୬୩ ବର୍ଷରେ ଟେଲିପରଦାରେ ଡେବ୍ୟୁ

ବମ୍ବେ: ୬୩ ବର୍ଷରେ ଟେଲି ପରଦାରେ ଡେବ୍ୟୁ କରିବାକୁ ସଜ ହେଲେଣି ଅଭିନେତ୍ରୀ ନୀତୁ କପୁର। ଲୋକପ୍ରିୟ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିଓ୍ବାନେ ଜୁନିୟର୍ସ’ରେ ସେ ଜଜ୍‌(ବିଚାରପତି) ଭାବେ ନଜର ଆସିବେ। ତାଙ୍କ ଛଡ଼ା ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି ଏବଂ କୋରିଓଗ୍ରାଫର ମର୍ଜି ପେଷ୍ଟନଜୀ ମଧ୍ୟ ଅନ୍ୟ ବିଚାରପତି ଦାୟିତ୍ୱ ତୁଲାଇବେ।

ଦେଶର କୁନି କୁନି ପ୍ରତିଭାମାନଙ୍କ ନୃତ୍ୟ ଦେଖିବା ସାଙ୍ଗକୁ ସେମାନଙ୍କୁ ଆଗକୁ ନେବାକୁ ପ୍ରୋତ୍ସାହିତ କରିବା ଲାଗି ନୀତୁ ବେଶ ଉତ୍ସାହିତ ଅଛନ୍ତି। ଆଗାମୀ ଫିଲ୍ମ ବିଷୟରେ କଥା ହେଲେ ନୀତୁ ‘ଜୁଗ୍‌ ଜୁଗ୍‌ ଜିୟୋ’ରେ ନଜର ଆସିବେ। ଏଥିରେ ତାଙ୍କ ବ୍ୟତିତ ବରୁଣ ଧଓ୍ବନ, କିଆରା ଆଡଭାଣୀ ପ୍ରମୁଖ ଅଛନ୍ତି।

Share