ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ , ଏ କ’ଣ ମିଳିଲା…

ନୂଆପଡା,୭।୧୧: ନୂଆପଡ଼ାରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ଓ ଖରିଆର ରୋଡରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ନିର୍ବାଚନ କମିଶନରଙ୍କ ଟିମ୍‌ ପକ୍ଷରୁ ନବୀନଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ହେଲିକପ୍ଟର ଯାଞ୍ଚ ସହ ଫଟୋଗ୍ରାଫି କରିଛି ଟିମ୍‌।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ ଯାଞ୍ଚ ମଧ୍ୟ କରାଯାଇଛି। ଉପନିର୍ବାଚନ ସୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଯାଇଥିବା ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟର ଯାଞ୍ଚ ହୋଇଛି। ଫ୍ଲାଇଂ ସ୍କ୍ବାର୍ଡ ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍‌ ତରଫରୁ ଯାଞ୍ଚ କରାଯାଇଛି। ଏନେଇ ନୂଆପଡା ଜିଲା ପ୍ରଶାସନ ସୂଚନା ଦେଇଛି। ଗତକାଲି ନୂଆପଡା ଗସ୍ତରେ ଯାଇଥିଲେ ସିଏମ୍‌ ମୋହନ ମାଝୀ।

ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ପ୍ରଚାର କରିସାରିଥିବା ବେଳେ ନବୀନ ପଟ୍ଟନାୟକ ମଧ୍ୟ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବାକୁ ଆସିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ଟି-୨୦: ଟିକେଟ୍ ପାଇଁ ଉଜାଗର, କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼

କଟକ,୫ା୧୨: ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ...

ମହାନଦୀ ଜଳ ବିବାଦ: ଆଜି ବସିବ ଓଡ଼ିଶା-ଛତିଶଗଡ଼ର ମିଳିତ ବୈଷୟିକ କମିଟି ବୈଠକ

ଭୁବନେଶ୍ୱର,୫ା୧୨: ଦୀର୍ଘ ଦିନର ମହାନଦୀ ଜଳ ବଣ୍ଟନ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଜାରି ରଖି ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ମିଳିତ ବୈଷୟିକ...

ପଞ୍ଚାୟତ ଅଫିସ୍‌କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍‌: ସବୁ ଜିଲାପାଳଙ୍କୁ ଅତିରିକ୍ତ ସଚିବଙ୍କ ଚିଠି

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ପ୍ରତି ପଞ୍ଚାୟତ ଅଫିସ୍‌କୁ ପୋଷ୍ଟ ଅଫିସ୍‌ ଶାଖାଗୁଡ଼ିକ ସ୍ଥାନାନ୍ତରିତ ହେବ। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ...

ଦୁର୍ଘଟଣାଗ୍ରସ୍ତ ସ୍କୁଟିରୁ ବାହାରିଲା ଏମିତି ଜିନିଷ: ପୋଲିସ ଆଶ୍ଚର୍ଯ୍ୟ

ବରଗଡ଼,୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କଫ୍‌ ସିରପ କାରବାର ସାଧାରଣରେ ପରିଣତ ହୋଇଛି। ତେବେ ଗୁରୁବାର ସହର ଉପକଣ୍ଠ ବରାହଗୋଡା କେନାଲ ଛକ ନିକଟରେ ଏକ...

ଧାନକିଣା ବାଟବଣା: ଟୋକନ ଟେନ୍‌ସନରେ ଚାଷୀ

ପଦ୍ମପୁର, ୬।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ସପ୍ତାହେ ବିତିଯାଇଛି, ମାତ୍ର ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରି ନ ଥିବାରୁ ଉପଖଣ୍ଡର...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଗାନ୍ଧୀ ବିରୋଧୀ ମନ୍ତବ୍ୟକୁ ନେଇ ଝଡ଼: ୯ ଥରରେ ୧ ଘଣ୍ଟା ୩୩ ମିନିଟ୍‌ ଗୃହ ମୁଲତବୀ

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ମହାତ୍ମା ଗାନ୍ଧୀ ଦେଶ ବିଭାଜନକାରୀ ବୋଲି ଭାଜପା ବିଧାୟକ ସନ୍ତୋଷ ଖଟୁଆ କହିଥିବା ଅଭିଯୋଗ କରି ଗୃହ ବାହାରେ ବିରୋଧୀ ଝଡ଼ ସୃଷ୍ଟି କରିଛନ୍ତି।...

ପେପର ଲେସ୍‌ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୪ା୧୨(ଦିଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପେପର ଲେସ ହୋଇଛି। ଏବେ ଫାଇଲ ସିଷ୍ଟମରେ କାମ ହେଉଛି । ଆଗକୁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri