ଗୁଣି ସନ୍ଦେହରେ ପଡ଼ୋଶୀ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ

ରାୟଗଡ଼ା ଅଫିସ,୬ା୯: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରିନାହିଁ । ଗ୍ରାମାଞ୍ଚଳ ଦୂରର କଥା ସହରୀ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିନାହିଁ। ରାୟଗଡ଼ା ସହର କୋଇଲାପଡ଼ା ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ଜଣେ ମହିଳାଙ୍କୁ ଗୁଣି ସନ୍ଦେହରେ ହତ୍ୟା କରାଯାଇଛି। ଏହି ଘଟଣାରେ ରାୟଗଡ଼ା ଟାଉନ୍‌ ଥାନା ପୋଲିସ ପଡ଼ୋଶୀ ଯୁବକ ରାଜେଶ କୁଲେସିକାଙ୍କୁ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, କୋଇଲାପଡ଼ାରେ ରହୁଥିବା ଚନ୍ଦ୍ରମା ବିଭାର(୫୦) ସାହି ଲୋକଙ୍କୁ ଗୁଣିଗାରେଡ଼ି କରୁଥିବା ନେଇ ପଡ଼ୋଶୀ ରାଜେଶ କୁଲେସିକା ଦୀର୍ଘଦିନ ଧରି ସନ୍ଦେହକରି ଆସୁଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାଜେଶ ସୋମବାର ଚନ୍ଦ୍ରମାଙ୍କ ଘରେ ପଶି ଟାଙ୍ଗିଆରେ ତାଙ୍କ ବେକକୁ ଆକ୍ରମଣ କରିଥିଲେ। ଏଥିରେ ଚନ୍ଦ୍ରମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ରାଜେଶ ବାହାରକୁ ଆସି ସାହି ଲୋକଙ୍କୁ ଭୟଭୀତ କରିଥିଲେ। ଚନ୍ଦ୍ରମା ଗୁଣିକରି ସାହି ଲୋକଙ୍କୁ ଅସୁସ୍ଥ କରୁଥିବା ରାଜେଶ ସାହି ଲୋକଙ୍କୁ କହିଥିଲେ। ଖବର ପାଇ ରାୟଗଡ଼ା ଟାଉନ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ଏସ୍‌ପି ବିବେକାନନ୍ଦ ଶର୍ମା ଏବଂ ଟାଉନ ଏସ୍‌ଡିପିଓ ଦେବଜ୍ୟୋତି ଦାସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଚନ୍ଦ୍ରମାଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରାଯାଇଛି। ଗୁଣି ସନ୍ଦେହରେ ମା’ଙ୍କୁ ହତ୍ୟା କରାଯାଇଛି ବୋଲି ଚନ୍ଦ୍ରମାଙ୍କ ପୁଅ ଅବିନାଶ ଅଭିଯୋଗ କରିଛନ୍ତି। ଘରେ ଚନ୍ଦ୍ରମା ଏକା ଥିବାର ସୁଯୋଗ ନେଇ ରାଜେଶ ହତ୍ୟାକାଣ୍ଡ ଘଟାଇଥିବା ସେ କହିଛନ୍ତି। ତେବେ ରାଜେଶ ଗୁଣିଗାରେଡ଼ି ସନ୍ଦେହରେ କିମ୍ବା ଅନ୍ୟ କାରଣରୁ ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବା ଥାନା ଅଧିକାରୀ କହିଛନ୍ତି। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତର ମାନସିକ ସ୍ଥିତି ଭଲ ନ ଥିବାରୁ ସେ ଘଟଣା ବିଷୟରେ ଠିକ୍‌ରେ ସୂଚନା ଦେଇନାହାନ୍ତି। ତେଣୁ ଅଧିକ ପଚରାଉଚରା କରାଯାଉଥିବା ସେ କହିଛନ୍ତି। ଏ ନେଇ ଟାଉନ ଥାନାରେ ୨୧୫/୨୨ ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri