Posted inଜାତୀୟ

‘ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌’

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ ରହିଛି। ସେ ଓ ତାଙ୍କ ପରିବାର ସଦସ୍ୟମାନେ ଅଣ୍ଡରଓ୍ବାଲର୍‌ଡ ସହିତ ଜଡ଼ିତ ଲୋକଙ୍କଠାରୁ ଜମି କିଣିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ପ୍ରଭାବଶାଳୀ ନେତା ନଓ୍ବାବ ମଲିକଙ୍କ ବିରୋଧରେ ମଙ୍ଗଳବାର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ୍‌। ଅନ୍ୟପକ୍ଷେ ଏହି ଅଭିଯୋଗକୁ ମଲିକ ଖଣ୍ଡନ କରିବା ସହ ବୁଧବାର ହାଇଡ୍ରୋଜେନ ବୋମା ଫୁଟାଇବେ ବୋଲି ଭାଜପା ନେତା ଫଡ୍‌ନବିସ୍‌ଙ୍କୁ ଚେତାବନୀ ଦେଇଛନ୍ତି।
କଥା ଯାଇ କେଉଁଠି ପହଞ୍ଚତ୍ଲାଣି। ରାଜନୀତି ପାଇଁ ସବୁକିଛିକୁ ଘାଣ୍ଟିଚକଟି ଲୋକଙ୍କ ଆଗରେ ଥୋଇବାରେ ଲାଗିଛନ୍ତି ମହାରାଷ୍ଟ୍ରର ଶାସକ ଓ ବିରୋଧୀ ନେତା। ଆର୍ୟନ ଶାହରୁଖ ଖାନ୍‌ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡେଙ୍କ ଗୋଟିଏ ପରେ ଗୋଟିଏ କାରନାମା ଉପରୁ ନଓ୍ବାବ ମଲିକ ପରଦା ହଟାଇବାରେ ଲାଗିଛନ୍ତି। ଆର୍ୟନଙ୍କୁ ଗିରଫ ନୁହେଁ, ବରଂ ଅପହରଣ ଉଦ୍ୟମ କରାଯାଇଥିଲା। ୨୫ କୋଟି ଟଙ୍କା ରାନ୍‌ସମ୍‌ ଅସୁଲ ପାଇଁ ହୋଇଥିବା ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାଜପା ନେତା ମୋହିତ କାମ୍ବୋଜ ହୋଇଥିବାବେଳେ ଏଥିରେ ଓ୍ବାଙ୍ଖଡେ ସାମିଲ ଥିଲେ ବୋଲି ରବିବାର ମଲିକ ଅଭିଯୋଗ ଆଣିଥିଲେ। ମଲିକ ଏହା ପୂର୍ବରୁ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ତାଙ୍କ ସ୍ତ୍ରୀ ଅମୃତା ଫଡ୍‌ନବିସ୍‌ଙ୍କ ସହ ଜଣେ ଡ୍ରଗ୍ସ ଡିଲରଙ୍କ ଦୁଇଟି ପୃଥକ୍‌ ଫଟୋକୁ ଟ୍ୟାଗ୍‌ କରି ଟୁଇଟ୍‌ କରିଥିଲେ। ଉଦ୍ଦେଶ୍ୟ ଥିଲା, ଡ୍ରଗ୍ସ ଡିଲରଙ୍କ ସହ ଭାଜପା ନେତାଙ୍କ ସମ୍ପୃକ୍ତି ପଦାକୁ ଆଣିବା। ଏହାର ଜବାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡ୍‌ନବିସ୍‌ ସେତେବେଳେ କହିଥିଲେ, ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଡିଲ୍‌କୁ ନେଇ ଦୀପାବଳି ପରେ ବୋମା ଫୁଟିବ। ଫଡ୍‌ନବିସ୍‌ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମଲିକ ଓ ତାଙ୍କ ପରିବାର ସଦସ୍ୟମାନେ ଏକ କମ୍ପାନୀର ଅଂଶୀଦାର ଥିଲେ। ଉକ୍ତ କମ୍ପାନୀ ଜାଲ୍‌ ଦସ୍ତାବିଜ ବଳରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଅତି କମ୍‌ ମୂଲ୍ୟରେ ଜମି କିଣିଛି। ଏପରି ୪ଟି ଜମି କିଣାଯାଇଛି, ଯହିଁରେ ନଓ୍ବାବ ମଲିକ ଅଣ୍ଡରଓ୍ବାଲର୍‌ଡ ସହ ଡିଲ୍‌ କରିଛନ୍ତି। ୧୯୯୩ ସିରିଏଲ୍‌ ବ୍ଲାଷ୍ଟ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସର୍ଦ୍ଦାର ଶାହଓ୍ବାଲି ଖାନ୍‌ ଓ ସଲିମ୍‌ ଇଶାକ୍‌ ପଟେଲଙ୍କଠାରୁ ଏହି ଜମି କିଣାଯାଇଛି। ଶାହଓ୍ବାଲି ଓ ସଲିମ୍‌ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଭଉଣୀ ହସିନା ପାର୍କରଙ୍କ ପାଇଁ କାମ କରୁଥିବାବେଳେ ମୁମ୍ବାଇବାସୀଙ୍କ ହତ୍ୟାକାରୀଙ୍କ ସହ ମଲିକ କାହିଁକି କାରବାର କରିଥିଲେ ବୋଲି ଫଡ୍‌ନବିସ୍‌ ପ୍ରଶ୍ନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ମଲିକଙ୍କ ବିଷୟରେ ଏହି ଗୋପନ କଥା ଜାଣି ନ ଥିଲେ। ଯଦି ଜାଣିଥାନ୍ତେ ତେବେ ତାକୁ ପ୍ରଘଟ କରିଥାଆନ୍ତେ। ଏବେ ସେ ଉକ୍ତ ଦସ୍ତାବିଜଗୁଡ଼ିକୁ ସିବିଆଇ, ଇଡି ଏବଂ ଏନ୍‌ଆଇଏ ଭଳି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ମଲିକ ମଧ୍ୟ ପ୍ରତିକ୍ରିୟା ଦେବାରେ ବିଳମ୍ବ ନ କରି କହିଛନ୍ତି, ଅଣ୍ଡରଓ୍ବାଲର୍‌ଡ ସହ ଜଡ଼ିତ ବ୍ୟକ୍ତି କିମ୍ବା ବମ୍ବେ ବିସ୍ଫୋରଣର ଦୋଷୀଙ୍କଠାରୁ ସେ ଜମି କିଣିନାହାନ୍ତି। ଫଡ୍‌ନବିସ୍‌ ତାଙ୍କ ଛବି ମଳିନ ଲାଗି ଉଦ୍ୟମ କରୁଛନ୍ତି। ସେ ବୁଧବାର ହାଇଡ୍ରୋଜେନ ବୋମା ନିକ୍ଷେପ କରି ଭାଜପା ନେତାଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ର ପର୍ଦ୍ଦାଫାଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri