ଗ୍ରାମୀଣ ରାସ୍ତା ନିର୍ମାଣରେ ଅବହେଳା

କେନ୍ଦ୍ରାପଡ଼ା,୨ା୯ (ଜଗନ୍ନାଥ ଧଳ): ଗତ ଲଗାଣ ବର୍ଷା ଓ ନଦୀରେ ପାଣି ଆସିବାରୁ ଗ୍ରାମ୍ୟ ରାସ୍ତା ବେହାଲ ହୋଇଛି। ଏହି ରାସ୍ତାରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆଦି ପହଞ୍ଚତ୍ ପାରୁ ନ ଥିବାରୁ ଗ୍ରାମବାସୀ ଦୁରବସ୍ଥା ଭୋଗୁ ଥିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି। ଗ୍ରାମାଞ୍ଚଳ ରାସ୍ତାର ଦୁରବସ୍ଥା ସମ୍ପର୍କରେ କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ତଥ୍ୟକୁ ଦେଖିଲେ ଏହାର ବାସ୍ତବତା ମଧ୍ୟ ଉପଲବ୍ଧି ହେଉଛି। କେନ୍ଦ୍ରାପଡ଼ା ଜିଲାର ୯ ବ୍ଲକରେ ୨୪୯ ପଞ୍ଚାୟତ ରହିଛି। ଏହି ପଞ୍ଚାୟତଗୁଡ଼ିକରେ ସମୁଦାୟ ୭୨୨୫ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଅପେକ୍ଷାରେ ଥିବା ପଞ୍ଚାୟତିରାଜ ବିଭାଗର ତଥ୍ୟ ଦର୍ଶାଉଛି। ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୭୮୫୩ଟି ରାସ୍ତା ନିର୍ମାଣ ପ୍ରକଳ୍ପ ଏହି ଯୋଜନାରେ କାର୍ଯ୍ୟକାରୀ ପାଇଁ ଜିଲା ପ୍ରଶାସନର ମଞ୍ଜୁରୀ ମିଳିଥିଲା। ଏଥିମଧ୍ୟରୁ ମାତ୍ର ୫୨୮ଟି ରାସ୍ତା ନିର୍ମାଣ ହୋଇଛି। ସେହିପରି ୬ ହଜାରରୁ ଊର୍ଦ୍ଧ୍ୱ ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ମିଳିନାହିଁ। ମୋଟ ୨୯୪୭ଟି ପ୍ରକଳ୍ପ ମଞ୍ଜୁରି ପାଇଥିବାବେଳେ କାର୍ଯ୍ୟାରମ୍ଭ ହୋଇନାହିଁ। ୪୨୭୮ଟି ଗ୍ରାମାଞ୍ଚଳ ରାସ୍ତା ନିର୍ମାଣାଧୀନ ଥିବା ବିଭାଗୀୟ ତଥ୍ୟରେ ଉଲ୍ଲେଖ ଅଛି। ଆଳି ବ୍ଲକ ଅଞ୍ଚଳରେ ଗୋଟିଏ ବି ଗ୍ରାମାଞ୍ଚଳ ରାସ୍ତା ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ସରିନାହିଁ। ସେହିପରି ଅନ୍ୟ ୪ଟି ବ୍ଲକ ଅଞ୍ଚଳର ନିର୍ମାଣ କାର୍ଯ୍ୟ ଖୁବ୍‌ ଧିମା ରହିଛି। ଚଳିତବର୍ଷ ଲଗାଣ ବର୍ଷା ଓ ନଦୀରେ ପାଣି ଆସିବା ପରେ ରାଜକନିକା, ରାଜନଗର, ମହାକାଳପଡ଼ା, ଆଳି, ଡେରାବିଶ, ଗରଦପୁର ବ୍ଲକ ଅଞ୍ଚଳରେ ବିଶେଷ ପ୍ରଭାବ ପକାଇଛି। ବେହାଲ ରାସ୍ତା ପାଇଁ ଆର୍ଥିକ ଓ ସାମାଜିକ ପ୍ରଗତିରେ ପ୍ରତିବନ୍ଧ ସୃଷ୍ଟି ହୋଇଛି ବୋଲି ମତ ମିଳିଛି।
ସାମାଜିକ କର୍ମୀ ବିଭୂତି ଭୂଷଣ ରାଉତ କହିଛନ୍ତି, ରାସ୍ତା ନିର୍ମାଣକୁ କେବଳ ପଞ୍ଚାୟତିରାଜ ବିଭାଗ ନୁହେଁ, ପୂର୍ତ୍ତ, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଲୁଣା ତଟବନ୍ଧ ଆଦି ବିଭାଗର ଅଧିକାରୀ ଅବହେଳା କରୁଛନ୍ତି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଗଣତାନ୍ତ୍ରିକ ଦେଶର ମୂଳ ଲକ୍ଷ୍ୟ। ମୌଳିକ ସୁବିଧା ଯୋଗାଇବା ପାଇଁ ସୁଗମ ପଥ ଆବଶ୍ୟକ। ଯାତାୟାତ ବ୍ୟବସ୍ଥା ନ ଥିଲେ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପ୍ରଗତି ହୋଇପାରିବନି। ଗ୍ରାମାଞ୍ଚଳର ବେହାଲ ରାସ୍ତା ପାଇଁ ପ୍ରସୂତି ଓ ରୋଗୀ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିପରି ଶିକ୍ଷା, ପାନୀୟ ଜଳ ଯୋଗାଣ ଆଦି ବାଧକ ହେଉଛି। ଏପରିକି ବିପଦ ସମୟରେ ଆମ୍ବୁଲାନ୍ସ ଓ ଅଗ୍ନଶମ ଗାଡ଼ି ପହଞ୍ଚତ୍ ପାରୁନାହିଁ। ଛପାଲିର ହରେକୃଷ୍ଣ ପାତ୍ର କହିଛନ୍ତି, ଉପାନ୍ତ ଅଞ୍ଚଳରେ ଗମନାଗମନ ସମସ୍ୟା ଦେଶ ସ୍ବାଧୀନତା ପରଠାରୁ ଅଦ୍ୟାବଧି ସମାଧାନ ହୋଇପାରିନାହିଁ। ମହାକାଳପଡ଼ା, ରାଜକନିକା, ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ ଯାତାୟାତକୁ ନଦୀ ନାଳ ରୋକୁଥିବାବେଳେ ବର୍ଷାଦିନେ ଜରୁରୀ ସେବା ମିଳିବା କଷ୍ଟ ହେଉଛି। ଲଗାତର ବର୍ଷା ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି। ବଡ଼କୂଳ, କରଞ୍ଜ, ବତିଘର ପଞ୍ଚାୟତ ସମେତ ବିଜୟନଗର, ବଳିପାଳ, ଦଶୀପୁର, ରାଧାନଗର, କେୟାରବାଙ୍କ, ଗୁଲୁଦୁଆ ରାସ୍ତା ଏବେ ଶୋଚନୀୟ ଅବସ୍ଥା ହୋଇଛି। ରାସ୍ତା ନିର୍ମାଣ ନାହିଁ ତ ଭୋଟ ନାହିଁ ବୋଲି ସେ ମତ ଦେଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁର ରମେଶ ମଲ୍ଲିକ କହିଛନ୍ତି, କଣ୍ଠିଆ ନାଳ ସେତୁ ଓ ଦାଣ୍ଡିସାହିରୁ ସିଂହଗାଁ ରାସ୍ତା ନିର୍ମାଣ ଦୀର୍ଘ ୧୦ ବର୍ଷ ଧରି ନିର୍ମାଣ କାର୍ଯ୍ୟ ସରୁନାହିଁ। ଫଳରେ ଧୋୟା ଅଞ୍ଚଳ ସାମାନ୍ୟ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି। ଏ ସମ୍ପର୍କରେ ଜିଲା ଉନ୍ନୟନ ଅଧିକାରୀ ତଥା ଏଡିଏମ୍‌ ନିଲୁ ମହାପାତ୍ରଙ୍କୁ ପଚାରିବାରେ ରାସ୍ତା ନିର୍ମାଣ ସମସ୍ୟାକୁ ନେଇ ବହୁବାର ବୈଠକ ହୋଇଛି। ଏ ନେଇ ବିଭିନ୍ନ ବିଭାଗକୁ ସଜାଗ କରାଯାଇଛି। ଏପ୍ରିଲରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଗୁରୁତ୍ୱ ଦିଆଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ତେବେ ଲଗାଣ ବର୍ଷା ଓ ବନ୍ୟା ଗ୍ରାମାଞ୍ଚଳ ରାସ୍ତା ନିର୍ମାଣରେ ବାଧକ ସାଜିଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri