ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର ଏହାକୁ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ତେବେ ଏହି ବର୍ଦ୍ଧିତ ଦରମା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ଏହି ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ନବୀନ ଏହାକୁ ଗରିବଙ୍କ କଲ୍ୟାଣରେ ଉପଯୋଗ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡିର ଅନ୍ୟ ବିଧାୟକମାନେ ନବୀନଙ୍କ ରାସ୍ତାରେ ଯିବେ ନାବ ନାହିଁ ଅର୍ଥାତ୍‌ ସେମାନଙ୍କ ବର୍ଦ୍ଧିତ ଦରମା ନେବେ କି ନାଇଁ ତାହାକୁ ନେଇ ଜୋର୍‌ଦାର ଚର୍ଚ୍ଚା ବଢ଼ିଛି।

ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ ବୃଦ୍ଧି କରିଥିଲେ ସରକାର। ଫଳରେ ବର୍ତ୍ତମାନର ଏବଂ ପୂର୍ବତନ ବିଧାୟକମାନଙ୍କର ଦରମା ଓ ପେନ୍‌ସନ୍‌ ଉଭୟ ୯୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବାଚସ୍ପତିଙ୍କ ମାସିକ ଦରମା ପୂର୍ବରୁ ୪୦,୫୦୦ ଟଙ୍କା ଥିବାବେଳେ ଏବେ ତାହା ୯୮,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଏହାବ୍ୟତୀତ ସେମାନଙ୍କର ଅନ୍ୟାନ୍ୟ ଭତ୍ତା ଯଥେଷ୍ଟ ବୃଦ୍ଧି କରାଯାଇଛି। ଯେପରିକି ବୈଠକ ଭତ୍ତା ୮୦୦ ଟଙ୍କାରୁ ୨,୦୦୦ ଟଙ୍କା। କାର୍‌ ଭତ୍ତା ୧୭,୦୦୦ ଟଙ୍କାରୁ ୮୯,୦୦୦ ଟଙ୍କା। ଆବାସ ଭତ୍ତା (ସରକାରୀ କ୍ୱାର୍ଟର୍ସ ମିଳିବା ପର୍ଯ୍ୟନ୍ତ) ଦୈନିକ ୧,୦୦୦ ଟଙ୍କାରୁ ୨,୦୦୦ ଟଙ୍କା।

ସେହିପରି ବିଧାୟକଙ୍କ ଅନ୍ୟାନ୍ୟ ଭତ୍ତାରେ ବୃଦ୍ଧି ବିଧାୟକମାନଙ୍କ ଅନେକ ଭତ୍ତାରେ ବଡ଼ ବୃଦ୍ଧି କରାଯାଇଛି। ସେଥିମଧ୍ୟରୁ କେତେକ ହେଲା, ସମ୍ପଚୁଆରୀ ଭତ୍ତା ୪୦,୦୦୦ ଟଙ୍କାରୁ ୯୬,୦୦୦ ଟଙ୍କା। ନିର୍ବାଚନ ମଣ୍ଡଳୀ ଓ ଲୋକ ସେବା ଭବନ ଗସ୍ତ ଭତ୍ତା ୨୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କା। ମାସିକ ପରିବହନ ଭତ୍ତା ୧୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା। ବିଧାୟକଙ୍କ ମାସିକ ଭତ୍ତା ୨,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା। ବିଦ୍ୟୁତ୍‌ ଖର୍ଚ୍ଚ ଭତ୍ତା ୫,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା। ଡାକ୍ତରୀ ଚିକିତ୍ସା ଭତ୍ତା ୫,୦୦୦ ଟଙ୍କାରୁ ୩୫,୦୦୦ ଟଙ୍କା। ମୋଟର କାର୍‌ ଅଗ୍ରୀମ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ପୂର୍ବରୁ ଭାଜପା ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକମାନଙ୍କ ପାରିଶ୍ରମିକ ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ ସମୀକ୍ଷା ପାଇଁ ବିଧାୟକ ଭାସ୍କର ମଢ଼େଇଙ୍କ ନେତୃତ୍ୱରେ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ। ପୁରୁଣା ପେନ୍‌ସନ୍‌ ରାଶି ମୁଦ୍ରାସ୍ଫୀତି ସହ ଖାପ ଖାଉ ନ ଥିବାରୁ ବିଭିନ୍ନ ଦଳର ବିଧାୟକମାନେ ଦରମା ବୃଦ୍ଧି ପାଇଁ ଦାବି କରି ଆସୁଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri