ନୂଆପଡା,୭।୧୧: ନୂଆପଡ଼ାରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ଓ ଖରିଆର ରୋଡରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ନିର୍ବାଚନ କମିଶନରଙ୍କ ଟିମ୍ ପକ୍ଷରୁ ନବୀନଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ହେଲିକପ୍ଟର ଯାଞ୍ଚ ସହ ଫଟୋଗ୍ରାଫି କରିଛି ଟିମ୍।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ ଯାଞ୍ଚ ମଧ୍ୟ କରାଯାଇଛି। ଉପନିର୍ବାଚନ ସୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଯାଇଥିବା ଏୟାରକ୍ରାଫ୍ଟ ଏବଂ ହେଲିକପ୍ଟର ଯାଞ୍ଚ ହୋଇଛି। ଫ୍ଲାଇଂ ସ୍କ୍ବାର୍ଡ ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍ ତରଫରୁ ଯାଞ୍ଚ କରାଯାଇଛି। ଏନେଇ ନୂଆପଡା ଜିଲା ପ୍ରଶାସନ ସୂଚନା ଦେଇଛି। ଗତକାଲି ନୂଆପଡା ଗସ୍ତରେ ଯାଇଥିଲେ ସିଏମ୍ ମୋହନ ମାଝୀ।
ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ପ୍ରଚାର କରିସାରିଥିବା ବେଳେ ନବୀନ ପଟ୍ଟନାୟକ ମଧ୍ୟ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବାକୁ ଆସିଛନ୍ତି।

