ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛନ୍ତି ନବୀନ: ଭାଜପା

ଭୁବନେଶ୍ୱର,୧୫।୮(ସୁନିତ୍‌ ମିଶ୍ର): ଦୀର୍ଘ ୨୪ ବର୍ଷ ଶାସନ କ୍ଷମତାରେ ରହି ନବୀନବାବୁ ଓଡ଼ିଆ ଓ ରାଜ୍ୟବାସୀଙ୍କ ସହ ଖେଳ ଖେଳିଆସିଲେ। ଓଡ଼ିଆ ଅସ୍ମିତାର ଧଜିଆ ଉଡ଼ାଇଲେ। ବର୍ତ୍ତମାନ ବିଜେଡି ଓଡ଼ିଆ ଅସ୍ମିତା ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ। ସରକାରରେ ଥିଲାବେଳେ ନବୀନବାବୁ ରାଜ୍ୟରେ ଯାବତୀୟ ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରିଆସୁଥିଲେ। ଏବେ ମଧ୍ୟ ବିରୋଧୀ ଦଳରେ ରହି ମୁଖପାତ୍ରମାନଙ୍କୁ ମାଧ୍ୟମକରି ସମାନ ସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ଭାଜପା ରାଜ୍ୟ ମୁଖପାତ୍ର ଦିଲୀପ ମଲିକ କହିଛନ୍ତି।
ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଦିଲୀପ କହିଛନ୍ତି, ଦିଲ୍ଲୀରେ ରାହୁଲ ଗାନ୍ଧୀ ଯାହା କହୁଛନ୍ତି ଏଠି ନବୀନବାବୁ ତାହାକୁ ଅନୁକରଣ କରୁଛନ୍ତି। ରାହୁଲ ଦେଶରେ ଓ ନବୀନବାବୁ ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି, ଯାହାକୁ ରାଜ୍ୟବାସୀ ସଫଳ କରିବାକୁ ଦେବେ ନାହିଁ। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ଓଡ଼ିଶା ଶାସନର ଦାୟିତ୍ୱରେ ଥିଲେ ମଧ୍ୟ ଓଡ଼ିଆ ଶିଖିଲେ ନାହିଁ। ସେ ବର୍ତ୍ତମାନ ମଧ୍ୟ ଓଡ଼ିଆ ବୁଝିଲେ ନାହିଁ କି ଓଡ଼ିଆ କହିଲେ ନାହିଁ। ସବୁବେଳେ ସେ ଓ ତାଙ୍କ ଦଳର ଅନେକ ନେତା ଖଣ୍ଡି(କଦର୍ଥ କରି) ଓଡ଼ିଆ କହି ରାଜ୍ୟବାସୀଙ୍କୁ ଉପହାସ କରିଆସୁଥିଲେ। ଏହାଦ୍ୱାରା ଏବେ ସେମାନଙ୍କୁ ଶୁଦ୍ଧ ଓଡ଼ିଆ ଭଲ ଲାଗୁ ନାହିଁ ବା ଶୁଦ୍ଧ ଓଡ଼ିଆ ସେମାନେ ଶୁଣିପାରୁନାହାନ୍ତି। ନିଜ ଦୋଷ ଘୋଡ଼ାଇବା ପାଇଁ ଉପରଠାଉରିଆ ଭାଜପାକୁ ସମାଲୋଚନା କରୁଛନ୍ତି। ଆଉ ଏକ ଉଦାହରଣ ଓଡ଼ିଆ କହିପାରୁ ନ ଥିବା କାରଣରୁ ଏବେ ବିରୋଧୀ ଦଳ ନେତା ନବୀନବାବୁ ବିଧାନସଭାକୁ ଆସିବାକୁ ମଧ୍ୟ ଡରୁଛନ୍ତି। ବିଜେଡି ଜାଣିବା ଦରକାର, ଗଣତନ୍ତ୍ର ରାଷ୍ଟ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ବିକାଶ ହୋଇଥାଏ। ଆମେ ପ୍ରଥମରୁ କହିଥିଲୁ ‘ଡବଲ ଇଞ୍ଜିନ ସରକାର’ ପ୍ରତିଷ୍ଠା ହେଲେ ରାଜ୍ୟର ଦୁଇଗୁଣା ବିକାଶ ହେବ। ଆଜି ତାହା ହେବାକୁ ଆରମ୍ଭ କରିଛି। ବିଜେଡି ବର୍ତ୍ତମାନ ଛୋଟ ଛୋଟ କଥାରେ ମିଥ୍ୟାର ଆଶ୍ରୟ ନେଇ ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri