Posted inଜାତୀୟ

କୋଟାରେ ଓଡ଼ିଆ ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଟା,୧୮ା୧: ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆମତ୍ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲାର ୧୮ ବର୍ଷୀୟ ଛାତ୍ର ଅଭିଜିତ୍‌ ଗିରି ଗୁରୁବାର ରାତିରେ ନିଜ ହଷ୍ଟେଲ ରୁମ୍‌ ପଙ୍ଖାରେ ରଶି ଲଗାଇ ଝୁଲିପଡ଼ିଥିବା ସ୍ଥାନୀୟ ପୋଲିସ ଶୁକ୍ରବାର ସୂଚନା ଦେଇଛି।
ପୋଲିସ ସୂଚନା ମୁତାବକ ମୟୂରଭଞ୍ଜ ଜିଲା ବାସିନ୍ଦା ଅଭିଜିତ ୨୦୨୪ ଏପ୍ରିଲରୁ କୋଟାର ଏକ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏନ୍‌ଇଇଟିରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଗୁରୁବାର ରାତି ୮ଟାରେ ମେସ୍‌ର ଜଣେ କର୍ମଚାରୀ ଅଭିଜିତ୍‌ଙ୍କୁ ଖାଦ୍ୟ ଦେବା ପାଇଁ ତାଙ୍କ ରୁମ୍‌କୁ ଯାଇଥିଲେ। ସେ ତାଙ୍କ ରୁମ୍‌ କବାଟ ବାଡେଇବା ପରେ ବି ତାହା ନ ଖୋଲିବାରୁ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା। ଫଳରେ ସେ ଉକ୍ତ ଛାତ୍ରାବାସର ଅନ୍ୟ କେତେଜଣ ପିଲାଙ୍କ ସହ ମିଶି କବାଟକୁ ଭାଙ୍ଗିଥିଲେ। ସିଲିଂ ଫ୍ୟାନ୍‌ରେ ଅଭିଜିତ୍‌ଙ୍କ ମୃତଦେହ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ ବୋଲି ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର (ଏଏସ୍‌ଆଇ) ଲାଲ ସିଂ ତନଓ୍ବର ସୂଚନା ଦେଇଛନ୍ତି।
ପୋଲିସ ଟିମ୍‌ ହଷ୍ଟେଲକୁ ଯାଇ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଛାତ୍ରଙ୍କ ପରିବାର ଲୋକେ ସେଠାରେ ପହଞ୍ଚତ୍ବା ପରେ ବ୍ୟବଚ୍ଛେଦ କରାଯିବ। ଅଭିଜିତ୍‌ଙ୍କ ରୁମ୍‌ରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ତାଙ୍କ ଆମତ୍ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ହଷ୍ଟେଲ ରୁମ୍‌ରେ ଲାଗିଥିବା ସିଲିଂ ଫ୍ୟାନ୍‌ ଆମତ୍ହତ୍ୟା ଏଡ଼ାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମାନୁସାରେ ସଂଲଗ୍ନ ନ ଥିଲା ବୋଲି ତନ୍‌ଓ୍ବର କହିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଜିତ୍‌ ଜଣେ ଭଲ ଛାତ୍ର ଥିଲେ। ସେ ନିୟମିତ ଭାବେ କୋଚିଂ କ୍ଲାସ୍‌କୁ ଯାଉଥିଲେ। ରାଜସ୍ଥାନର ଶିକ୍ଷାନଗରୀ କୋଟାର ବିଭିନ୍ନ କୋଚିଂ ସେଣ୍ଟରରେ ୨୦୨୪ରେ ଏଭଳି ୧୭ ମାମଲା ସାମ୍ନାକୁ ଆସିଥିବାବେଳେ ଚଳିତବର୍ଷ ଏହା ହେଉଛି କୋଚିଂ ସେଣ୍ଟରରେ ପଢ଼ୁଥିବା ଛାତ୍ରଙ୍କ ତୃତୀୟ ଆମତ୍ହତ୍ୟା। ପରୀକ୍ଷାକୁ ନେଇ ପ୍ରତିଯୋଗିତାମୂଳକ ଚାପ ଯୋଗୁ ପ୍ରତିବର୍ଷ ସେଠାରେ ଅନେକ ଛାତ୍ରୀଛାତ୍ର ଆମତ୍ହତ୍ୟା କରୁଥିବା ଅଭିଯୋଗ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri