ଆଲିଆଙ୍କ ଉପରେ ଖୁସି ନାହାନ୍ତି ଶାଶୁ!

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଏନେଇ ଅନେକ ଅଭିନନ୍ଦନ ଆସୁଛି। ଏହି ଖୁସି ଖବର ପରେ କପୁର ଏବଂ ଭଟ୍ଟ ପରିବାର ବେଶ୍‌ ଆନନ୍ଦିତ ଅଛନ୍ତି। ଆଲିଆ ଏବଂ ରଣବୀର କପୁର ୩ ମାସ ହେବ ବିବାହ କରିଛନ୍ତି। ପ୍ରାୟ ୫ ବର୍ଷ ପରସ୍ପରକୁ ଡେଟ୍‌ କରିବା ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ରଣବୀର ଏବଂ ଆଲିଆ ବୃତ୍ତିଗତ ଜୀବନରେ ବ୍ୟସ୍ତ ଅଛନ୍ତି। ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ପରେ ଲୋକମାନେ ସୋସିଆଲ ମିଡିଆରେ କହୁଛନ୍ତି ଆଲିଆ ଏବଂ ତାଙ୍କ ଶାଶୁ ନୀତୁ କପୁରଙ୍କ ମଧ୍ୟରେ କିଛି ସମ୍ପର୍କ ଭଲ ଥିଲାପରି ଲାଗୁନାହିଁ।

ବିବାହ ପରେ ଶାଶୁ ନୀତୁ ତାଙ୍କ ବୋହୂକୁ ବହୁତ ପ୍ରଶଂସା କରିଥିଲେ, କିନ୍ତୁ ନିକଟରେ ଏହି ଭିଡିଓ ଦେଖି ଲୋକମାନେ କହୁଛନ୍ତି ଯେ, ଶାଶୁ ତାଙ୍କ ବୋହୂ ଆଲିଆଙ୍କ ଅପେକ୍ଷା ଝିଅଙ୍କୁ ଅଧିକ ଭଲ ପାଉଛନ୍ତି।

ନିକଟରେ ନୀତୁ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ଯେଉଁଠାରେ ସେ ଫଟୋଗ୍ରାଫରଙ୍କ ସହ କଥା ହୋଇଥିଲେ। ଯେତେବେଳେ ଫଟୋଗ୍ରାଫରମାନେ ନୀତୁଙ୍କୁ ପଚାରିଥିଲେ ଯେ, ସେ ତାଙ୍କ ବୋହୂଙ୍କୁ ଭେଟିବାକୁ ବିଦେଶ ଯାଉଛନ୍ତି କି? ସେତେବେଳେ ନୀତୁ ସଫା ମନା କରିଦେଇଥିଲେ। ନୀତୁ କହିଛନ୍ତି, ସେ ଆଲିଆଙ୍କୁ ଭେଟିବାକୁ ନୁହେଁ ବରଂ ତାଙ୍କ ଝିଅ ରିଦ୍ଧିମାଙ୍କୁ ଭେଟିବାକୁ ବିଦେଶ ଯାଉଛନ୍ତି।

ଆଲିଆ ଜୁନ୍‌ ୨୭ରେ ଗର୍ଭବତୀ ଥିବା ଘୋଷଣା କରିଥିଲେ। ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଦୁଇଟି ଫଟୋ ଶେୟାର କରି କହିଥିଲେ ଯେ, ସେ ମା’ ହେବାକୁ ଯାଉଛନ୍ତି। ନୀତୁଙ୍କୁ ଫଟୋଗ୍ରାଫର ଆଉ ପ୍ରଶ୍ନ ପଚାରିଥିଲେ, ଆପଣ ଜେଜେ ମା’ ହେବାକୁ ଯାଉଛନ୍ତି। ଏହା ପରେ ନୀତୁ କହିଥିଲେ, ତାଙ୍କ ବ୍ୟତୀତ ସାରା ବିଶ୍ୱ ଜାଣନ୍ତି ଯେ, ସେ ଜେଜେମା ହେବାକୁ ଯାଉଛନ୍ତି। ନୀତୁଙ୍କ ଏପରି କଥା ଟିକେ ଖାପଛଡ଼ା ଲାଗୁଛି। ତେବେ ଏହା କେତେଦୂର ସତ ତାହା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri