ନବୀନ ନିବାସରୁ ବରିଷ୍ଠଙ୍କୁ ଗଲା ଡାକରା, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୧ା୪: ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ ଯୋଗ ଦେବାକୁ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକଙ୍କୁ ସୁପ୍ରିମୋଙ୍କ ଡାକରା ଯାଇଥିଲା। ଡାକରା ପାଇ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି। ଏଥିସହିତ ପ୍ରତାପ ଦେବ, ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ମଧ୍ୟ ଉପସ୍ଥିତ ଅଛନ୍ତି।

ବିଜେଡିର ରାଜ୍ୟ ସଭାପତି ଭାବେ ନବୀନ ପଟ୍ଟନାୟକ ୯ମ ଥର ଲାଗି ଶନିବାର ନିର୍ବାଚିତ ହୋଇଛନ୍ତି। ଜଣେ ମାତ୍ର ପ୍ରାର୍ଥୀ ଭାବେ ନବୀନ ଏହି ପଦ ଲାଗି ନାମାଙ୍କନପତ୍ର ଦାଖଲ କରିଥିଲେ। ନବୀନ ସଭାପତି ନିର୍ବାଚିତ ହେବାପରେ ଶଙ୍ଖ ଭବନଠାରେ ତାଙ୍କ ନେତୃତ୍ୱରେ ଦଳର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ୨୪ ବର୍ଷରେ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଦଳକୁ ଆସିବା ପରେ ନବୀନଙ୍କ ଟିମ୍‌ରେ କେଉଁମାନେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Naveen Patnaik ସଭାପତି ହେବା ପରେ ଦଳର ବହୁ ବରିଷ୍ଠ ନେତା ଶଙ୍ଖ ଭବନ ଆସିନାହାନ୍ତି, ଯାହାକୁ ନେଇ ଦଳ ଭିତରେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି। ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲିକ, ଭୂପେନ୍ଦ୍ର ସିଂ, ପ୍ରଫୁଲ ସାମଲ, ନୃସିଂହ ସାହୁଙ୍କ ଭଳି ଅନେକ ନେତାଙ୍କୁ ଶଙ୍ଖଭବନରେ ଦେଖିବାକୁ ମିଳି ନ ଥିଲା। ଦଳର ଜଣେ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, Naveen Patnaikଙ୍କ ପ୍ରିୟ ଏବେ ଏତେ ଅପ୍ରିୟ ହେଲେ କିପରି। ଯେଉଁମାନଙ୍କୁ ନବୀନ ବାରମ୍ବାର ସରକାର ସମୟରେ ମନ୍ତ୍ରୀ କରି ଦେଉଥିଲେ ସେମାନେ ଏବେ ଦଳଠାରୁ ଦୂରେଇ ଗଲେଣି। ତେବେ କେଉଁଥିଲାଗି ସେମାନଙ୍କୁ ଦଳ ଦୀର୍ଘଦିନ ଧରି ଗୁରୁତ୍ୱ ଦେଇଆସୁଥିଲା ସେନେଇ ଦଳ ଭିତରେ ଟୁପୁରୁଟାପର ଚାଲିଛି। ରାଜ୍ୟ ପରିଷଦ ବୈଠକରେ କିଛି ସେପରି ଆଲୋଚନା ହେଲା ନାହିଁ। ପୁଣିଥରେ ନବୀନ ଦଳୀୟ କର୍ମୀମାନଙ୍କୁ ଅସନ୍ତୋଷ କରିଛନ୍ତି। ନବୀନ ସଭାପତି ହେବାପରେ ଯେଉଁ ଭାଷଣ ରଖିଲେ, ସେଥିରେ ସେ ପଦୁଟିଏ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ ଜୁଟାଇପାରିଲେ ନାହିଁ। କେମିତି କର୍ମୀମାନେ ଦଳ ଉପରେ ଭରସା କରିରହିବେ ବୋଲି ସମ୍ପୃକ୍ତ ବିଧାୟକ ପ୍ରଶ୍ନ କରିଛନ୍ତି।

Naveen Patnaik ତାଙ୍କ ବକ୍ତବ୍ୟରେ ଦଳର ସଭାପତି ଭାବେ ସେବା କରିବାର ସୁଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ୨୪ ବର୍ଷ ଲୋକଙ୍କ ସେବା କରିବାର ସୁଯୋଗ ପାଇଲା। ରାଜ୍ୟର ସ୍ବାଭିମାନ ଏବଂ ସ୍ବାର୍ଥ ସହ ବିଜେଡି ସବୁବେଳେ ଯୋଡ଼ି ହୋଇ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri