ମହିଳା ନୁହେଁ ପୁରୁଷ କରିଥା’ନ୍ତି ଅଧିକ ଶପିଂ: ରିପୋର୍ଟ

ନୂଆଦିଲ୍ଲୀ,୨୨।୨: ଯେତେବେଳେ ଶପିଂ କଥା ମନକୁ ଆସେ, ସେଠାରେ ଯୁବତୀ କିମ୍ବା ମହିଳାଙ୍କ ନାଁ ନିଆଯାଏ। ଆପଣ ନିଶ୍ଚିତ ଭାବରେ ସବୁଠି ଶୁଣିଥିବେ ଯେ, ମହିଳାମାନେ ଅଧିକ ଶପିଂ କରନ୍ତି। ଅନଲାଇନ ହେଉ କି ଅଫଲାଇନ୍‌ ସବୁଠି ଅଧିକ ଶପିଂ ମହିଳାମାନେ ହିଁ କରିଥାନ୍ତି। ସଦ୍ୟତମ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ମହିଳା ନୁହେଁ ପୁରୁଷମାନେ ଅଧିକ ଅନଲାଇନ ଶପିଂ କରିଥା’ନ୍ତି।

ଆଇଆଇଏମ-ଅହମ୍ମଦାବାଦ କରିଥିବା ରିପୋର୍ଟ ଅନୁଯାୟୀ, ପୁରୁଷମାନେ ଅନଲାଇନ ଶପିଂରେ ଅଧିକ ଖର୍ଚ୍ଚ କରିଥା’ନ୍ତି। ୨୫ଟି ରାଜ୍ୟରୁ ୩୫ହଜାର ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଅଧ୍ୟୟନରୁ ଜଣାପଡିଛି ଯେ, ପୁରୁଷମାନେ ଅନଲାଇନ ଶପିଂରେ ହାରାହାରି ୨୪୮୪ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହା ମହିଳାଙ୍କ ଖର୍ଚ୍ଚଠାରୁ ୩୬ ପ୍ରତିଶତ ଅଧିକ। ଏହି ସର୍ଭେର ଫଳାଫଳ ଆଇଆଇଏମ ଅହମ୍ମଦାବାଦର ‘ଡିଜିଟାଲ ରିଟେଲ ଚ୍ୟାନେଲ ଓ କଷ୍ଟମର: ଦି ଇଣ୍ଡିଆନ ପର୍ସପେକ୍ଟିଭ’ ଶୀର୍ଷକ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଭାରତୀୟଙ୍କ ମଧ୍ୟରେ ଅନଲାଇନ ଶପିଂର ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି। ଜଣାପଡିଛି କି, ୪୭ ପ୍ରତିଶତ ପୁରୁଷ ଏବଂ ୫୮ ପ୍ରତିଶତ ମହିଳା ଅନଲାଇନ୍‌ରେ ଫ୍ୟାଶନ ପୋଷାକ କିଣିଥା’ନ୍ତି। ଯେଉଁଠାରେ ୨୩ ପ୍ରତିଶତ ପୁରୁଷ ଏବଂ ୧୬ ପ୍ରତିଶତ ମହିଳା ଅନଲାଇନ୍‌ରେ ଇଲେକ୍ଟ୍ରୋନିକ ଉପକରଣ କିଣୁଛନ୍ତି ।

ସର୍ଭେରେ ସହରରରେ ରହୁଥିବା କଷ୍ଟମର୍‌ଙ୍କ ଅନଲାଇନ୍‌ ଖର୍ଚ୍ଚ ପାର୍ଟନ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି। ରିପୋର୍ଟନୁସାରେ ଦିଲ୍ଲୀ, ଚେନ୍ନାଇ ଏବଂ ମୁମ୍ବାଇ ଭଳି ସହରର ଗ୍ରାହକଙ୍କ ତୁଳନାରେ ଜୟପୁର, ନାଗପୁର, ଲକ୍ଷ୍ନୌ ଏବଂ କୋଚି ଭଳି ସହରର ୬୩ ପ୍ରତିଶତରୁ ଅଧିକ ଗ୍ରାହକମାନେ ଅନଲାଇନ୍‌ରେ ଫ୍ୟାଶନ ପୋଷାକ କିଣୁଛନ୍ତି।ସେହିପରି ସର୍ଭେରେ ଅନ୍ୟ ଏକ ମଜାଦାର ରିପୋର୍ଟ ସାମ୍ନାକୁ ଆସିଛି, ପ୍ରାୟ ୮୭ ପ୍ରତିଶତ ଗ୍ରାହକ ଫ୍ୟାଶନ ଜିନିଷ ଓ ପୋଷାକ କିଣିବାବେଳେ କ୍ୟାସ ଅନ୍‌ ଡେଲିଭରୀ ବିକଳ୍ପକୁ ପସନ୍ଦ କରନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri