ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ସୁରକ୍ଷାରେ ଅବହେଳା

ପୁରୀ ଅଫିସ,୨।୯: ୮୭ ବର୍ଗ କିଲୋମିଟର ପରିବ୍ୟାପ୍ତ ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ବେଳାଭୂମିକୁ ଲାଗି ରହିଛି। ଏହାକୁ ନେଇ ଗଢ଼ିଉଠିଛି ଉପକୂଳ ନିୟନ୍ତ୍ରିତ ଅଞ୍ଚଳ। ଜୈବ ବିବିଧତାରେ ପରିପୂର୍ଣ୍ଣ ବାଲୁଖଣ୍ଡ ଅଭୟାରଣ୍ୟ ସମେତ ଏହି ଉପକୂଳ ନିୟନ୍ତ୍ରଣ ଅଞ୍ଚଳର ସୁରକ୍ଷା ଲାଗି ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେଉନାହିଁ। ଫନୀରେ ବାଲୁଖଣ୍ଡ ଅଭୟାରଣ୍ୟ ଧ୍ୱଂସପ୍ରାୟ ସ୍ଥିତିରେ ପହଞ୍ଚିଥିଲା। ସଂପ୍ରତି ଏହା କ୍ରମଶଃ ଜବରଦଖଲ ହେବାରେ ଲାଗିଛି। ଫଳରେ ଅଭୟାରଣ୍ୟ ସଙ୍କୁଚିତ ହେବାର ଆଶଙ୍କା ବଢ଼ିଛି। ସଦ୍ୟ ପ୍ରକାଶିତ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ (ସିଏଜି)ଙ୍କ ରିପୋର୍ଟ ଅନୁଯାୟୀ, ଉପକୂଳ ନିୟନ୍ତ୍ରଣ ଅଞ୍ଚଳକୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଛି। ଏପରି କି ସରକାର ନିଜେ ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ କୋଠା ନିର୍ମାଣ କରି ଏହାକୁ ସଙ୍କୁଚିତ କରିବାରେ ଲାଗିଛନ୍ତି। ବାଲୁଖଣ୍ଡ ଅଭୟାରଣ୍ୟର ସୀମା ମଧ୍ୟରେ ପୁରୀ ଜିଲା କାରାଗାର ନିର୍ମାଣ ହୋଇଛି। ସମ୍ପୃକ୍ତ ଅଞ୍ଚଳ ଅଲିଭ ରିଡ୍‌ଲେଙ୍କ ନେଷ୍ଟିଂ ସାଇଟ୍‌ ଭାବେ ଚିହ୍ନିତ। ସାମୁଦ୍ରିକ ଜୀବଙ୍କ ସୁରକ୍ଷାକୁ ବାଜିରେ ଲଗାଇ ପ୍ରଶାସନ ସେଠାରେ କୋଠା ନିର୍ମାଣ କରିବାକୁ କିପରି ନିଷ୍ପତ୍ତି ନେଲା ସେନେଇ ପରିବେଶବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।
ସିଏଜି ରିପୋର୍ଟ ତଥ୍ୟରେ ଦର୍ଶାଯାଇଛି ଯେ, ରାଜ୍ୟସ୍ତରରେ କୋଷ୍ଟାଲ୍‌ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି କାର୍ଯ୍ୟକ୍ଷମ ଥିବାବେଳେ ଜିଲାସ୍ତରରେ ଜିଲାସ୍ତରୀୟ କମିଟିମାନ ମଧ୍ୟ ରହିଛି। ଉଭୟ ରାଜ୍ୟ ଓ ଜିଲା କର୍ତ୍ତୃପକ୍ଷ ମିଳିତ ଭାବେ ଉପକୂଳ ଅଞ୍ଚଳର ସୁରକ୍ଷା ସ୍ଥିତି ଯାଞ୍ଚ କରିବାର ଆବଶ୍ୟକତା ଥିଲେ ମଧ୍ୟ ଠିକ ଭାବେ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ଉଭୟ ସରକାରୀ ଓ ଘରୋଇ ଜବରଦଖଲ ବଢ଼ିବାରେ ଲାଗିଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପ୍ରଭାବିତ ହେଉଛି। ସେହିଭଳି ଜିଲାରେ ଉପକୂଳ ନିୟନ୍ତ୍ରିତ ଅଞ୍ଚଳର ସୁରକ୍ଷା ପାଇଁ ଥିବା କମିଟି କାର୍ଯ୍ୟକ୍ଷମ ହୋଇନାହିଁ। ବନ୍ୟଜନ୍ତୁ ପ୍ରଭାବିତ ହେଉଥିବା ସତ୍ତ୍ୱେ ପ୍ରଶାସନ ଆଇନକୁ ଉଲ୍ଲଂଘନ କରି କୋଠା ନିର୍ମାଣ କରିବାରେ ଲାଗିଛି। ସେହିଭଳି ପ୍ରସ୍ତାବିତ ଶ୍ରୀଜଗନ୍ନାଥ ବିମାନବନ୍ଦର ମଧ୍ୟ ପୁରୀ ବେଳାଭୂମିର ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ଆସୁଛି। ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ପୁରୀ କାରାଗାର ହୋଇଥିବା ସ୍ଥାନ ଅଲିଭ ରିଡ୍‌ଲେଙ୍କ ଅଣ୍ଡା ଦେବା ସ୍ଥଳ ହୋଇଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ ଥିଲା। ଅନ୍ୟପକ୍ଷରେ ଜିଲା ବନ ଅଧିକାରୀ ରାମସ୍ବାମୀ କହିଛନ୍ତି, ଅଲିଭ ରିଡ୍‌ଲେ ଅଣ୍ଡା ଦେବା ସମୟ ପାଖେଇ ଆସୁଥିବାରୁ ଅଭୟାରଣ୍ୟ ସଂଶ୍ଳିଷ୍ଟ ବେଳାଭୂମିରେ ବନବିଭାଗ ପକ୍ଷରୁ କ୍ୟାମ୍ପ କରାଯିବ। ଶୀତଋତୁ ପାଖେଇ ଆସୁଥିବାରୁ ଅଲିଭ ରିଡ୍‌ଲେଙ୍କ ପ୍ରଜନନ ସମୟ ନିକଟତର ହେଲାଣି। ଏଭଳି ସ୍ଥଳେ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ଓ ପ୍ରଜନନ ପ୍ରକ୍ରିୟାର ସଫଳ ପରିଚାଳନା ଉପରେ ବିଭାଗ ଧ୍ୟାନ ଦେଉଛି। ତେବେ ପୁରୀ ଜିଲାର ଉପକୂଳ ନିୟନ୍ତ୍ରିତ ଅଞ୍ଚଳ ଜବରଦଖଲ ହୋଇଥିବା ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ଆମ ପାଖରେ ନାହିଁ। ଏନେଇ ତଦନ୍ତ କରାଯିବ। ସେହିପରି ପରିବେଶବିତ୍‌ ହେକ୍ଟର ମିଶ୍ର କହିଛନ୍ତି, ନିୟନ୍ତ୍ରିତ ଅଞ୍ଚଳରେ ସାଧାରଣତଃ ୩ ପ୍ରକାରର ଆଇନ ଉଲ୍ଲଂଘନ ହୋଇଥାଏ। ପ୍ରଥମତଃ ଜନବସତି ନିର୍ମାଣ ଉଦ୍ଦେଶ୍ୟରେ ସମୁଦ୍ରକୁ ପୋତାଯାଇ କୋଠାବାଡ଼ି କିମ୍ବା କୌଣସି ଭିତ୍ତିଭୂମି ନିର୍ମାଣ କରାଗଲେ ଏହାକୁ ସିଆର୍‌ଜେଡ୍‌-୧ ବୋଲି କୁହାଯାଏ। ଦ୍ୱିତୀୟରେ ସମୁଦ୍ରର ୫ଶହ ମିଟର ଦୂରତା ମଧ୍ୟରେ କୌଣସି କୋଠାବାଡ଼ି ନିର୍ମାଣ ହେଲେ ଏଥିପାଇଁ ଉପକୂଳ ନିୟନ୍ତ୍ରିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବା ଦରକାର, ନଚେତ୍‌ ଏହାକୁ ବେଆଇନ ବୋଲି ଗ୍ରହଣ କରାଯିବ। ଏହାକୁ ସିଆରଜେଡ୍‌-୨ କୁହାଯାଏ। ସେହିପରି ତୃତୀୟରେ ସମୁଦ୍ରକୁ ଯାତାୟାତ କରିବା ପାଇଁ ଥିବା ରାସ୍ତାକୁ କେହି ଅବରୋଧ କଲେ ତାହାକୁ ନିୟମ ଉଲ୍ଲଂଘନ ଭାବେ ବିବେଚନା କରାଯାଏ। ଏହାକୁ ସିଆରଜେଡ୍‌-୩ କୁହାଯାଏ। ଏହା ବ୍ୟତୀତ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉଦ୍ଦେଶ୍ୟରେ ଚିହ୍ନଟ ହୋଇଥିବା ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ ନିମନ୍ତେ ମଧ୍ୟ ଅନୁମତି ଆବଶ୍ୟକ ବୋଲି ମିଶ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri