Posted inଖେଳ

ସେଲିଂ: ନେହା ରୌପ୍ୟ, ଅଲୀଙ୍କୁ ବ୍ରୋଞ୍ଜ

ନିଙ୍ଗବୋ (ଚାଇନା), ୨୭।୯ (ପି.ଟି.): ଏସିଆନ ଗେମ୍ସର ସେଲିଂ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଏଥିରୁ ଭାରତକୁ ୨ଟି ପଦକ ମିଳିଛି। ୧୭ ବର୍ଷୀୟା ନେହା ଠାକୁର ରୌପ୍ୟ ଏବଂ ଇଆବାଦ ଅଲୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବାଳିକା ଡିନ୍‌ଘି ଆଇଏଲ୍‌ସିଏ-୪ ଇଭେଣ୍ଟରେ ନେହା ପ୍ରଭାବୀ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ପୁରୁଷ ଓ୍ବିଣ୍ଡସର୍ଫର ଆର୍‌ଏସ୍‌:ଏକ୍ସ ଇଭେଣ୍ଟରେ ଅଲୀ ୫୨ ପଏଣ୍ଟ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ଥାଇଲାଣ୍ଡର ନାଟ୍ଟାଫୋଙ୍ଗ୍‌ ଫୋନୋଫାରାଟ ରୌପ୍ୟ ଓ କୋରିଆର ଓ୍ବନଉ ଚୋ ସ୍ବର୍ଣ୍ଣ ପଦକ ପାଇଥିଲେ। ୧୪ ରେସ୍‌ ବିଶିଷ୍ଟ ଇଭେଣ୍ଟରେ ଅଲୀ ଦ୍ୱିତୀୟ ଓ ତୃତୀୟ ରେସ୍‌ ଫିନିଶ୍‌ କରି ନ ପାରିବାରୁ ତାଙ୍କ ମୋଟ ୫୯ ପଏଣ୍ଟରୁ ୭ ପଏଣ୍ଟ କାଢ଼ି ନିଆଯାଇଥିଲା। ଫଳରେ ରୌପ୍ୟ ପଦକ ବିଜୟୀ ପ୍ରତିଯୋଗୀଙ୍କଠାରୁ ତାଙ୍କର ପଏଣ୍ଟ ବ୍ୟବଧାନ ୨୩ ରହିଥିଲା। ଭୋପାଳର ନ୍ୟାଶନାଲ ସେଲିଂ ସ୍କୁଲର ପ୍ରତିଭାସମ୍ପନ୍ନ ସେଲର ନେହା ମୋଟ ୩୨ ପଏଣ୍ଟ ପାଇଥିଲେ। ମାତ୍ର ନେଟ୍‌ ସ୍କୋର ୨୭ ଥିବାରୁ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ନେଇଥିଲେ। ଏଥିରେ ଥାଇଲାଣ୍ଡର ନୋପାସୋମ ଖୁନବୋଞ୍ଜାନ ସ୍ବର୍ଣ୍ଣ ଏବଂ ସିଙ୍ଗାପୁରର କିଏରା ମାରି କାର୍ଲି ବ୍ରୋଞ୍ଜ ପଦକ ପାଇଥିଲେ। ସେଲିଂରେ ପ୍ରତିଯୋଗୀମାନେ ଯେତେ ରେସ୍‌ କରିଥାନ୍ତି ସେଥିରୁ ସବୁଠାରୁ ଖରାପ ସ୍କୋରକୁ କାଢ଼ି ନିଆଯାଇଥାଏ। ସବୁଠାରୁ କମ୍‌ ନେଟ୍‌ ସ୍କୋରର ବିଜେତା ହୋଇଥାନ୍ତି। ନେହା ୫ମ ପର୍ଯ୍ୟାୟରେ ସବୁଠାରୁ ଖରାପ ୫ ପଏଣ୍ଟ ସ୍କୋର କରିଥିଲେ, ଯାହାକି ତାଙ୍କ ମୋଟ ସ୍କୋରରୁ କାଢ଼ି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri