ମୁକେଶ ଅମ୍ବାନୀଙ୍କ ଶାଳୀ ସଚିନ୍‌ଙ୍କ ଠାରୁ ଶାହାରୁଖ୍‌ଙ୍କ ପିଲାଙ୍କୁ ପଢ଼ାଇ ସାରିଛନ୍ତି ପାଠ: ଜାଣନ୍ତୁ…

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ ସ୍ତ୍ରୀ ନୀତା ଅମ୍ବାନୀ ନିଜ କାମ ଏବଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଅମ୍ବାନୀ ପରିବାର ବିଷୟରେ ଅଳ୍ପବହୁତ ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ତାଙ୍କ ବାପଘର ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ନୀତାଙ୍କର ଜଣେ ସାନ ଭଉଣୀ ଅଛନ୍ତି, ଯିଏକି ଦେଖିବାକୁ ନୀତାଙ୍କ ପରି ସୁନ୍ଦର। ମଧ୍ୟବିତ ପରିବାରର ନୀତାଙ୍କ ସାନ ଭଉଣୀ ମମତା ଦଲାଲ ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ବଲିଉଡ୍‌ର ଅନେକ କଳାକାରଙ୍କ ପିଲାମାନଙ୍କୁ ପାଠ ପଢ଼ାଇ ସାରିଛନ୍ତି। ଜାଣିବା ମମତାଙ୍କ ବିଷୟରେ।


ମମତା ଲାଇମ୍‌ଲାଇଟ୍‌ଠାରୁ ସବୁବେଳେ ଦୂରରେ ରହିଥାନ୍ତି। ମାତ୍ର ଆକାଶ ଅମ୍ବାନୀଙ୍କ ବିବାହ ପରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋଗୁଡିକରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ନୀତାଙ୍କ ମା’ ପୂର୍ଣ୍ଣିମା ଦଲାଲ ମଧ୍ୟ ସୁନ୍ଦରରେ ୨ ଝିଅଙ୍କଠାରୁ କମ୍‌ ନୁହନ୍ତି। ୨ ଭଉଣୀ ଦେଖିବାକୁ ମା’ଙ୍କ ପାରି। ମମତା ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲର ପରିଚାଳନା ଦାୟିତ୍ୱରେ ରହିଛନ୍ତି। ସ୍କୁଲରେ ସେ ପିଲାମାନଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି। ଏହି ସ୍କୁଲର ଚେୟାରମ୍ୟାନ୍‌ ହେଉଛନ୍ତି ତାଙ୍କ ବଡ଼ ଭଉଣୀ ନୀତା। ମମତା ଯେଉଁ ସ୍କୁଲରେ ପାଠ ପଢ଼ାଉଛନ୍ତି ସେଠାରେ ଅନେକ ସେଲିବ୍ରିଟିଙ୍କ ପିଲା ପଢ଼ିଥାନ୍ତି। ସେ ଶାହାରୁଖ୍‌ ଖାନ୍‌ ଏବଂ ସଚିନ ତେନ୍ଦୁଲକରଙ୍କ ପିଲାମାନଙ୍କୁ ମଧ୍ୟ ପାଠ ପଢ଼ାଇସାରିଛନ୍ତି। ନୀତା ଏବଂ ମମତା ଉଭୟ ଉଭଣୀ ପେସାରେ ଶିକ୍ଷୟିତ୍ରୀ। ନୀତା ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାଇବାକୁ ବହୁତ ଭଲ ପାଆନ୍ତି। ବିବାହ ପୂର୍ବରୁ ସେ ଏକ ସ୍କୁଲରେ ଶିକ୍ଷକତା କରୁଥିଲେ। ବିବାହ ପରେ ମଧ୍ୟ କିଛି ବର୍ଷ ପର୍ଯ୍ୟନ୍ତ ସେ ପିଲାଙ୍କୁ ପାଠ ପଢ଼ାଉଥିଲେ। ଶିକ୍ଷକତା ସହ ମମତା ମଡେଲିଂ ମଧ୍ୟ କରୁଥିଲେ। ମମତା ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ପୋଷାକ ପିନ୍ଧି ମଡେଲିଂ କରୁଥିଲେ। ଦୁଇ ଭଉଣୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ମାତ୍ର ଉଭୟଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣରୂପେ ଭିନ୍ନ।

Share