ଚର୍ଚ୍ଚାରେ ନୀଳ ନୟନା, ବଚ୍ଚନ ପରିବାର ସହ ଆସିଲେନି ନଜର

ମୁମ୍ବାଇ: ପୁଣି ଥରେ ବଚ୍ଚନ ପରିବାର ଏକାଠି ନଜର ଆସିଛନ୍ତି। କିନ୍ତୁ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ଲୋକଙ୍କ ଦୃଷ୍ଟିକୁ ଆସି ନାହାଁନ୍ତି। ଘଟଣାହେଲା, ବଚ୍ଚନ ପରିବାର ମ୍ୟାନେଜିଂ ଡିରେକ୍ଟର ରାଜେଶ ଯାଦବଙ୍କ ପୁଅ ରିକିନଙ୍କ ବିବାହରେ ଯୋଗ ଦେଇଥିଲେ, ଯିଏକି ଦୀର୍ଘ ଦିନ ଧରି ବଚ୍ଚନ ପରିବାର ସହ ଜଡିତ ଥିଲେ। ଏହି ବିବାହରେ ଐଶ୍ୱର୍ଯ୍ୟା ରାୟଙ୍କୁ ଆଉ ଥରେ ଦେଖିବାକୁ ମିଳି ନଥିଲା, ଯେଉଁଥିପାଇଁ ଲୋକଙ୍କ ମନରେ ପୁଣି ପ୍ରଶ୍ନ ଉଠିଛି।
ଏହି ବିବାହରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ତାଙ୍କ ଝିଅ ଶ୍ୱେତା ବଚ୍ଚନ ଉପସ୍ଥିତ ଥିଲେ। ପାରମ୍ପାରିକ ଲୁକରେ ପୁରା ପରିବାରକୁ ଦେଖିବାକୁ ମିଳିଥିଲା। ଏହି ସମୟରେ ଅମିତାଭ ବଚ୍ଚନଙ୍କୁ କଳା ରଙ୍ଗର ଇଣ୍ଡୋ-ୱେଷ୍ଟର୍ଣ୍ଣରେ ଦେଖିବାକୁ ମିଳିଥିବାବେଳେ ଅଭିଷେକ ବଚ୍ଚନ ବିବାହ କାର୍ଯ୍ୟରେ ଗୋଲାପୀ କୁର୍ତ୍ତାରେ ଷ୍ଟାଇଲିସ ଦେଖାଯାଉଥିଲେ।
ଜୟା ବଚ୍ଚନଙ୍କ ବିଷୟରେ କହିଲେ ସେ ପାରମ୍ପାରିକ ହ୍ୟାଣ୍ଡ ଏମ୍ବ୍ରୋଡୋରୀ ସହିତ ଏକ ଡୁଆଲ ଶେଡ ରେଶମ ଶାଢୀ ପିନ୍ଧିଥିଲେ । ଏହି ଶାଢୀକୁ କଲର କଣ୍ଟ୍ରାଷ୍ଟ ଟଚ୍‌ ଦିଆଯାଇଥିଲା। ଏହା ସହିତ ସେ ପୋଲକିରେ ତିଆରି ହାର ପିନ୍ଧିଥିଲେ, ଯେଉଁଥିରେ ସେ ହାତରେ ଏକ ପୋଟଲି ବ୍ୟାଗ ଧରିଥିଲେ।
ଶ୍ୱେତା ବଚ୍ଚନଙ୍କୁ ରାୟାଲ ବ୍ଲୁ ରଙ୍ଗର ଥ୍ରୀପିସ୍‌ ସେଟରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଆଣ୍ଠୁ ଲମ୍ବାର କୁର୍ତ୍ତା ସହିତ ଘାଗ୍ରା ଏବଂ ଦୁପଟ୍ଟା ମେଳ ଖାଉଥିଲା। ଶ୍ୱେତାଙ୍କ କୁର୍ତ୍ତା ହାଲୁକା କାମ ସହିତ ଥିଲା, ଯାହାର ବେସକୁ ସିଲଭର ଗୋଟା-ପଟିରେ ସଜାଯାଇଥିଲା । ଯେତେବେଳେ ଦୁପାଟ୍ଟା ଏକଦମ ନର୍ମାଲ ଥିଲା, ଏଥିରେ ଲାଗିଥିବା ଘାଗ୍ରା ପ୍ଳିଟ କାମ ସହିତ ଥିଲା। ଏହା ସହିତ କେଶକୁ ହାଫ ଡୁରେ ବାନ୍ଧି ଦିଆଯାଇଥିଲା। ସୂଚନାଯୋଗ୍ୟ, ନିକଟରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଆରାଧ୍ୟା ବଚ୍ଚନଙ୍କ ସ୍କୁଲ କାର୍ଯ୍ୟରେ ଏକାଠି ନଜର ଆସିଥିଲେ। ଉଭୟ ଏକାଠି ନିଜ ଝିଅକୁ ଚିୟର କରୁଥିବା ଦେଖିବାକୁ ମିଳିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri