Posted inଫୁରସତ

ନେହେରୁଙ୍କ ଚିଠି ଇନ୍ଦିରାଙ୍କ ପାଇଁ…

ବାପା, ନିଜର ଲହୁ ଲୁହକୁ ଏକ କରି ଗଢ଼ନ୍ତି ସନ୍ତାନର ଭବିଷ୍ୟତ। ତାଙ୍କ ଅନୁଶାସନ, ପଥନିଦର୍ଶନ ପାଇଁ ହିଁ ପିଲାମାନେ ପହଞ୍ଚତ୍ପାରନ୍ତି ଲକ୍ଷ୍ୟସ୍ଥଳରେ। ଭାରତର ଲୌହ ନାରୀ ବା ଆଇରନ୍‌ ଲେଡିଭାବେ ପରିଚିତ ତଥା ଭାରତର ପ୍ରଥମ ଓ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜଣେ ନିର୍ଭୀକ ନାରୀ ଭାବେ ଗଢ଼ିବାରେ ବି ତାଙ୍କ ବାପା ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ବହୁତ ବଡ଼ ଭୂମିକା ଥିଲା। ନେହେରୁ ଝିଅ ଇନ୍ଦିରାଙ୍କୁ ଦେଇଥିବା ଚିଠି ପଢ଼ିଲେ ତାହା ସ୍ପଷ୍ଟ ଜାଣିହୁଏ। ୧୯୨୮ରେ ଜବାହରଲାଲ ନେହେରୁ ଇନ୍ଦିରାଙ୍କୁ ୩୦ଟି ଚିଠି ଦେଇଥିଲେ। ସେତେବେଳେ ଇନ୍ଦିରାଙ୍କୁ ୧୦ ବର୍ଷ ବୟସ ହୋଇଥାଏ। ଏହି ଚିଠିସବୁରେ ଇନ୍ଦିରା ପୂର୍ବରୁ ପଚାରିଥିବା ଅନେକ ପ୍ରଶ୍ନର ଉତ୍ତର ନେହେରୁ ଦେଇଥିଲେ। ତାସହ ସେଥିରେ ସଭ୍ୟତା, ଜାତି, ଧର୍ମ ସମ୍ପର୍କରେ ବି ଅନେକ ସୁନ୍ଦର ଓ ସରଳ ବ୍ୟାଖ୍ୟା କରାଯାଇଥିଲା। ପ୍ରଥମ ପତ୍ରରେ ସେ ଲେଖିଥିଲେ ଯେ, ଯେବେ ତୁମେ ପାଖରେ ରୁହ ମତେ ଅନେକ ପ୍ରଶ୍ନ କର। ଆଉ ସେସବୁର ଉତ୍ତର ଦେବାକୁ ମୁଁ ପ୍ରୟାସ କରେ। ଏବେ କିନ୍ତୁ ତୁମେ ମସୌରୀରେ ଓ ମୁଁ ଆଲ୍ଲାହାବାଦରେ। ସିଧାସଳଖ କଥା ହେବା ସମ୍ଭବ ହୋଇପାରୁ ନାହିଁ। ତେଣୁ ମୁଁ ଚିଠି ମାଧ୍ୟମରେ ଏଇ ଦୁନିଆର ତଥା ଦୁନିଆ ଭିତରେ ଥିବା ଛୋଟ ବଡ଼ ଦେଶର ଛୋଟବଡ଼ କଥା ଲେଖି ତୁମକୁ ପଠାଇବି। ଏହାପରେ ନେହେରୁ ଗୋଟେ ଗୋଟେ କରି ଅନେକ ଚିଠି ଲେଖିଥିଲେ। ସେଇ ଚିଠି ପଢ଼ିଲେ ଜାଣିହୁଏ, ଜଣେ ପିତା କିଭଳି ବେଶ୍‌ ସହଜତାର ସହ ନିଜ ଝିଅକୁ ଲକ୍ଷ ଲକ୍ଷ ବର୍ଷର ଇତିହାସ ଓ ସମାଜର ରୀତିନୀତିକୁ ବୁଝାଇଛନ୍ତି। ଏହିସବୁ ଚିଠିକୁ ନେଇ ପରବର୍ତ୍ତୀ ସମୟରେ ଏକ ପୁସ୍ତକ ପ୍ରକାଶ କରାଯାଇଥିଲା, ଯାହାର ନାଁ ଥିଲା ‘ଲେଟର୍ସ ଫ୍ରମ୍‌ ଏ ଫାଦର ଟୁ ହିଜ୍‌ ଡଟର୍‌’। ଏହାପରେ ମୁନ୍‌ସି ପ୍ରେମଚାନ୍ଦ ଏହାର ହିନ୍ଦୀ ଅନୁବାଦ କରିଥିଲେ। ହିନ୍ଦୀ ପ୍ରକାଶିତ ପୁସ୍ତକର ନାମ ଥିଲା ‘ପିତା କା ପତ୍ର ପୁତ୍ରୀ କେ ନାମ’। ଏଥିରେ ପ୍ରେମଚାନ୍ଦ ନେହେରୁଙ୍କର ଚିନ୍ତାଧାରାକୁ ଏତେ ସରଳଭାବେ ଉପସ୍ଥାପନ କରିଛନ୍ତି ଯେ, ଚିଠି କେବଳ ଚିଠି ନ ରହି ବାପା-ଝିଅଙ୍କ ମଧ୍ୟସ୍ଥ ଭାବନାତ୍ମକ କାହାଣୀ ପାଲଟି ଯାଇଛି। ସେହି ଚିଠି ମଧ୍ୟରୁ ଦୁଇଟିକୁ ଉଲ୍ଲେଖ କରୁଛୁ…

(୧)
ପ୍ରିୟର ଇନ୍ଦିରା,
କେଉଁଟି ଠିକ୍‌ ଓ କେଉଁଟି ଭୁଲ୍‌ ତା’ର ନିଷ୍ପତ୍ତି ନେବା ଆଦୌ ସହଜ ନୁହେଁ। ତେବେ ଏଭଳି ଦ୍ୱନ୍ଦ୍ୱ ସମୟରେ ମୁଁ ତୁମକୁ ଗୋଟିଏ କାମ କରିବାକୁ କହିବି। କେବେବି କୌଣସି କାମ ଲୁକ୍କାୟିତଭାବେ କରିବ ନାହିଁ କିମ୍ବା କୌଣସି କଥାକୁ ଲୁଚାଇବାକୁ ଚେଷ୍ଟା କରିବ ନାହିଁ। କିଛି ଲୁଚାଇବାର ଅର୍ଥ ହେଉଛି ତୁମେ ଭୟଭୀତ ଅଛ। ଆଉ ଭୟ କରିବା ଆଦୌ ଠିକ ନୁହେଁ। ଏହା ତୁମକୁ ଅଯୋଗ୍ୟ କରିଦେବ। ସାହସୀ ହୁଅ। ଦେଖିବ ସମସ୍ତେ ତୁମକୁ ଅନୁସରଣ କରିବେ।

ତୁମେ ଜାଣିରଖିବା ଜରୁରୀ ଯେ, ବାପୁଜୀଙ୍କ ନେତୃତ୍ୱରେ ଚାଲିଥିବା ଆମର ସ୍ବାଧୀନତା ଆନ୍ଦୋଳନରେ ଗୋପନୀୟତା କିମ୍ବା ଲୁଚାଛପାର କୌଣସି ସ୍ଥାନ ନାହିଁ। ଆମର ଲୁଚାଇବା ପାଇଁ କିଛି ନାହିଁ। ଆମେ ଯାହା କରୁଛୁ ଅବା ଯାହା କହୁଛୁ ସେଥିପାଇଁ ଆମେ ଭୟଭୀତ ନୁହେଁ। ଆମେ ଆଲୋକରେ ଥାଇ କାମ କରୁଛୁ। ଏମିତିକି ନିଜର ବ୍ୟକ୍ତିଗତ ଜୀବନରେ ବି ଆମେ ସୂର୍ଯ୍ୟସମ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା, କାମ କରିବା ଆଲୋକରେ। ଲୁକ୍କାୟିତଭାବେ କିଛି କରିବା ନାହିଁ। ଯଦି ତୁମେ ଏଭଳି କର ତେବେ ତୁମେ ଆଲୋକର ସନ୍ତାନ, ନିର୍ଭୀକ, ଶାନ୍ତଚିତ୍ତର ମଣିଷଭାବେ ବିକଶିତ ହେବ। ଆଉ ଯାହା ବି ଘଟିବ ସେଥିରେ ମୋର ଭଲ ପାଇବା ଓ ଶୁଭକାମନା ରହିଥିବ।

(୨)ପ୍ରିୟର ଇନ୍ଦିରା,
ଭାରତରେ ବିବିଧତା ଭରି ରହିଛି। ଏଠାରେ ଭିନ୍ନ ଭିନ୍ନ ରଙ୍ଗରୂପ ଓ କ୍ଷମତାର ଲୋକ ରୁହନ୍ତି। ଭାରତର ବିବିଧତା ହିଁ ଆମର ପରିଚୟ। ଡରରେ କରୁଥିବା କାମ ଆଦୌ ଉଚିତ ନୁହେଁ। ଜାଣିରଖ ଧର୍ମ ମଧ୍ୟ ଡରରୁ ସୃଷ୍ଟି ହୋଇଛି। ତେଣୁ ଧର୍ମକୁ ନେଇ ଦଙ୍ଗାଫସାଦ କରିବା ଠିକ୍‌ ନୁହେଁ।ପ୍ରିୟର ଝିଅ ଯିଏ ନିଜକୁ ବଦଳାଇ ପାରିପାର୍ଶ୍ୱିକ ସ୍ଥିତି ସହ ଖାପ ଖୁଆଇପାରେ ସେମାନଙ୍କ ପାଇଁ ବଞ୍ଚତ୍ ରହିବା ସହଜ ହୋଇଯାଏ। ଆମକୁ ମନେ ରଖିବା ଦରକାର ଯେ, ଆମେ ମାଙ୍କଡ ଓ ବଣମଣିଷଙ୍କ ବଂଶଜ ଅଟୁ। ତମେ ଯଦି ଧ୍ୟାନ ସହକାରେ ଲୋକଙ୍କ ସ୍ବଭାବକୁ ଆକଳନ କରିବ ତେବେ ପାଇବ ଯେ, ଏବେବି ଆମମାନଙ୍କ ମଧ୍ୟରେ ଅନେକ ଲୋକଙ୍କ ସ୍ବଭାବ ମାଙ୍କଡ ଭଳି।

ଇଂରେଜମାନେ ନିଜକୁ ପୃଥିବୀର ସବୁଠାରୁ ଶ୍ରେଷ୍ଠ ମନେ କରୁଛନ୍ତି। ଫ୍ରାନ୍ସବାସୀଙ୍କର ମଧ୍ୟ ଏହି ଧାରଣା ଯେ, ସେମାନେ ହିଁ ସବୁଠାରୁ ଶ୍ରେଷ୍ଠ। ଜର୍ମାନୀ, ଆମେରିକୀୟ ଓ ଅନ୍ୟ ଜାତିମାନେ ମଧ୍ୟ ନିଜକୁ ଶ୍ରେଷ୍ଠ ମନେ କରନ୍ତି। ଏମିତିକି ସବୁ ଦେଶର ଲୋକଙ୍କୁ ଲାଗେ ଆମେ ହିଁ ସବୁଠାରୁ ଶ୍ରେଷ୍ଠ ଓ ବୁଦ୍ଧିମାନ। ଅନ୍ୟ ଜାତି ଓ ଧର୍ମର ଲୋକ ଖରାପ ଅଟନ୍ତି।
କେତେ ଭଲ ହୋଇଥାନ୍ତା ଯଦି ପୃଥିବୀର ସବୁ ଲୋକ ଖୁସି ଓ ସୁଖରେ ରୁହନ୍ତେ। ଆମକୁ ପ୍ରୟାସ କରିବାକୁ ହେବ ଯେ, ସାରା ଦୁନିଆ ଏମିତି ହୋଇଯାଉ, ଯେଉଁଠି ଲୋକ ଶାନ୍ତିରେ ରହିପାରିବେ।

ଗଳିକନ୍ଦିରେ ଲଢୁଥିବା ଦୁଇ ଲୋକଙ୍କୁ ଆମେ ପାଗଳ ଓ ବୋକା ଭାବୁ। ତୁରନ୍ତ ପୋଲିସକୁ ଡକାଉ। ପୋଲିସ ସେମାନଙ୍କୁ ଲାଠି ମାରନ୍ତି। ତେବେ ଯେତେବେଳେ ଦୁଇଟି ବଡ଼ ଦେଶ ଲଢ଼ିବାକୁ ଲାଗନ୍ତି ଓ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି, ତାହା କେତେବଡ଼ ମୂର୍ଖାମି ଓ ପାଗଳପଣ ଭାବିବା ଦରକାର। ମିଳିମିଶି କାମ କରିବା ଏକୁଟିଆ କାମ କରିବାଠାରୁ ଶ୍ରେୟସ୍କର। ସମସ୍ତଙ୍କ ଉପକାର ପାଇଁ ଏକାଠି କାମ କରିବା ସବୁଠାରୁ ଭଲ କଥା।

ତୁମ ପ୍ରିୟର ବାପା
ଜବାହରଲାଲ ନେହେରୁ


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri