନିଶ୍ଚିତ ଭାବରେ ସବୁଠି ଶୁଣିଥିବେ ଯେ, ମହିଳାମାନେ ଅଧିକ ଶପିଂ କରନ୍ତି। ଅନଲାଇନ ହେଉ କି ଅଫଲାଇନ୍‌ ସବୁଠି ଅଧିକ ଶପିଂ ମହିଳାମାନେ ହିଁ କରିଥାନ୍ତି। ସଦ୍ୟତମ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ମହିଳା ନୁହେଁ ପୁରୁଷମାନେ ଅଧିକ ଅନଲାଇନ ଶପିଂ କରିଥା’ନ୍ତି।

ଆଇଆଇଏମ-ଅହମ୍ମଦାବାଦ କରିଥିବା ରିପୋର୍ଟ ଅନୁଯାୟୀ, ପୁରୁଷମାନେ ଅନଲାଇନ ଶପିଂରେ ଅଧିକ ଖର୍ଚ୍ଚ କରିଥା’ନ୍ତି। ୨୫ଟି ରାଜ୍ୟରୁ ୩୫ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଅଧ୍ୟୟନରୁ ଜଣାପଡିଛି ଯେ, ପୁରୁଷମାନେ ଅନଲାଇନ ଶପିଂରେ ହାରାହାରି ୨୪୮୪ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହା ମହିଳାଙ୍କ ଖର୍ଚ୍ଚଠାରୁ ୩୬ ପ୍ରତିଶତ ଅଧିକ। ଏହି ସର୍ଭେର ଫଳାଫଳ ଆଇଆଇଏମ ଅହମ୍ମଦାବାଦର ‘ଡିଜିଟାଲ ରିଟେଲ ଚ୍ୟାନେଲ ଓ କଷ୍ଟମର: ଦି ଇଣ୍ଡିଆନ ପର୍ସପେକ୍ଟିଭ’ ଶୀର୍ଷକ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଭାରତୀୟଙ୍କ ମଧ୍ୟରେ ଅନଲାଇନ ଶପିଂର ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି। ଜଣାପଡିଛି କି, ୪୭ ପ୍ରତିଶତ ପୁରୁଷ ଏବଂ ୫୮ ପ୍ରତିଶତ ମହିଳା ଅନଲାଇନ୍‌ରେ ଫ୍ୟାଶନ ପୋଷାକ କିଣିଥା’ନ୍ତି। ଯେଉଁଠାରେ ୨୩ ପ୍ରତିଶତ ପୁରୁଷ ଏବଂ ୧୬ ପ୍ରତିଶତ ମହିଳା ଅନଲାଇନ୍‌ରେ ଇଲେକ୍ଟ୍ରୋନିକ ଉପକରଣ କିଣୁଛନ୍ତି ।

ସର୍ଭେରେ ସହରରରେ ରହୁଥିବା କଷ୍ଟମର୍‌ଙ୍କ ଅନଲାଇନ୍‌ ଖର୍ଚ୍ଚ ପାର୍ଟନ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି। ରିପୋର୍ଟନୁସାରେ ଦିଲ୍ଲୀ, ଚେନ୍ନାଇ ଏବଂ ମୁମ୍ବାଇ ଭଳି ସହରର ଗ୍ରାହକଙ୍କ ତୁଳନାରେ ଜୟପୁର, ନାଗପୁର, ଲକ୍ଷ୍ନୌ ଏବଂ କୋଚି ଭଳି ସହରର ୬୩ ପ୍ରତିଶତରୁ ଅଧିକ ଗ୍ରାହକମାନେ ଅନଲାଇନ୍‌ରେ ଫ୍ୟାଶନ ପୋଷାକ କିଣୁଛନ୍ତି।ସେହିପରି ସର୍ଭେରେ ଅନ୍ୟ ଏକ ମଜାଦାର ରିପୋର୍ଟ ସାମ୍ନାକୁ ଆସିଛି, ପ୍ରାୟ ୮୭ ପ୍ରତିଶତ ଗ୍ରାହକ ଫ୍ୟାଶନ ଜିନିଷ ଓ ପୋଷାକ କିଣିବାବେଳେ କ୍ୟାସ ଅନ୍‌ ଡେଲିଭରୀ ବିକଳ୍ପକୁ ପସନ୍ଦ କରନ୍ତି।

 

Share