ଓଡ଼ିଶାରେ ବିଜେଡି-କଂଗ୍ରେସ ମେଣ୍ଟ ସମ୍ପର୍କରେ ନବୀନଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୫।୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର, ଦତ୍ତେଶ୍ବର ହୋତା। ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରାର୍ଥିପତ୍ର ଦାଖଲ କରିଥିବା ୨ ପ୍ରାର୍ଥୀଙ୍କୁ ମୁଁ ସ୍ବାଗତ କରୁଛି। ଏହି ସମୟରେ ନବୀନଙ୍କୁ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ନବୀନ କହିଛନ୍ତି, ସମୟ କହିବ ଭବିଷ୍ୟତ। ତେବେ ନବୀନଙ୍କ ଏଭଳି ପ୍ରତିକ୍ରିୟା ପରେ ଭବିଷ୍ୟତରେ ବିଜେଡି ଏବଂ କଂଗ୍ରେସ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସଂତୃପ୍ତ, ଦତ୍ତେଶ୍ବର ନାମାଙ୍କନ ଭରିବା ସମୟରେ ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ଉପସ୍ଥିତ ଥିଲେ। ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ସମର୍ଥନରେ ଡ.ଦତ୍ତେଶ୍ୱର ହୋତା ସାଧାରଣ ପ୍ରାର୍ଥୀ ଭାବରେ ଲଢ଼ୁଛନ୍ତି। ଭାଜପା ପକ୍ଷରୁ ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଛନ୍ତି ଏବଂ ଚତୁର୍ଥ ଆସନରେ ସ୍ବାଧୀନ ଭାବରେ (ଭାଜପା ସମର୍ଥନରେ) ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି। ତେଣୁ ଚତୁର୍ଥ ଆସନ ପାଇଁ ରୋଚକ ପ୍ରତିଦ୍ୱନ୍ଦ୍ୱିତା ହେବ। ନିର୍ବାଚନ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିଆ, ସାମ୍ନାକୁ ଆସିଲା ପ୍ରଥମ Video

ମୁମ୍ବାଇ,୫।୩: ପୂର୍ବତନ ଭାରତୀୟ କ୍ରିକେଟର ତଥା କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ସାନିଆ ଚନ୍ଦୋକଙ୍କୁ ବହୁତ ଧୁମଧାମରେ ​​ବିବାହ କରିଛନ୍ତି ।…

ବିଜୁବାବୁଙ୍କ ନିର୍ଭୀକ ନେତୃତ୍ୱକୁ ନେଇ ନେତା କହିଲେ…

ପାଟଣା,୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ୧୧୦ତମ ବିଜୁ ଜୟନ୍ତୀ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ସନ୍ନିକଟ କଲ୍ୟାଣମଣ୍ଡପଠାରେ ବିଜେଡି ତରଫରୁ ଗୁରୁବାର…

ନୀତୀଶଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏହି ୫ ନାମ, ଜାଣନ୍ତୁ ସେମାନେ କିଏ…

ବିହାର,୫।୩: ହୋଲି ଅବସରରେ ବିହାର ରାଜନୀତି ଜୋର ଧରିଛି। ହୋଲିରେ ହିଁ ବିହାରରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ଆରମ୍ଭ ହୋଇଛି। ପ୍ରାରମ୍ଭରେ ଏହା ବିଶ୍ୱାସଯୋଗ୍ୟ ନଥିଲା,…

ଦିନଦ୍ୱିପ୍ରହରରେ ଭଞ୍ଜନଗର କୋର୍ଟ ଆଗରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ଖେଳିଗଲା ଆତଙ୍କ

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଦିନଦ୍ୱିପ୍ରହରରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ବୁଦୁଲୀର ଅଶୋକ ସାଇଁ…

ବିଜୁବାବୁଙ୍କୁ ଭାରତରତ୍ନ ମିଳିବା ନେଇ ଦାବି ଉଠାଇଲା ବିଜେଡି

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ଼ ଜିଲା ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ…

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କୁ ପୁଷ୍ପମାଲ୍ୟ: ବିଜୁ ବାବୁ ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହେଲା ଅଞ୍ଚଳ

ଗଞ୍ଜାମ,୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଷ୍ଟେଶନ ରୋଡ଼ ସାମନ୍ତରା ସାହି ଛକଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଏନଏସି ବିଜେଡି ପକ୍ଷରୁ…

ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ, ବିଜୁ ବାବୁ ଅମର ରହେ ନାରାରେ କମ୍ପିଲା….

ନନ୍ଦପୁର/ପାଡୁଆ, ୫ା୩ (ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ କୂଲାବିର ପଞ୍ଚାୟତ ସ୍ଥିତ ଧବଳେଶ୍ଵର ମନ୍ଦିର ପରିସରରେ ଗୁରୁବାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦…

‘ବିଜୁବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ସମାଜସେବାରେ ବ୍ରତୀ ହେବାକୁ ଆହ୍ବାନ’

ବଞ୍ଚୋ,୫ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ହାଟଡିହୀ ବ୍ଲକରେ ଗୁରୁବାର ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri