ନିର୍ଦ୍ୱନ୍ଦ୍ୱରେ ଜିତିଲେ ନିବେଦିତା

ସାକ୍ଷୀଗୋପାଳ,୨୩ା୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଭାବରେ ନିବେଦିତା ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ନିର୍ବାଚନରେ ନିବେଦିତା ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଜୟନ୍ତ କୁମାର ଜୟସିଂ ତାଙ୍କୁ ଉପାଧ୍ୟକ୍ଷା ଭାବେ ଘୋଷଣା କରିଥିଲେ। ନିବେଦିତା ବଳପୁର ପଞ୍ଚାୟତରରୁ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଉପାଧ୍ୟକ୍ଷାଙ୍କ ବିଜୟ ଶୋଭାଯାତ୍ରାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଆତ୍ମା ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ବ୍ଲକ ବିଜେଡି ମହିଳା ସଭାପତି ଯମୁନା ବେହେରାଙ୍କ ସହିତ ସମିତି ସଭ୍ୟା, ସଭ୍ୟ, ସରପଞ୍ଚ ଓ ଦଳର ଯୁବକର୍ମୀମାନେ ସାମିଲ ହୋଇ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିଥିଲେ।