ଭୁବନେଶ୍ୱର,୧୬।୧୦: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାନୁପ୍ରତାପ ସିଂହଙ୍କ ଉପରୁ ବହିଷ୍କାର ନିର୍ଦ୍ଦେଶ ହଟିଛି। ନୂଆପଡ଼ାର ବିଜେଡି ନେତା ଭାନୁପ୍ରତାପ ସିଂହ। ୮ ନମ୍ବର ଜିଲା ପରିଷଦ ଜୋନ୍ର ସଦସ୍ୟ ଅଛନ୍ତି ଭାନୁପ୍ରତାପ।
ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକାରେ ନିରଂଜନ ପୂଜାରୀ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଢାଇ, ଧ୍ରୁବା ସାହୁ, ମନୋହର ରାନ୍ଧାରୀ, ପ୍ରଦିପ ଦିସାରୀ, ତୁଷାରକାନ୍ତୀ ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା ପ୍ରମୁଖ ଅଛନ୍ତି।
Dharitri – The Largest & Most Trusted Odia Daily


