ନ୍ୟୁୟର୍କରେ ବିତିଥିଲା ଯୁବାବସ୍ଥା, ପାଶ୍ଚାତ୍ୟ ସଂସ୍କୃତିରେ ବଢ଼ିଥିବା ନବୀନ ଧଳା କୁର୍ତ୍ତା ପିନ୍ଧି ଲେଖିଥିଲେ ନୂଆ ରାଜନୈତିକ ଇତିହାସ

ଭୁବନେଶ୍ୱର,୫।୬: ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜର ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତିକୁ ନେଇ ଓଡ଼ିଶାବାସୀଙ୍କ ପ୍ରିୟ ପାଲଟିଥିବା ନବୀନ ପଟ୍ଟନାୟକ ଶେଷରେ ପରାଜିତ ହୋଇ ଇସ୍ତଫା ଦେଇଛନ୍ତି। ଗୋଟିଏ ପଟେ ବିଜେଡି ପରାଜୟର କାରଣ ଖୋଜୁଥିବା ବେଳେ ଭାଜପା ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ମାନସମନ୍ଥନ ଆରମ୍ଭ କରିଛି। କହିବାକୁ ଗଲେ ଭାଜପାର ବିଜୟକୁ ନେଇ ଯେତିକି ଚର୍ଚ୍ଚା ହେଉନାହିଁ ତାଠାରୁ ଅଧିକ ଚର୍ଚ୍ଚା ନବୀନଙ୍କ ପରାଜୟକୁ ନେଇ ହେଉଛି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକ ଦୁଇ ଦଶକରୁ ଅଧିକ ସମୟ ଧରି ରହିଥିଲେ। ଏବେ ୭୮ ବର୍ଷର ହୋଇଥିବା ନବୀନ ଯଦି ଆଗାମୀ ନିର୍ବାଚନ ଜିତି ଯାଇଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ଭାବେ ଏହା ତାଙ୍କର ଅନ୍ତିମ ଇନିଂସ ହୋଇଥାନ୍ତା। ସେ ତାଙ୍କ ପରେ କୌଣସି ପାରିବାରିକ ଉତ୍ତରାଧିକାରୀ ରଖିନାହାନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ପବନ କୁମାର ଚାମଲିଂଙ୍କ ସବୁଠାରୁ ଅଧିକ ବର୍ଷ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡକୁ ଭାଙ୍ଗି ଦେଇଥାନ୍ତେ। ବିଗତ ବର୍ଷ ଦେଖିଲେ ରାଜନୀତିରେ ନବୀନଙ୍କ ପ୍ରବେଶ ଏକ ଦୁର୍ଘଟଣା ଭଳି। କାରଣ ସେ ରାଜନୀତିରୁ ଦୂରରେ ରହି ନିଜର କଳା-ସଂସ୍କୃତି ଏବଂ ଲିଖନରେ ନିଜର ପ୍ରତିଭା ଦେଖାଇବାକୁ ଇଚ୍ଛୁକ ଥିଲେ।

୧୯୯୭ ଏପ୍ରିଲ ୧୭ରେ ହୃଦଘାତ୍‌ରେ ବିଜୁ ପଟ୍ଟନାୟକଙ୍କ ପରଲୋକ ଘଟିଥିଲା। ତାଙ୍କ ଦେହାନ୍ତ ପରେ ଆସିକା ଲୋକ ସଭା ଆସନ ଖାଲି ପଡ଼ିଥିଲା। ଏହି ଆସନରେ ଉପନିର୍ବାଚନ ହେବାର ଥିଲା। ଯେଉଁଥିପାଇଁ ଜନତା ଦଳ ପ୍ରଥମେ ପଟ୍ଟନାୟକଙ୍କ ବ୍ୟବସାୟର ଏବଂ ବଡ଼ ପୁଅ ପ୍ରେମ ପଟ୍ଟନାୟକଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିଲେ। ହେଲେ ସେ ବ୍ୟକ୍ତିଗତ କାରଣକୁ ନେଇ ମନା କରିଦେଇଥିଲେ। ଏହାପରେ ବିଜୁଙ୍କ ଝିଅ ଗୀତା ମେହେଟ୍ଟାଙ୍କ ନାମ ଉପରେ ବିଚାର କରାଯାଇଥିଲା। ହେଲେ ସେତେବେଳେ ସେ ଆମେରିକାରେ ଥିଲେ। ପରେ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା।

ରାଜନୈତିକ ପରିବାରର ଥିଲେ ହେଁ ସେତେବେଳେ ନବୀନ କଳା, ସଂସ୍କୃତି ଏବଂ ଲିଖନ ପ୍ରତି ଆକର୍ଷିତ ଥିଲେ। ଜିନ୍ସ ଟିଶର୍ଟ ପିନ୍ଧୁଥିଲେ। ହେଲେ ରାଜନୀତିକୁ ଆସିବା ପରେ ତାଙ୍କର ପରିଧାନ ବଦଳିଥିଲା। ସେ କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ବାପାଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଆସନରୁ ସେ ନିର୍ବାଚନ ଲଢ଼ିଥିଲେ। ବିଜେତା ହୋଇଥିଲେ। ୧୯୯୭ରେ ସେ ଜନତା ଦଳରୁ ଅଲଗା ହୋଇ ବିଜୁ ଜନତା ଦଳ(ବିଜେଡି) ଗଠନ କରିଥିଲେ।

ନବୀନ ପଟ୍ଟନାୟକଙ୍କ ପ୍ରାରମ୍ଭିକ ଶିକ୍ଷା ଡୁନ୍‌ ସ୍କୁଲରୁ ହୋଇଥିଲା। ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧିଙ୍କ ସହ ସେ ପଢ଼ୁଥିଲେ। କଳା ପ୍ରତି ସେ ଏତେ ଆକୃଷ୍ଟ ଥିଲେ ଯେ ଓବରୟ ହୋଟେଲ୍‌ରେ ବୁଟିକ୍‌ ଚଳାଉଥିଲେ। ୨୦୦୦ରେ କଂଗ୍ରେସକୁ ଶାସନ କ୍ଷମତାରୁ ବାହାର କରିବା ପରେ ଲଗାତର ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଓଡ଼ିଶାରେ ଏବେ ମୁଖ୍ୟ ନିର୍ବାଚନୀ ଟକ୍କର ବିଜେଡି ଏବଂ ଭାଜପା ମଧ୍ୟରେ ହେବ।

ନବୀନ ପଟ୍ଟନାୟକଙ୍କ ପିଲାଦିନ ଓଡ଼ିଶାଠାରୁ ଦୂରରେ ବିତିଥିଲା। ଡୁନ୍‌ ସ୍କୁଲରେ ପାଠପଢ଼ା ଯୋଗୁ ସେ ଘରଠାରୁ ଓଡ଼ିଆ ଖାଦ୍ୟପେୟ ଏବଂ ସଂସ୍କୃତିଠାରୁ ଦୂରରେ ରହିଥିଲା। ଏହାର ପ୍ରଭାବ ତାଙ୍କ ମାତୃଭାଷା ଉପରେ ପଡ଼ିଥିଲା। ସେ ଆଜି ବି ଠିକ୍‌ଭାବେ ଓଡ଼ିଆରେ କଥା କହିପାରୁ ନ ଥିବାରୁ ସମାଲୋଚିତ ହୁଅନ୍ତି। ସ୍କୁଲରେ ତାଙ୍କୁ ସହପାଠୀ ପପ୍ପୁ ବୋଲି ଡାକୁଥିଲେ। ଯୁବାବସ୍ଥା ତାଙ୍କର ନ୍ୟୁୟର୍କରେ ବିତିଥିଲା। ପାଶ୍ଚ୍ୟାତ୍ୟ ସଂସ୍କୃତିରେ ବଢ଼ିଥିଲେ ହେଁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାରେ ରହିଥାଏ। ସେ ବେଶ ଭଲ ଇଂରାଜୀ କହିପାରନ୍ତି। ସେ ବିବାହ କରିନାହାନ୍ତି, ଅବିବାହିତ। ଏବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଏକ ଯୁଗର ଅବସାନ ହେଲା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?