ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତଙ୍କ ନିର୍ଦ୍ଦେଶକ୍ରମେ ଏନସିସି ସିଟିଓ ଅର୍ପଣ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ବ୍ରହ୍ମପୁରସ୍ଥିତ ଏନସିସି ଓଡ଼ିଶା ବାଟାଲିୟନ-୨ର ନାଏବ ସୁବେଦାର ଗଜେନ୍ଦ୍ର ଗୁରୁଙ୍ଗ ଓ ସିଏଚଏମ ଜଗଦୀଶ ସିଂ ଶିବିରରେ ଯୋଗଦେଇ ବିଭିନ୍ନ ପର୍ଯ୍ୟାୟରେ ଛାତ୍ରୀଛାତ୍ରଙ୍କ ଚୟନ କରିଥିଲେ। ଏହି ଶିବିରରେ ଶତାଧିକ
ଛାତ୍ରୀଛାତ୍ର ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଗର୍ବ ଓ ଗୌରବ ଭାବେ ଏନସିସିି ଆର୍ମି ଓ ନାଭାଲ ୟୁନିଟ୍ଣଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତିବର୍ଷ ଏହି ୟୁନିଟରୁ ଅନେକ ଛାତ୍ରୀଛାତ୍ର ଏନସିସ ତାଲିମ ଓ ଅଭିଜ୍ଞତା ମାଧ୍ୟମରେ ନିଯୁକ୍ତିର ସୁଯୋଗ ପାଇଆସୁଛନ୍ତି। ଏହା ଫଳରେ ଏନସିସି କ୍ୟାଡେଟ ଭାବେ ନାମ ଲେଖାଇବା ପାଇଁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି।