Posted inଜାତୀୟ

୧୨ ସେପ୍ଟେମ୍ବରରେ ନିଟ୍‌ ପରୀକ୍ଷା, ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୬।୯: ନିଟ୍‌ ପରୀକ୍ଷା ସ୍ଥଗିତ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ମେଡିକାଲ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ପୂର୍ବରୁ ଧାର୍ଯ୍ୟ ହୋଇଥିବା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ। ପରୀକ୍ଷା ସ୍ଥଗିତ ଆବେଦନ ଉପରେ ଶୁଣାଣି କରିବାକୁ ଶୀର୍ଷ କୋର୍ଟ ସୋମବାର ମନା କରିଛନ୍ତି।

ସିବିଏସଇର ପ୍ରାଇଭେଟ୍‌, ପତ୍ର ମାଧ୍ୟମ ଏବଂ କମ୍ପାର୍ଟମେଣ୍ଟ ଛାତ୍ରୀଛାତ୍ରମାନେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଆବେଦନ କରିଥିଲେ। ନିଟ୍‌ ପରୀକ୍ଷା ସମୟରେ ସେମାନଙ୍କର ଲିଖିତ ପରୀକ୍ଷା ଚାଲିଥିବ ବୋଲି ଛାତ୍ରୀଛାତ୍ରମାନେ ଆବେଦନ ପତ୍ରରେ ଉଲ୍ଲେଖ କରିଥିଲେ। କୋର୍ଟ ଏନେଇ କୌଣସି ଆଦେଶ ଦେବାକୁ ମନା କରିଦେଇଛନ୍ତି ଏବଂ କହିଛନ୍ତି ଯେ ଏହି ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରାଯିବା ଆବଶ୍ୟକ। ବାସ୍ତବରେ, ଯେଉଁ ଦିନ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବ, ସେଦିନ ସିବିଏସ୍‌ଇ ପରୀକ୍ଷାର କେତେକ ପେପର ରହିଛି।

ଉଭୟ ପରୀକ୍ଷା ସମାନ ଦିନରେ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଏକ ସଙ୍କଟ ଦେଖାଦେଇଛି। ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ଏ.ଏମ୍‌. ଖାନୱିଲକର ଛାତ୍ରୀଛାତ୍ରମାନଙ୍କୁ ପରୀକ୍ଷା କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବାକୁ କହିଛନ୍ତି।

କୋର୍ଟ କହିଛନ୍ତି ଯେ, ପରୀକ୍ଷାକୁ ସ୍ଥଗିତ ରଖାଯାଇ ପାରିବ ନାହିଁ। କଠୋର ଆଭିମୁଖ୍ୟ ଗ୍ରହଣ କରି କୋର୍ଟ କହିଛନ୍ତି ଯେ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା ପାଇଁ ସୁପ୍ରିମକୋର୍ଟଙ୍କ ବ୍ୟବହାର କରିବା ଉଚିତ ନୁହେଁ। କୋର୍ଟ କହିଛନ୍ତି ଏହି ପ୍ରବେଶିକା ପରୀକ୍ଷା ପାଇଁ ୧୬ ଲକ୍ଷ ଛାତ୍ରୀଛାତ୍ର ପ୍ରସ୍ତୁତ ହୋଇଛନ୍ତି। ପରୀକ୍ଷା ପାଇଁ ଆଡମିଟ କାର୍ଡ ମଧ୍ୟ ଛାତ୍ରଛାତ୍ରୀମାନେ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରୀକ୍ଷା ସ୍ଥଗିତ କରିହେବ ନାହିଁ।

ତେବେ ଅଦାଲତ କହିଛନ୍ତି ଯେ ଅସ୍ଥାୟୀ ଭିତ୍ତିରେ ନିଟ୍‌ ପରୀକ୍ଷାରେ କମ୍ପାର୍ଟମେଣ୍ଟାଲ ଛାତ୍ରୀଛାତ୍ରଙ୍କୁ ହାଜର ହେବାକୁ ଅନୁମତି ଦେଇହେବ।

କିଛି ଛାତ୍ରୀଛାତ୍ର ରିପୋର୍ଟ କରିଛନ୍ତି ଯେ ୧୩ ସେପ୍ଟେମ୍ବରରେ ଆଇସିଏଆର୍‌ ପରୀକ୍ଷା ନିଟ୍‌-୨୦୨୧ର ଠିକ ଗୋଟିଏ ଦିନ ପରେ ଅନୁଷ୍ଠିତ ହେଉଛି। ଛାତ୍ରୀଛାତ୍ରମାନେ ଅଳ୍ପ ସମୟ ବ୍ୟବଧାନରେ ଗୋଟିଏ କେନ୍ଦ୍ରରୁ ଅନ୍ୟ କେନ୍ଦ୍ରକୁ ପରୀକ୍ଷା ଦେବା ଲାଗି ଯାଇପାରିବେ ନାହିଁ।

ଏଥି ସହିତ, ୧୩ ସେପ୍ଟେମ୍ବରରେ ସିବିଏସ୍‌ଇର ଗଣିତ ବିଷୟର ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଆବେଦନରେ କୁହାଯାଇଛି ଯେ ସିବିଏସଇ ପରୀକ୍ଷା ମଧ୍ୟରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ଛାତ୍ରୀଛାତ୍ରମାନେ ସୁପ୍ରିମକୋର୍ଟରେ ଜାତୀୟ ପରୀକ୍ଷା ଏଜେନ୍ସିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri