Posted inରାଜ୍ୟ

ଏନଡିଏକୁ ଫେରିବେ ନବୀନ ! ପୁରଣ ହେବ ମୋଦିଙ୍କ ୪୦୦ ଆସନ ଜିତିବା ସ୍ବପ୍ନ

ଭୁବନେଶ୍ୱର,୭।୩: ଦୀର୍ଘ ୧୫ ବର୍ଷ ପରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ବିଜେଡି ଫେରୁଥିବା ଚର୍ଚ୍ଚା ହେଉଛି। ୨୦୨୪ ନିର୍ବାଚନରେ ଏକାକୀ ୩୭୦ ଏବଂ ଏନଡିଏ ୪୦୦ ଆସନ ଜିତିବା ଲକ୍ଷରେ ଥିବା ଭାଜପା ଏହାର ପୁରୁଣା ସହଯୋଗୀ ମାନଙ୍କୁ ନିଜ ସହିତ ଏବେ ସାମିଲ କରିବାରେ ଲାଗିଛି। ଏହି ଧାରାରେ ବିଜେଡି ଏବେ ଭଜାପରେ ସାମିଲ ହେଉଥିବା ଜୁହାଯାଉଛି।

ବର୍ତ୍ତମାନ ସୁଦ୍ଧା ଏଚଡି. ଦେବ ଗୌଡାଙ୍କ ଜନତା ଦଳ(ସେକୁଲାର), ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ଏବଂ ନୀତିଶ କୁମାରଙ୍କ ଜନତା ଦଳ(ୟୁନାଇଟେଡ) ଏନଡିଏକୁ ଫେରି ସାରିଛନ୍ତି।

ବର୍ତମାନ ଉତ୍ତର ଭାରତରେ ଭାଜପା ୮୧ ପ୍ରତିଶତ ସିଟ୍ ଏବଂ ପଶ୍ଚିମ ୬୫ ପ୍ରତିଶତ ସିଟ୍ ସହିତ ସର୍ବାଧିକ ଲୋକସଭା ଆସନରେ ବିଜୟୀ ହୋଇଥିଲା ବେଳେ ଦଳ ପୂର୍ବ ୪୭ ପ୍ରତିଶତ ସିଟ୍ ଏବଂ ଦକ୍ଷିଣରେ ୨୩ ପ୍ରତିଶତ ସିଟ୍ ବିସ୍ତାର କରିବାକୁ ଚାହୁଁଛି। ଏଥିପାଇଁ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ସହ ଭାଜପା ଆଲୋଚନା କରୁଥିବା ଜଣାପଡିଛି। ଏବଂ ଏହାର ରଣନୀତିଜ୍ଞମାନେ ଆଶା କରୁଛନ୍ତି ଯେ ବିଜେଡି ସହିତ ମେଣ୍ଟ କରି ଓଡିଶାରେ ଏହାର ଆସନ ସଂଖ୍ୟା ବଢାଇବ ଏବଂ ନିଜ ସହିତ ଇଉ ଏକ ଡଜନ ଆସନ ଯୋଗ କରିବେ।

ବିଜେଡି ୧୯୯୭ରେ ପ୍ରତିଷ୍ଠା ହୋଇଥିଲା ବେଳେ ୨୦୦୦ରେ ଭାଜପା-ବିଜେଡି ମିଶି ଓଡ଼ିଶାରେ ୧୦୬ ଆସନରେ ବିଜୟ ସହିତ ସରକାର ଗଠନ କରିଥିଲେ। ତେବେ ୨୦୦୪ରେ କେନ୍ଦ୍ରରେ ଏନଡିଏ ହାରିଯିବା ପରେ ଓଡ଼ିଶାରେ ଭାଜପାର ଆସନ ସଂଖ୍ୟା ହ୍ରାସ ପାଇଥିଲା। ଆଉ ୨୦୦୯ରେ ଆସନ ବୁଝାମଣା ହୋଇ ନ ପାରିବାରୁ ଉଭୟ ସହଯୋଗୀ ଅଲଗା ହୋଇ ଯାଇଥିଲେ।

୨୦୦୯ ଲୋକସଭା ନିର୍ବାଚନରେ ଭାଜପା ପୃଥକ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ଅମାନତ ହରାଇଥିଲା। ସାଧାରଣ ନିର୍ବାଚନ ସହିତ ଏକ ସମୟରେ ଅନୁଷ୍ଠିତ ରାଜ୍ୟ ନିର୍ବାଚନରେ ପଟ୍ଟନାୟକ ବାଜି ମାରି ନେଇଥିଲେ। ବିଧାନସଭାରେ ବିଜେଡି ୧୦୩ ଟି ଆସନ ଜିତିଥିବା ବେଳେ ଭାଜପା ମାତ୍ର ୬ ଟି ଆସନ ଜିତିଥିଲା।

୨୦୧୪ରେ ସମଗ୍ର ଭାରତରେ ମୋଦି ହାୱା ଦେଖିବାକୁ ମିଳିଥିଲା ବେଳେ ଓଡ଼ିଶାରେ ବିଜେଡି ୨୦ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଯେତେବେଳେ କି ବିଧାନସଭାରେ ଭାଜପା ମାତ୍ର ୨୦ ଆସନରେ ବିଜୟୀ ହୋଇଥିଲା। ଏଥର ବିଜେଡି ବିଧାନସଭାରେ ରେକର୍ଡ ୧୧୭ ଆସନରେ ବିଜୟୀ ହୋଇଥିଲା।

ସେହିଭଳି ୨୦୧୯ରେ ମଧ୍ୟ ଓଡ଼ିଶାରେ ବିଜେଡି ଆଗରେ ଫେଲ ମାରିଥିଲା ଭାଜପା। ତେବେ ଲୋକସଭାରେ ବିଜେଡିର ଆସନ ସଂଖ୍ୟା ୧୨ ଖସି ଆସିଥିଲା। ବିଧାନସଭରେ ମଧ୍ୟ ଅଳ୍ପ କିଛି ଆସନ ଖସି ୧୧୨ ସିଟରେ ଜିତିଥିଲା।

ବର୍ତମାନ ଦୁଇ ଦଳ ମଧ୍ୟରେ ମେଣ୍ଟ ହେଉଥିବା ଚର୍ଚ୍ଚା ହେଉଥିଲା ବେଳେ ସିଟ୍ ଶେୟାରିଂ ଫର୍ମୁଲା କିଛି ଜଣାପଡି ନାହିଁ। କୁହାଯାଉଛି ଆସନ ବୁଝାମଣା ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି।

ଅନ୍ୟପଟେ ରାଜ୍ୟରେ ଏବେ କଂଗ୍ରେସ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିଲା ବେଳେ ମେଣ୍ଟ ହେଲେ ଏକମାତ୍ର ବିରୋଧୀ ଦଳ ହୋଇ ରହିବ। ଯାହା ଦଳକୁ ରାଜ୍ୟରେ ଶକ୍ତି ଜୁଟାଇବାକୁ ସୁଯୋଗ ଦେବ। ତେବେ ଏହି ସୁଯୋଗକୁ ଦଳ କିପରି ଉପଯୋଗ କରୁଛି ତାହା ଆଗକୁ ଦେଖିବାକୁ ପଡିବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri