ଭୁବନେଶ୍ୱେର,୧୭।୪: ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନକୁ ଆସି ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ଅନ୍ୟ କେହି ନାମାଙ୍କନ କରିନଥିବାରୁ ୧୯ରେ ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା ହେବ ବୋଲି ସୂଚନା ମିଳିଛି। ଏହି ସମୟରେ ବିଜେଡିର ଅନେକ ବରିଷ୍ଠ ନେତାଙ୍କ ସହ ବବି ଦାସ ଥିବା ଦେଖାଯାଇଛି।
ବିଜେଡି ସଭାପତି ପଦ ଲାଗି ନବୀନ ପଟ୍ଟନାୟକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ରିଟର୍ନିଂ ଅଫିସର ପ୍ରତାପ ଦେବଙ୍କୁ ସେ ତାଙ୍କର ନାମାଙ୍କନପତ୍ର ଦେବେ। ଏହି ଅବସରରେ ନବୀନଙ୍କ ସହ ଦଳର ବହୁ ବରିଷ୍ଠ ଏବଂ ଯୁବନେତା ସାମିଲ ହେବେ ବୋଲି ଜଣାପଡ଼ିଛି। ଦଳର ସଭାପତି ଭାବେ ନବୀନଙ୍କୁ ନିର୍ବାଚନ କରାଇବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି। ସେହି କ୍ରମରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ମଧ୍ୟ କରାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଏହି କାର୍ଯ୍ୟକ୍ରମ କରାଯିବା ନେଇ ଦଳ ଭିତରେ ନିଷ୍ପତ୍ତି ହୋଇଛି। ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ବିଜୁବାବୁଙ୍କ ତିରୋଧାନ ଦିବସ ମଧ୍ୟ ପାଳନ କରାଯିବ। ଆସନ୍ତା ୧୯ରେ ନବୀନଙ୍କୁ ଦଳର ସଭାପତି ନେଇ ଘୋଷଣା କରାଯିବ। ବର୍ତ୍ତମାନ ସୁଦ୍ଧା ବିଜେଡି ୧୮ ଜିଲାର ସଭାପତିଙ୍କୁ ନିଯୁକ୍ତ କରିସାରିଛି। ଦଳର ସଭାପତି ଚୟନ ଲାଗି ଅତିକମ୍ରେ ୧୭ ଜଣ ଜିଲା ସଭାପତି ରହିବା ଦରକାର, ଯାହା ବିଜେଡି କରିସାରିଛି। ବାକି ୧୫ ସାଙ୍ଗଠନିକ ଜିଲାରେ ଦଳର ସହମତି ହୋଇପାରି ନ ଥିବାରୁ ଜିଲା ସଭାପତି ଘୋଷଣା ହୋଇପାରୁ ନ ଥିବା କୁହାଯାଉଛି।
୯ମ ଥର ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ନବୀନ। ଶଙ୍ଖ ଭବନରେ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ। ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟରେ ପହଁଞ୍ଚିଛି ବିଜେଡିର ନିର୍ବାଚନ ପ୍ରକ୍ରିୟା। ଏପ୍ରିଲ ୧୩ରୁ ୧୫ ତାରିଖ ଯାଏଁ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ଏହି ପ୍ରକ୍ରିୟାରେ ୧୮ ଜିଲ୍ଲାର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।


