ଧାନକିଣାର ଦୁର୍ନୀତି, ଜିଲାପାଳଙ୍କ କାର୍ଯ୍ଯାଳୟରେ ଧସେଇ ପଶିଲା ନବନିର୍ମାଣ କୃଷକ ସଂଗଠନ

ଖୋର୍ଦ୍ଧା,୨୩।୨: (ପ୍ରଭାତ ପାଣିଗ୍ରାହୀ) ଖୋର୍ଦ୍ଧା ଜିଲାରେ ଚାଲିଥିବା ଧାନକିଣାରେ ଚରମ ଅବ୍ୟବସ୍ଥା ନେଇ ପ୍ରତିବାଦ କରିଛି ନବନିର୍ମାଣ କୃଷକ ସଂଗଠନ । ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଛନ୍ତି । ଜିଲା ପ୍ରଶାସନ, ଯୋଗାଣ, ମିଲର, ଏଆରସିଏସ୍, ସମବାୟ ସମ୍ପାଦକ ଧାନ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାରେ ମଣ୍ଡି ଚାଲିଥିବା ଅଭିଯୋଗ ଆଣିଛନ୍ତି ।

ଧାନମଣ୍ଡି ଆଳରେ କୋଟି ଟଙ୍କାର ପାଣ୍ଠି ଆଦାୟ କରୁଛନ୍ତି । ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ କେହି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏଭଳି ଅରାଜକତା ଓ ଜଙ୍ଗଲରାଜ ବିରୋଧରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ନବନିର୍ମାଣ କୃଷକ ସଂଗଠନ ।

ଧାନରେ ଆଦୌ ଆଦ୍ରତା ନଥିବାରୁ ସବୁ ଧାନ ଏଫ୍ଏକ୍ୟୁ ମାନର । ରାଜ୍ୟର କୃଷି ଓ ସମବାୟ ମନ୍ତ୍ରୀ ଧାନ ଖରାପ ହେଲେ ଦେଢ କେଜିରୁ ଦୁଇ କେଜି କାଟ ହୋଇପାରିବ ବୋଲି କହୁଥିଲା ବେଳେ ଖୋର୍ଦ୍ଧା ଜିଲାରେ ୫କେଜି କାଟ କାହିଁକି ହେଉଛି ତାର ଉତ୍ତର ଦାବି କରିଥିଲେ । ଦୁର୍ନୀତିଗ୍ରସ୍ତ ମିଲରଙ୍କୁ ଧାନ କିଣାରୁ ବାଦ ଦିଅ, ଅସାଧୁ ସମବାୟ ସମ୍ପାଦକଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ସ୍ଲୋଗାନ ଦେଇଥିଲେ ନବନିର୍ମାଣ କୃଷକ ସଂଗଠନ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri