ବିଜେଡି କର୍ପୋରେଟରଙ୍କୁ ନବୀନଙ୍କ ଡାକରା, ସମାଧାନ ହେବ କି ଗୋଷ୍ଠୀକନ୍ଦଳ

ବ୍ରହ୍ମପୁର,୧୮ା୧୨(ସ୍ମୃତିରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ବିଜେଡି କର୍ପୋରେଟର ଏବଂ ମେୟର ଓ ଡେପୁଟି ମେୟରଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ ନିବାସକୁ ଡାକିଛନ୍ତି। ବୁଧବାର ଅପରାହ୍ନରେ ସମସ୍ତେ ହାଜର ହେବାକୁ ନିର୍ଦ୍ଦେଶ ଆସିଛି। ମେୟର ସଂଘମିତ୍ରା ଦଳେଇ ନେତୃତ୍ୱ ନେବେ ଓ ସାଥୀରେ ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଇଏମ୍‌ସିରେ ଏବେ ୩୬ ବିଜେଡି କର୍ପୋରେଟର ଅଛନ୍ତି ବିଭିନ୍ନ କାରଣରୁ ସେମାନେ ବିଭାଜିତ ହୋଇଯାଇଛନ୍ତି। ଗୋଟିଏ ଗୋଷ୍ଠୀକୁ ମେୟର ଓ ଜିଲା ସଭାପତି ନିୟନ୍ତ୍ରଣ କରୁଥିବା ବେଳେ ଅନ୍ୟ ଗୋଷ୍ଠୀକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମର୍ଥନ କରୁଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଗତ ଅକ୍ଟୋବର ମାସରୁ ଛକାପଞ୍ଝା ଚାଲିଛି ବିକ୍ରମ ଗୋଷ୍ଠୀ ଜଣେ ସ୍ବାଧୀନ କର୍ପୋରେଟରଙ୍କୁ ଅସ୍ତ୍ର କରି ତାଙ୍କୁ ଡେପୁଟି ମେୟର କରିବା ଲୋଭ ଦେଖାଇଛନ୍ତି ଏବଂ ପ୍ରଥମେ ଡେପୁଟି ମେୟର ବିବେକ ରେଡ଼ିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ହଟାଇବାର ଷଡ଼ଯନ୍ତ୍ର ରଚିଥିବା ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ହେଉଛି।

ଏହା ଚରମସୀମା ଟପିଥିବାରୁ ଗତ ୯ ତାରିଖରେ ପ୍ରଥମେ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର ବ୍ରହ୍ମପୁର ଆସି ସମାଧାନ ଉଦ୍ୟମ କରିଥିଲେ। ତେବେ ବିଫଳ ହୋଇଥିଲେ। ତେଣୁ ଗତ ୧୩ ତାରିଖରେ ନବୀନ ମେୟର, ଡେପୁଟି ମେୟର ଓ ଜିଲା ସଭାପତିଙ୍କୁ ନବୀନ ନିବାସକ ଡକାଇ ଆଲୋଚନା କରିଥିଲେ। ଏବେ ଦଳର ଡିଜିଟାଲ ସଭ୍ୟ ସଂଗ୍ରହ ଅଭିଯାନ ବ୍ରହ୍ମପୁରରେ ଚାଲିଛି। ଯୁବ ସଂଗଠନର ଡିଜିଟାଲ ସମ୍ପାଦିକା ଲଗ୍ନାଦୀପା ମିଶ୍ର ୪ ଦିନିଆ ଗସ୍ତରେ ଆସିଛନ୍ତି। ମହାନଗରର ୩୬୍‌ଟି ଯାକ ଓ୍ବାର୍ଡରେ ସଦସ୍ୟ ସଂଗ୍ରହ ଅଭିଯାନକୁ ସଫଳ କରାଇବା ପଦକ୍ଷେପ ନେଇଛନ୍ତି। ଗତ ସୋମବାର ତାଙ୍କ ବୈଠକରେ ଅର୍ଦ୍ଧେକ ଅନୁପସ୍ଥିତ ଥିଲେ। ପରେ ବିକ୍ରମ ପଣ୍ଡାଙ୍କ ବାସଭବନ ପାଖରେ ଆଉ ଏକ ବୈଠକ ହୋଇଥିଲା। ସମାଧାନ ହୋଇ ନ ଥିବା ପଦାକୁ ଆସିଥିଲା। ଏହି ରିପୋର୍ଟ ବିଜେଡି ସୁପ୍ରିମୋଙ୍କ ନିକଟରେ ପହଞ୍ଚିଥିଲା। ତେଣୁ ସବୁ କର୍ପୋରେଟରଙ୍କୁ ନବୀନ ନିବାସରୁ ଡାକରା ଆସିଛି। ବୁଧବାର ଅପରାହ୍ନରେ ନବୀନଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବା ଚ୍ୟାଉ ପଟ୍ଟନାୟକ ସୂଚନା ଦେଇଛନ୍ତି। କେତେ କର୍ପୋରେଟରଙ୍କ ଗୋଷ୍ଠୀକନ୍ଦଳ କେବେ ସଫଳ ହେବ ସେଥିପାଇଁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ କଲେ ରିଙ୍କୁ ସିଂ: ଧୋନୀଙ୍କ ସହ ସମକକ୍ଷ

ନାଗପୁର,୨୨।୧: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଧମାକାଦାର ଭାବରେ ଆରମ୍ଭ କରି ପ୍ରଥମ ମ୍ୟାଚକୁ ୪୮ ରନରେ ଜିତିଛି।...

IND vs NZ 1st T20I: ମ୍ୟାଚ ପରେ ଗମ୍ଭୀର ଦେଲେ ଏମିତି ବୟାନ, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୧: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଆଜିକାଲି ନିରନ୍ତର ଖବରର ଶିରୋନାମାରେ ଅଛନ୍ତି। କାରଣ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ପରିବେଶରେ ପ୍ରଥମ...

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ, ନିର୍ବାଚନ କମିଶନ ପ୍ରସ୍ତାବ…

ଭୁବନେଶ୍ବର,୨୨।୧:  ରାଜ୍ୟ ସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦେଶର ୧୦  ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ...

ପ୍ଲାଷ୍ଟିକ ନେଉଛି ଜୀବନ, ବିପଦରେ ପ୍ରାଣୀସମ୍ପଦ

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକୋଲ ଥାଳି, ପଲିଥିନ ଏବେ ପ୍ରାଣୀସମ୍ପଦ ପାଇଁ ବିପଦ ସାଜିଛନ୍ତି। ଉକ୍ତ...

ସର୍ଭେ କରିବାକୁ ଯାଇ କାଜୁ ଜଙ୍ଗଲରେ ଫସିଗଲା ଟିମ୍‌, ଅନ୍ଧାରରେ ବାଟ ନ ପାଇ ଘଣ୍ଟାଏ ପରେ…

ମହାକାଳପଡ଼ା,୨୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଆର୍ସେଲର ମିତ୍ତଲ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଟିମ୍‌ ପକ୍ଷରୁ ଜଙ୍ଗଲ ପାଶର୍‌ବ ସୀମା...

ICC vs BCB: ବଢିଲା ବାଂଲାଦେଶର ଟେନସନ, ସରକାର-ଖେଳାଳିଙ୍କ ମଧ୍ୟରେ ବୈଠକ

ଢାକା,୨୨।୧: ବାଂଲାଦେଶ କ୍ରିକେଟ ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ପ୍ରଶ୍ନଟି ସରଳ: ବାଂଲାଦେଶ ତାର ଦଳକୁ ଭାରତ...

ଶ୍ରୀମନ୍ଦିରକୁ ବୋମା ଧମକ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ପରେ…

ପୁରୀ,୨୨।୧: ଶ୍ରୀମନ୍ଦିରକୁ ବୋମା ଧମକ। ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ମାମଲାରେ ଜଣକୁ ପୋଲିସ ଅଟକ ରଖିଛି । ଜୁଲି ରାଣୀ ପଣ୍ଡା ନାମକ ଏକ...

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri