ଜୀ-ସୋନିର ମିଶ୍ରଣକୁ ଏନ୍‌ସିଏଲ୍‌ଟିର ଅନୁମତି

ଭୁବନେଶ୍ୱର,୧୧।୮:ଦେଶର ପ୍ରମୁଖ ଗଣମାଧ୍ୟମ କମ୍ପାନୀ ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ ଏବଂ ସୋନି ପିକ୍ଚର୍ସ ନେଟ୍‌ଓ୍ବାର୍କ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଏହା ବିରୋଧରେ ବିଭିନ୍ନ ପରିଚାଳନା ଏବଂ ଆର୍ଥିକ ଋଣଦାତାମାନେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)ରେ ଜି-ସୋନି ବିଲୟ ଯୋଜନା ଉପରେ ଆପତ୍ତି ଉଠାଇଥିଲେ। କାରଣ କମ୍ପାନୀ ଆଇଡିବିଆଇ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ୍‌ ଏବଂ ଆଇପିଆର୍‌ଏସ୍‌ ଭଳି ଅନେକ ଆର୍ଥିକ ସଂସ୍ଥା ସହ ବୁଝାମଣା କରିଥିଲା। ଦୀର୍ଘ ଦିନର ନ୍ୟାୟିକ ଲଢ଼େଇ ପରେ ୨୦୨୩ ଅଗଷ୍ଟ ୧୦ରେ ମନୋରଞ୍ଜନ ଜଗତର ୨ ବଡ଼ କମ୍ପାନୀଙ୍କ ମିଶ୍ରଣକୁ ଅନୁମତି ମିଳିଲା। ଏପରିକି ଗୁରୁବାର ଏନ୍‌ସିଏଲ୍‌ଟିର ମୁମ୍ବାଇ ପୀଠ ଜୀ- ସୋନିର ମିଶ୍ରଣକୁ ଅନୁମତି ଦେଇଛନ୍ତି। ଏହା ସହ ଜୀ-ସୋନି ବିଲୟକୁ ନେଇ ଥିବା ସବୁ ଆପତ୍ତିକୁ ମଧ୍ୟ ପୀଠ ଖାରଜ କରିଛନ୍ତି। ନ୍ୟାୟିକ ସଦସ୍ୟ ଏଚ୍‌.ଭି.ଶୁଭା ରାଓ ଏବଂ ପ୍ରଯୁକ୍ତି ସଦସ୍ୟ ମଧୁ ସିହ୍ନାଙ୍କ ଖଣ୍ଡପୀଠ ବିଲୟ ମାମଲା ସମ୍ପର୍କିତ ଆଦେଶକୁ ସୁରକ୍ଷିତ ରଖିଛନ୍ତି। ଅପରପକ୍ଷରେ ଏହି ଖବର ପ୍ରସାରଣ ପରେ ଜୀ ଏଣ୍ଟରଟେନ୍‌ମେଣ୍ଟର ଶେୟାର ମୂଲ୍ୟରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଛି। ସେହିଭଳି ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ୍‌କୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ବାର୍ଷିକ ଆଧାର)ରେ ୫୩.୪୨ କୋଟିର କ୍ଷତି ହୋଇଛି। ଏହାର କାରଣ କଲଭର ମ୍ୟାକ୍ସ ସହ ବିଲୟ ବୋଲି କୁହାଯାଇଛି। ତ୍ରୈମାସିକ ସମୟରେ କଲଭର ମ୍ୟାକ୍ସ ସହ ବିଲୟ ଯୋଗୁ କମ୍ପାନୀକୁ ୭୦.୬୪କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଛି। ଏ ସମ୍ପର୍କରେ ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ ପକ୍ଷରୁ କୁହାଯାଇଛି, କମ୍ପାନୀ ଗତ ବର୍ଷ ସମାନ ତ୍ରୈମାସିକରେ ୧୦୬.୬୦କୋଟି ଟଙ୍କାର ଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri