ଆଜିଠୁ ଛାତ୍ରୀଛାତ୍ରଙ୍କୁ ଏନ୍‌ଇଇଟି, ଜେଇଇ କୋଚିଂ; ୮ଟାରୁ ୧୦ଟା କମ୍ବାଇନ୍‌ଡ ୱାର୍ମ ଅପ୍‌ କ୍ଲାସ୍‌

ଭୁବନେଶ୍ୱର, ୪।୧(ଅସମାପିକା ସାହୁ): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ଦକ୍ଷତା ବୃଦ୍ଧି ପାଇଁ ଗୁରୁବାରଠାରୁ ଏନ୍‌ଇଇଟି ଏବଂ ଜେଇଇ ଆଶାୟୀଙ୍କୁ ଅନ୍‌ଲାଇନ୍‌ କୋଚିଂ ମିଳିବ। ସମ୍ପୂର୍ଣ୍ଣ ରୂପେ ଆଭାସି ବା ଭର୍ଚ୍ଚୁଆଲ୍‌ ମୋଡ୍‌ରେ ଦିଆଯିବାକୁ ଥିବା ଏହି କୋଚିଂ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍‌ ପ୍ୟାନେଲ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସକାଳ ସାଢ଼େ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଏହି କମ୍ବାଇନ୍‌ଡ ୱାର୍ମ ଅପ୍‌ କ୍ଲାସ୍‌ କରିବାକୁ କୁହାଯାଇଛି। ଏ ନେଇ ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପୁଣି ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ୪ ତାରିଖରେ ରସାୟନ ବିଜ୍ଞାନ, ୫ରେ ପଦାର୍ଥ ବିଜ୍ଞାନ ଏବଂ ୬ ତାରିଖରେ ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ଗଣିତ ପାଇଁ ୱାର୍ମ ଅପ୍‌ କ୍ଲାସ ହେବ। ୮ ତାରିଖରୁ ସିଡ୍ୟୁଲ କ୍ଲାସ୍‌ ସମ୍ପର୍କରେ ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି।

ଏଥିସହ କେତେକ ଗାଇଡ୍‌ଲାଇନ୍‌ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନ୍‌ଇଇଟି ଏବଂ ଜେଇଇ ପାଇଁ ମନୋନୀତ ବା ପଞ୍ଜୀକୃତ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ଛାତ୍ରୀଛାତ୍ରଙ୍କ ସୂଚନା ନିମନ୍ତେ ଅଧ୍ୟକ୍ଷ/ନୋଡାଲ ଅଧିକାରୀ ପଦକ୍ଷେପ ନେବେ। ପ୍ରତ୍ୟେକ କ୍ଲାସ୍‌ ଆରମ୍ଭ ହେବା ପୂର୍ବରୁ ଆଗୁଆ ଭାବେ ସମ୍ପୃକ୍ତ ବିଷୟର ଷ୍ଟଡି ମ୍ୟାଟେରିଆଲ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯିବ। ଛାତ୍ରୀଛାତ୍ରଙ୍କ ନିରନ୍ତର ଉପସ୍ଥାନ ନୋଡାଲ ଅଧିକାରୀ ସୁନିଶ୍ଚିତ କରିବେ। ଅଧ୍ୟକ୍ଷ ଶିକ୍ଷକଙ୍କୁ ପ୍ରତ୍ୟେକ ସେସନ୍‌ର ଦାୟିତ୍ୱ ଦେବେ। ଯଦି ବିଜ୍ଞାନ ଶିକ୍ଷକ ନ ଥା’ନ୍ତି କିମ୍ବା ଅନ୍ୟ କାର୍ଯ୍ୟରେ ନିୟୋଜିତ ଥାଆନ୍ତି, ତା’ହେଲେ ଶ୍ରେଣୀରେ ଶୃଙ୍ଖଳା ବଜାୟ ରଖିବା ତଥା ଦ୍ବନ୍ଦ୍ବ ଦୂର ପାଇଁ ସହାୟତା କରିବାକୁ ଯେକୌଣସି ଶିକ୍ଷକଙ୍କୁ ନିୟୋଜିତ କରାଯାଇପାରିବ। ଅନ୍‌ଲାଇନ୍‌ କ୍ଲାସ୍‌ରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦ ତଳକୁ ରହିଲେ, ସେଠାରେ ଏନ୍‌ଇଇଟି ଏବଂ ଜେଇଇ ପାଇଁ ଜଣେ ଲେଖାଏ ମେଣ୍ଟର ଶିକ୍ଷକ ରହିବେ। ସେହିପରି ୨୦ରୁ ଅଧିକ ହେଲେ ୪୦-୫୦ ଛାତ୍ରୀଛାତ୍ରଙ୍କୁ ନେଇ ଗ୍ରୁପ୍‌ କରାଯାଇ ଜଣେ ଲେଖାଏ ମେଣ୍ଟର ଶିକ୍ଷକ ନିଯୁକ୍ତ ହେବେ। ଯେକୌଣସି ବିଭାଗରୁ ମେଣ୍ଟର ଶିକ୍ଷକ ନିଯୁକ୍ତି ହୋଇପାରିବେ। ଅଭିଭାବକଙ୍କ ଭଳି ମେଣ୍ଟର ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଓ ପରାମର୍ଶ ଦେବେ। ପ୍ରତ୍ୟେକ କ୍ଲାସ୍‌ ସମାପ୍ତ ହେବା ପରେ ନୋଡାଲ ଅଧିକାରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ତଥ୍ୟ ଦେବେ। ସୂଚନାଯୋଗ୍ୟ, ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ସଫଳତା ହାର ବଢ଼ାଇବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri