Naveen Patnaik: ନବୀନଙ୍କ ପ୍ଲାନ ସମସ୍ତେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର, ୨୦ା୪(ସୁନିତ୍‌ ମିଶ୍ର):ବିଜେଡିର ରାଜ୍ୟ ସଭାପତି ଭାବେ ନବୀନ ପଟ୍ଟନାୟକ ୯ମ ଥର ଲାଗି ଶନିବାର ନିର୍ବାଚିତ ହୋଇଛନ୍ତି। ଜଣେ ମାତ୍ର ପ୍ରାର୍ଥୀ ଭାବେ ନବୀନ ଏହି ପଦ ଲାଗି ନାମାଙ୍କନପତ୍ର ଦାଖଲ କରିଥିଲେ। ନବୀନ ସଭାପତି ନିର୍ବାଚିତ ହେବାପରେ ଶଙ୍ଖ ଭବନଠାରେ ତାଙ୍କ ନେତୃତ୍ୱରେ ଦଳର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ହେଲେ ୨୪ ବର୍ଷରେ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଦଳକୁ ଆସିବା ପରେ ନବୀନଙ୍କ ଟିମ୍‌ରେ କେଉଁମାନେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Naveen Patnaik ସଭାପତି ହେବା ପରେ ଦଳର ବହୁ ବରିଷ୍ଠ ନେତା ଶଙ୍ଖ ଭବନ ଆସିନାହାନ୍ତି, ଯାହାକୁ ନେଇ ଦଳ ଭିତରେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି। ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲିକ, ଭୂପେନ୍ଦ୍ର ସିଂ, ପ୍ରଫୁଲ ସାମଲ, ନୃସିଂହ ସାହୁଙ୍କ ଭଳି ଅନେକ ନେତାଙ୍କୁ ଶଙ୍ଖଭବନରେ ଦେଖିବାକୁ ମିଳି ନ ଥିଲା। ଦଳର ଜଣେ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, Naveen Patnaikଙ୍କ ପ୍ରିୟ ଏବେ ଏତେ ଅପ୍ରିୟ ହେଲେ କିପରି। ଯେଉଁମାନଙ୍କୁ ନବୀନ ବାରମ୍ବାର ସରକାର ସମୟରେ ମନ୍ତ୍ରୀ କରି ଦେଉଥିଲେ ସେମାନେ ଏବେ ଦଳଠାରୁ ଦୂରେଇ ଗଲେଣି। ତେବେ କେଉଁଥିଲାଗି ସେମାନଙ୍କୁ ଦଳ ଦୀର୍ଘଦିନ ଧରି ଗୁରୁତ୍ୱ ଦେଇଆସୁଥିଲା ସେନେଇ ଦଳ ଭିତରେ ଟୁପୁରୁଟାପର ଚାଲିଛି। ରାଜ୍ୟ ପରିଷଦ ବୈଠକରେ କିଛି ସେପରି ଆଲୋଚନା ହେଲା ନାହିଁ। ପୁଣିଥରେ ନବୀନ ଦଳୀୟ କର୍ମୀମାନଙ୍କୁ ଅସନ୍ତୋଷ କରିଛନ୍ତି। ନବୀନ ସଭାପତି ହେବାପରେ ଯେଉଁ ଭାଷଣ ରଖିଲେ, ସେଥିରେ ସେ ପଦୁଟିଏ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ ଜୁଟାଇପାରିଲେ ନାହିଁ। କେମିତି କର୍ମୀମାନେ ଦଳ ଉପରେ ଭରସା କରିରହିବେ ବୋଲି ସମ୍ପୃକ୍ତ ବିଧାୟକ ପ୍ରଶ୍ନ କରିଛନ୍ତି।

Naveen Patnaik ତାଙ୍କ ବକ୍ତବ୍ୟରେ ଦଳର ସଭାପତି ଭାବେ ସେବା କରିବାର ସୁଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ୨୪ ବର୍ଷ ଲୋକଙ୍କ ସେବା କରିବାର ସୁଯୋଗ ପାଇଲା। ରାଜ୍ୟର ସ୍ବାଭିମାନ ଏବଂ ସ୍ବାର୍ଥ ସହ ବିଜେଡି ସବୁବେଳେ ଯୋଡ଼ି ହୋଇ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri