Posted inଖେଳ

ଡାଇମଣ୍ଡ ଲିଗ୍‌ ୨୦୨୪ ଫାଇନାଲ୍‌ରେ ପଛରେ ପଡ଼ିଲେ ନୀରଜ

ନୂଆଦିଲ୍ଲୀ, ୨୩।୦୮: ଭାରତ ପାଇଁ ଅଲିମ୍ପିକ୍‌ରେ ସ଼୍ବର୍ଣ୍ଣ ଏବଂ ରୌପ୍ୟ ପଦକ ଆଣିଥିବା ଜଭେଲିନ୍‌ ଷ୍ଟାର ନୀରଜ ଚୋପ୍ରା ୨୨ ଅଗଷ୍ଟରୁ ଲୁସାନେ ଡାଇମଣ୍ଡ ଲିଗ୍‌ରେ ଭାଗ ନେଇଛନ୍ତି । ନୀରଜଙ୍କୁ ଏହି ଲିଗ୍‌ରେ ପୁଣିଥରେ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି । ନୀରଜ ଏହି ଲିଗ୍‌ରେ ୮୯.୪୯ ମିଟର ଥ୍ରୋ କରିଥିଲେ । ଯାହାକି ଚଳିତ ସିଜନରେ ଏପର୍ଯ୍ୟନ୍ତ ତାଙ୍କର ସର୍ବୋତ୍ତମ ଥ୍ରୋ ଥିଲା । ତେବେ ଏହି ଥ୍ରୋ ସତ୍ତ଼୍େବ ଡାଇମଣ୍ଡ ଲିଗ ଫାଇନାଲରେ ନୀରଜ ତାଙ୍କ ସ୍ଥାନ ସୁରକ୍ଷିତ କରିପାରିନଥିଲେ। ଲୁସାନେରେ ଆୟୋଜିତ ଇଭେଣ୍ଟରେ ମୋଟ ୭ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ବର୍ତ୍ତମାନ ସେ ତୃତୀୟ ସ୍ଥାନରେ ଅଛନ୍ତି।

ଫାଇନାଲ୍‌ରେ ନୀରଜଙ୍କ ପୂର୍ବରୁ ଅନ୍ୟ ଦୁଇ ଆଥ୍‌ଲେଟ୍‌ ପହଞ୍ଚିଛନ୍ତି । ୧୪ ପଏଣ୍ଟ ସହ ଡାଇମଣ୍ଡ ପଏଣ୍ଟ ଟେବୁଲରେ ନୀରଜ ଚୋପ୍ରା ଚତୁର୍ଥ ସ୍ଥାନରେ ଥିବାବେଳେ ଆଣ୍ଡରସନ ପିଟର୍ସ ୯୦.୬୧ ମିଟର ଥ୍ରୋ ସହ ଲୁସାନେ ଡାଇମଣ୍ଡ ଲିଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଫାଇନାଲ ପାଇଁ ମଧ୍ୟ ସ୍ଥାନ ସୁରକ୍ଷିତ କରିଛନ୍ତି । ଜୋକିଭ୍‌ ଭାଲଡିଚ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏବଂ ସେ ମଧ୍ୟ ତାଙ୍କ ସ୍ଥାନ ନିଶ୍ଚିତ କରିଛନ୍ତି । ନୀରଜଙ୍କ ବ୍ୟତୀତ ଜୁଲିଆନ ୱେବର ମଧ୍ୟ ୧୪ ପଏଣ୍ଟରେ ଅଛନ୍ତି ଏବଂ ସେ ମଧ୍ୟ ଫାଇନାଲରେ ପ୍ରବେଶ କରିବାକୁ ଦୌଡ଼ରେ ଅଛନ୍ତି । ଲୁସାନେ ଡାଇମଣ୍ଡ ଲିଗରେ ନୀରଜ ୮୨-୮୨ ମିଟରର ପ୍ରଥମ ଚାରିଟି ଥ୍ରୋ ଫିଙ୍ଗିଥିଲେ, ଏହା ପରେ ସେ ୮୫.୫୮ ମିଟରର ପଞ୍ଚମ ଥ୍ରୋ ଫିଙ୍ଗିଥିଲେ ଏବଂ ୮୯.୪୯ର ଶେଷ ଥ୍ରୋ ସହିତ ସେ ଲୁସାନେରେ ତୃତୀୟ ସ୍ଥାନରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri