Posted inଜାତୀୟ

ଏନ୍‌ଇଇଟି ବିଭ୍ରାଟ: ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୨ା୬: ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗର ତଦନ୍ତ ସୁପ୍ରିମକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବା ଦାବିରେ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ଛତିଶଗଡ଼, କର୍ନାଟକ ଓ ଅନ୍ୟାନ୍ୟ ରାଜ୍ୟରେ ବିକ୍ଷୋଭ ହୋଇଥିଲା। ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ରାଜଧାନୀରେ ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଦୁର୍ନୀତି ବିରୋଧରେ ବିକ୍ଷୋଭରେ ଅନୁଷ୍ଠିତ ବିକ୍ଷୋଭରେ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ। ନରେନ୍ଦ୍ର ମୋଦି ସରକାରରେ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଯୋଗୁ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ଏହା ସେମାନଙ୍କ କଠିନ ପରିଶ୍ରମ ଓ ସେମାନଙ୍କ ମାତାପିତାଙ୍କ ଆଶାଆକାଂକ୍ଷା ଉପରେ ଆକ୍ରମଣ। ପିଲାମାନଙ୍କ ପ୍ରତି ଅନ୍ୟାୟ ହେବାକୁ ଦିଆଯିବ ନାହିଁ। ‘ପେପର ଲିକ୍‌’ ସରକାରଙ୍କୁ ମୁଣ୍ଡ ନୋଇଁବାକୁ ପଡ଼ିବ ବୋଲି କଂଗ୍ରେସ କହିଛି। ପଞ୍ଜାବରେ ପିସିସି ମୁଖ୍ୟ ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗଙ୍କ ନେତୃତ୍ୱରେ ବିକ୍ଷୋଭ ହୋଇଥିବାବେଳେ କର୍ନାଟକରେ ଏନ୍‌ଏସ୍‌ୟୁଆଇ ଏବଂ ଯୁବକଂଗ୍ରେସ ପକ୍ଷରୁ ବେଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନ୍‌ଇଇଟି ଏବଂ ୟୁଜିସି-ନେଟ୍‌ ପ୍ରସଙ୍ଗକୁ ନେଇ ପାଟନାରେ ବିହାରର କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଥିଲେ।
ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ମେ’ ୫ରେ ହୋଇଥିବା ଏନ୍‌ଇଇଟି ପରୀକ୍ଷାରେ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଭାଗ ନେଇଥିଲେ। ତେବେ ଜୁନ୍‌ ୪ରେ ରେଜଲ୍ଟ ଆସିବା ପରେ ବ୍ୟାପକ ଅନିୟମିତତା ହୋଇଥିବା ପଦାକୁ ଆସିଥିଲା। ୬୭ ଜଣ ପିଲାଙ୍କୁ ପୂର୍ଣ୍ଣ ମାର୍କ ଦିଆଯାଇ ର଼୍ୟାଙ୍କ୍‌ ଓ୍ବାନ୍‌ରେ ରଖାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୬ ଜଣ ଥିଲେ। ଏହି ମାମଲାରେ ପାଟନାରୁ ଗିରଫ ହୋଇଥିବା ଅନୁରାଗ ଯାଦବ ନାମକ ଛାତ୍ରଙ୍କ କହିବା ଅନୁଯାୟୀ ତାଙ୍କୁ ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ମିଳିଥିଲା। ପେପର ଲିକ୍‌ରେ ସମ୍ପୂକ୍ତ ଛାତ୍ରୀଛାତ୍ରମାନେ ପାଟନାର ଏନ୍‌ଏଚ୍‌ଏଆଇ ଗେଷ୍ଟହାଉସ୍‌ରେ ରହିଥିଲେ। ତେଣୁ ପ୍ରଶ୍ନପତ୍ର ଲିକ୍‌ ସହ ରାଜନୈତିକ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି। ପରୀକ୍ଷା ପୂର୍ବଦିନ କେତେଜଣ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ଯୋଗାଡ଼ କରାଯାଇଥିଲା। ପ୍ରତି ପ୍ରଶ୍ନପତ୍ର ପାଇଁ ସେମାନଙ୍କୁ ୩୦ରୁ ୩୨ ଲକ୍ଷ ଟଙ୍କା ଲେଖାଏ ଦେବାକୁ ପଡ଼ିଥିଲା ବୋଲି ଗିରଫ ପରୀକ୍ଷାର୍ଥୀ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri