ଆଜିଠାରୁ ପିଆଜ ବିକିବ ଏନ୍‌ସିସିଏଫ୍‌

ଭୁବନେଶ୍ୱର,୨୧।୮ (ଅଭୟ ଦାଶ): ଗତ କିଛିଦିନ ହେଲା ପିଆଜ ଦର ଓ ପିଆଜର ମହଜୁଦକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇବା ସହିତ ଶୁଳ୍କ ମଧ୍ୟ ବୃଦ୍ଧି କରିଛନ୍ତି। ଏପରିକି କେନ୍ଦ୍ର ସରକାର ପିଆଜର ମହଜୁଦ (ବଫର ଷ୍ଟକ୍‌) ପରିମାଣ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୫ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରିଛନ୍ତି। ଫଳରେ ଚଳିତ ବର୍ଷ ପ୍ରାରମ୍ଭିକ ଭାବେ ସରକାର ୩ ଲକ୍ଷ ଟନ୍‌ ପିଆଜ ବଫର ଷ୍ଟକ୍‌ ଭାବେ ମହଜୁଦ କରି ରଖିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ହେଲେ ସେହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପରେ ଏହାକୁ ହଠାତ୍‌ ୫ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବଢ଼ାଇ ଦିଆଯାଇଛି। ବଫର ଷ୍ଟକ୍‌ର ଅର୍ଥ ହେଲା କୌଣସି ଏକ ସାମଗ୍ରୀର ମୂଲ୍ୟ ସ୍ଥିର ରଖିବା ପାଇଁ ତାହାକୁ ଆବଶ୍ୟକ ପରିମାଣରେ ମହଜୁଦ୍‌ କରି ରଖିବା ଏବଂ ମୂଲ୍ୟ ଓ ଚାହିଦା ବୃଦ୍ଧି ସମୟରେ ତାହାକୁ ବଜାରକୁ ଛାଡ଼ି ତା’ର ମୂଲ୍ୟକୁ ସ୍ଥିର ରଖିବା। ବର୍ତ୍ତମାନ ସରକାର ପିଆଜର ବଫର ଷ୍ଟକ୍‌ ପରିମାଣ ବୃଦ୍ଧି କରିଥିବାରୁ ଅତିରିକ୍ତ ୨ଲକ୍ଷ ଟନ୍‌ ପିଆଜ କିଣିବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଏନ୍‌ସିସିଏଫ୍‌ ଓ ନାଫେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ସଂସ୍ଥା ଏକ ଲକ୍ଷ ଟନ୍‌ ଲେଖାଏଁ ପିଆଜ ସଂଗ୍ରହ କରି ତାହାକୁ ମହଜୁଦ୍‌ ରଖିବେ। ଏହାଛଡା ମୂଲ୍ୟ ସ୍ଥିର ରଖିବା ପାଇଁ ମହଜୁଦ୍‌ ପିଆଜକୁ ସରକାର ଖାଉଟି ବଜାରକୁ ଛାଡ଼ିବେ। ତଦନୁସାରେ ସରକାରଙ୍କ ପାଖରେ ଯେଉଁ ପିଆଜ ମହଜୁଦ ଥିଲା ତାହାକୁ ବଜାରକୁ ଛଡ଼ାଗଲାଣି। ବର୍ତ୍ତମାନ ଦେଶର ବିଭିନ୍ନ ଅଞ୍ଚଳରେ ପିଆଜର ମୂଲ୍ୟ ସ୍ବାଭାବିକଠାରୁ ଉପରେ ରହିଛି, ତେଣୁ ମୂଲ୍ୟ ସ୍ଥିର ରଖିବାକୁ ମହଜୁଦ ପିଆଜ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଯୋଗାଇ ଦିଆଯାଉଛି। ୨୦୨୩ ଅଗଷ୍ଟ ୨୦ ସୁଦ୍ଧା ବଫର ଷ୍ଟକ୍‌ରୁ ସରକାର ପ୍ରାୟ ୧୪୦୦ ମେଟ୍ରିକ ଟନ୍‌ ପିଆଜ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇ ସାରିଛନ୍ତି। ଏହି ଯୋଗାଣ ବ୍ୟବସ୍ଥା ପିଆଜ ବଜାରକୁ ସ୍ଥିର ରଖିବା ପର୍ଯ୍ୟନ୍ତ ଅବ୍ୟାହତ ରହିବ ବଫର ଷ୍ଟକରେ ଥିବା ପିଆଜକୁ ବିଭିନ୍ନ ପ୍ରମୁଖ ବଜାରକୁ ସରକାର ପଠାଇବା ସହିତ ଖୁଚୁରା କ୍ରେତାଙ୍କୁ ରିହାତି ମୂଲ୍ୟରେ କିଲୋ ପିଛା ୨୫ଟଙ୍କା ଦାମରେ ମଧ୍ୟ ବିକିବେ।
ଅପରପକ୍ଷରେ ସୋମବାଠାରୁ ଏନସିସିଏଫ ବିଭିନ୍ନ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ କିଲୋ ପ୍ରତି ୨୫ ଟଙ୍କାରେ ବିକିବେ। ଏପରିକି ମୋବାଇଲ ଭ୍ୟାନରେ ମଧ୍ୟ ବିଭିନ୍ନ ବଜାରରେ ଏହି ପିଆଜ ୨୫ଟଙ୍କା ମୂଲ୍ୟରେ ଖାଉଟିଙ୍କ ପାଇଁ ଉପଲବ୍ଧ। ଆଗାମୀ ଦିନରେ ଅନ୍ୟାନ୍ୟ ସଂସ୍ଥା ଓ ଇ-କମର୍ସ ମାଧ୍ୟମରେ ଖାଉଟିକୁ ମଧ୍ୟ ଶସ୍ତାରେ ପିଆଜ ଯୋଗାଇ ଦେବାକୁ ସରକାର କ୍ରମଶଃ ପ୍ରକ୍ରିୟା ଆରମ୍ଭ କରିବେ। ସରକାର ପିଆଜର ବଫର ଷ୍ଟକ୍‌ ପରିମାଣ ବୃଦ୍ଧି କରିଥିବାରୁ ଏହାର ଲାଭ ଉଭୟ ଚାଷୀ ଓ ଖାଉଟି ପାଇବେ। ଯେଉଁ ବ୍ୟବସାୟୀମାନେ ପିଆଜ ରପ୍ତାନୀ କରୁଛନ୍ତି ସେମାନଙ୍କୁ ବହୁ ଅଧିକ ରପ୍ତାନୀ ଟିକସ ଏବେ ଦେବାକୁ ପଡିବ। ସରକାର ପିଆଜ ରପ୍ତାନୀ ଉପରେ ମଧ୍ୟ ପରୋନ କଟକଣା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri