ରାଜନେତା ପୂର୍ବରୁ ଅଭିନେତା ଥିଲେ ନବୀନ ପଟ୍ଟନାୟକ, ଚରିତ୍ର ଥିଲା…

ଭୁବନେଶ୍ୱର,୯।୬: ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଇଛନ୍ତି ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରୁ ଇସ୍ତଫା ଦେଇଛନ୍ତି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ। ଏହାପରେ ସାରା ଓଡ଼ିଶା ନବୀନ ବାବୁଙ୍କୁ ମନେ ପକାଉଛି । ଏଥିସହ ତାଙ୍କ ପ୍ରଶଂସାରେ କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରୁଥିବାର ନଜର ଆସୁଛନ୍ତି ।

ଇତିମଧ୍ୟରେ ଦେଖିବାକୁ ମିଳିଛି କି, କିଛିଲୋକ ତାଙ୍କ ଅଭିନୀତ ଏକ ସିନେମାକୁ ମଧ୍ୟ ମନେ ପକାଇଛନ୍ତି। ତେବେ ଅଧିକାଂଶ ଓଡ଼ିଶାବାସୀ ଜାଣି ନ ଥିବେ ଯେ, ନବୀନ ପଟ୍ଟନାୟକ ଏକ ହଲିଉଡ ସିନେମାରେ ଅଭିନୟ ମଧ୍ୟ କରିଛନ୍ତି। ୧୯୮୮ ମସିହାରେ ରିଲିଜ ହୋଇଥିବା ଏକ ହଲିଉଡ ସିନେମାରେ ଅଭିନୟ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଦ ଡିସିଭର୍ସ (The Deceivers)’ ନାମକ ଏହି ହଲିଉଡ ଫିଲ୍ମରେ ନବୀନ ପଟ୍ଟନାୟକଙ୍କ ଅଭିନୟର ଜଲୱା ଦେଖିବାକୁ ମିଳିଥିଲା। ଓଡ଼ିଶା ତଥା ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ପରିଚୟ ପାଇଥିବା ନବୀନ ପଟ୍ଟନାୟକ ଏହି ସିନେମାରେ ଖୁବ କମ ସମୟ ପାଇଁ ପରଦାରେ ନଜର ଆସିଥିଲେ।

ଏହି ସିନେମାର ଏକ ଦୃଶ୍ୟରେ ସେ ଜଣେ ସୈନ୍ୟ/ସେବକ ଚରିତ୍ରରେ ଠିଆ ହୋଇଛନ୍ତି। ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିଥିବା ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଧାରିତ ‘ନବୀନ ପଟ୍ଟନାୟକ’ ପୁସ୍ତକରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଛି। ତେବେ କେଉଁ ଦୃଶ୍ୟରେ ନବୀନ ପଟ୍ଟନାୟକ ସିନେମାରେ ଅଭିନୟ କରିଥିଲେ, ସେ ନେଇ କୌଣସି ସୂଚନା ଦିଆ ଯାଇନାହିଁ। ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ପର୍ଯ୍ୟନ୍ତ ଓ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ନିଜ ଶାସନ କାଳରେ ଓଡ଼ଶାରେ ବିଭିନ୍ନ ବିକାଶଭିମୁଖୀ କାର୍ଯ୍ୟ କରିବା ସହ ଅନେକ ସଫଳତା ମଧ୍ୟ ଆଣି ଦେଇଛନ୍ତି। ହେଲେ ୨୦୨୪ ନିର୍ବାଚନରେ ଜନତାଙ୍କ ମତ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ରହିଲା ନାହିଁ। ଦଳ ଶୋଚନୀୟ ଭାବେ ହାରିବା ପରେ ନବୀନ ନିଜର ଇସ୍ତଫା ଦେଇଛନ୍ତି। ଏହାପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଲୋକ ପ୍ରଶଂସା କରିବା ସହ ତାଙ୍କ କାର୍ଯ୍ୟକୁ ମନେ ପକାଇ କୃତଜ୍ଞତା ଜଣାଇବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri