‘ନବୀନ ରିବନ୍‌ କାଟି ପ୍ରଚାର କରୁ ନ ଥିଲେ’, ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୧୦।୯: ମଙ୍ଗଳବାର ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି କ୍ଷମତାସୀନ ଭାଜପା ଓ ବିରୋଧୀ ଦଳ ବିଜେଡି। ବିଧାନସଭାରେ ଦୁଇ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରକାର ଇନଫ୍ରାଷ୍ଟକଚର ଓ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିକୁ ନେଇ ଶ୍ରେୟ ନେବାକୁ ପୂର୍ବ ସରକାର ଓ କ୍ଷମତାସୀନ ଭାଜପା ସରକାର ମୁହାଁମୁହିଁ ହୋଇଛନ୍ତି।

ସେପ୍ଟେମ୍ବର ୬ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଶର ପ୍ରଥର ସିଲିକନ କାର୍ବାଇଡ ବିନିର୍ମାଣର ଶିଳାନ୍ୟାସ କରିବା ପରେ ଦୁଇ ଦଳ ଭିତରେ ଶ୍ରେୟ ପାଇଁ ବୟାନବାଜି ଦେଖିବାକୁ ମିଳିଛି। ତେବେ ଗଣମାଧ୍ୟମରେ ବିଜେଡି ନେତା ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଭବ କରିଥିଲେ କି, ଓଡ଼ିଶାର ଆର୍ଥିକ ବିକାଶ ହାସଲ କରିବା ପାଇଁ ଇଲୋକ୍ଟ୍ରନିକ୍ସ ଓ ସୂଚନା ପ୍ରଦ୍ୟୋଗିକ ହିଁ ଏକମାତ୍ର ମାଧ୍ୟମ। ସେ ରୋବଟିକ୍ସ, ବିଗ୍‌ ଡାଟା, ମେଶିନ ଲର୍ଣ୍ଣିନଂ, ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ ଉପରେ ପ୍ରୋତ୍ସାହନ କରିଥିଲେ। ସେ ଆହୁରି ଦାବି କରିଛନ୍ତି କି, ପୂର୍ବ ନବୀନ ପଟ୍ଟନାୟକ ସରକାର ନିଜ କାର୍ଯ୍ୟକାଳରେ ସଫଳତା ପୂର୍ବକ ଉଦ୍ୟୋଗର ବିକାଶ କରିଥିଲେ। ଏତେସବୁ କରିବା ପରେ ମଧ୍ୟ ନବୀନ ରିବନ୍‌ କାଟି ସୋସିଆଲ ମିଡିଆରେ ପ୍ରଚାର କରୁ ନ ଥିଲେ।

ତେବେ ଏହାର ଉତ୍ତର ରଖି ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି, ଆପଣ ଲମ୍ବା ସମୟ ଯାଏଁ କ୍ଷମତାରେ ଥିଲେ। ଆଉ ଏହି ଅବଧି ଭିତରେ ବହୁତ କିଛି ପରିପାରିଥାନ୍ତେ। ଯେତେବେଳ ଲୋକେ ଦ୍ୱାରକୁ ଦ୍ୱାର ସାହାଯ୍ୟ ପାଇଁ ବୁଲୁଥିଲେ ସେତେବେଳେ ତାଙ୍କୁ ସାହାଯ୍ୟ କରୁ ନ ଥିଲେ କିନ୍ତୁ ଏବେ ସଙ୍ଗେସଙ୍ଗେ ସାହାଯ୍ୟ ମିଳୁଛି। ଏହା ସ୍ପଷ୍ଟ ଯେ, କ୍ଷମତାରେ ରହିଥିପା ପାର୍ଟି ହିଁ ଏହାର ଶ୍ରେୟ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଡବଲ୍‌ ବିଜୟ! EU ପରେ ଆମେରିକା ସହ…

ନୂଆଦିଲ୍ଲୀ,୨୯।୧: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଖୁବ ଶୀଘ୍ର ଏକ ଚୁକ୍ତି ହୋଇପାରେ। ଭାରତ-ୟୁରୋପୀୟ ସଂଘ (EU)…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri